ETV Bharat / state

ଢେଙ୍କାନାଳରେ ଗୋଟିଏ ଦିନରେ ସର୍ବାଧିକ ୧୩୨ ପଜିଟିଭ ଚିହ୍ନଟ

author img

By

Published : Sep 1, 2020, 4:11 PM IST

ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ସର୍ବାଧିକ ୧୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ ସଂଖ୍ୟା ୧୭୫୯କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଗୋଟିଏ ଦିନରେ ସର୍ବାଧିକ ୧୩୨ ପଜିଟିଭ ଚିହ୍ନଟ
ଢେଙ୍କାନାଳରେ ଗୋଟିଏ ଦିନରେ ସର୍ବାଧିକ ୧୩୨ ପଜିଟିଭ ଚିହ୍ନଟ

ଢେଙ୍କାନାଳ: ଜିଲ୍ଲାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହି ୧୩୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରୁ, ୧୦୫ଜଣ ହୋମକ୍ବାରେଣ୍ଟାଇନରୁ, ୨୧ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୫ ଜଣ କଟକ ଓ ଭୁବନେଶ୍ବର ହସପିଟାଲରୁ ଚିହ୍ନଟ ହୋଇଛନ୍ତି ।

ପଜିଟିଭଙ୍କ ମଧ୍ୟରୁ ଭୁବନ ଏନଏସିରୁ ୭ ଜଣ, ଭୁବନ ବ୍ଳକରୁ ଜଣେ, କଙ୍କଡାହାଡ ବ୍ଳକରୁ ୬ ଜଣ, ସଦର ବ୍ଳକରୁ ୨୯, ଗଦିଁଆରୁ ୩, ହିନ୍ଦୋଳ ବ୍ଳକରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ଢେଙ୍କାନାଳ ମ୍ୟୁନିସପାଲଟିରୁ ସର୍ବାଧିକ ୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲ, ଗୋବିନ୍ଦପୁର କୋଭିଡ କେୟାର ସେଣ୍ଟର ଏବଂ ହିନ୍ଦୋଳ କୋଭିଡ କେୟାର ସେଣ୍ଟରକୁ ଚିକିତ୍ସା ନିମନ୍ତେ ପଠାଯାଇଛି।

ସେମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ର ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି। ସେପଟେ ଚିକିତ୍ସା ପରେ ଜିଲ୍ଲାରେ ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ସମୁଦାୟ ୧୭୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୨୦୧ ଜଣ ସୁସ୍ଥହୋଇ ଫେରିଥିବାବେଳେ ୫୫୬ ଜଣ ଆକ୍ରାନ୍ତ ଚିକତ୍ସିତ ହେଉଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.