ETV Bharat / state

ସାତ ଦିନ ପରେ ବି ଶୁଣିଲାଣି ପ୍ରଶାସନ, ମଦଭାଟି ଉଚ୍ଛେଦ ଦାବିରେ ତେଜିଲେ ମହିଳା - ମଦଭାଟି ଉଚ୍ଛେଦ ଦାବିରେ ତେଜିଲେ ମହିଳା ସଂଘ

ଦେଶୀ ମଦଭାଟି ଉଚ୍ଛେଦ ଦାବିରେ ପୁଣିଥରେ ମଦଭାଟି ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ମହିଳା କର୍ମୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ବିନ୍ଦପୁର ଗାଁ ସ୍ଥିତ ଦେଶୀ ମଦଭାଟିରେ । ଅଧିକ ପଢନ୍ତୁ

ସାତଦିନ ପରେ ବି ସୁଣିଲାଣି ପ୍ରଶାସନ, ମଦଭାଟି ଉଚ୍ଛେଦ ଦାବିରେ ତେଜିଲେ ମହିଳା ସଂଘ

author img

By

Published : May 13, 2022, 3:09 PM IST

ଦେବଗଡ: ଗୁରୁବାର ସକାଳୁ ତିଳେଇବଣି ବ୍ଲକ ଅନ୍ତର୍ଗତ ବିନ୍ଦପୁର ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ଉଚ୍ଛେଦ କରାଯିବା ଦାବି ନେଇ ଭାଟି ସମ୍ମୁଖରେ ଶତାଧିକ ମହିଳା ଧାରଣାରେ ବସିଥିଲେ । ବିନ୍ଦପୁର ଗାଁ ନିକଟରେ ଥିବା ଏହି ଦେଶୀ ମଦଭାଟିକୁ ଉଚ୍ଛେଦ କରାନଯିବା ପର୍ଯ୍ୟନ୍ତ ମହିଳା କର୍ମୀ ମାନେ ଭାଟି ସମ୍ମୁଖରେ ଧାରଣାରୁ ହଟିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିବା ବେଳେ, ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।

ସାତଦିନ ପରେ ବି ସୁଣିଲାଣି ପ୍ରଶାସନ, ମଦଭାଟି ଉଚ୍ଛେଦ ଦାବିରେ ତେଜିଲେ ମହିଳା ସଂଘ

ଘଟଣା ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ରହିଥିବାରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲେ । ଗତ ଗୁରୁବାର ପୂର୍ବାହ୍ନ ସମୟରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବିନ୍ଦପୁର ଗାଁ ନିକଟରେ ଥିବା ଦେଶୀ ମଦଭାଟିରେ ପଶି ଶହଶହ ସଂଖ୍ୟାରେ ମହିଳାମାନେ ଭଙ୍ଗାରୁଜା କରିଥିଲେ ଓ ଭାଟିଟିକୁ ପୋଡ଼ିଦେବା ପାଇଁ ଉଦ୍ୟମ କରିଥିଲେ । ଏହି ଦେଶୀ ମଦଭାଟିଟି ଉକ୍ତ ଅଞ୍ଚଳରୁ ଉଠାଇବା ପାଇଁ ଅଞ୍ଚଳବାସୀ ଓ ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲା । ଏନେଇ ମହିଳା ମାନେ ବିଭିନ୍ନ ସମୟରେ ଜିଲ୍ଲାପାଳ, ଏସପି ଓ ଅବକାରୀ ବିଭାଗ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଅସୁରଖୋଳ, ବିନ୍ଦପୁର ଗ୍ରାମର ୧୮ଟି ମହିଳା ସଂଘର କର୍ମକର୍ତ୍ତା ଓ ସଦସ୍ୟା ଏକତ୍ରିତ ହୋଇ ମଦଭାଟିରେ ଭଙ୍ଗାରୁଜା କରିଥିଲେ ।

ସେହିପରି ଭାଟି ମଧ୍ୟରୁ ମଦ ପାଉଚ ଆଣି ୪୯ ନମ୍ବର ଜାତୀୟ ରାଜପଥରେ ଢାଳି ଦେଇଥିଲେ । ଘଟଣା ସ୍ଥଳରେ ଦେବଗଡ ଆଦର୍ଶ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ ଓ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଦେବଗଡ ଅତିରିକ୍ତ ତହସିଲଦାର ସୌଦାମିନୀ ନାଏକ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାଇଥିଲେ । ମଦଭାଟିକୁ ସମ୍ପୃକ୍ତ ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ମହିଳାମାନେ ଦାବି କରିଥିଲେ । ହେଲେ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସାତଦିନ ସମୟ ମଗାଯିବା ଓ ସାତଦିନ ମଧ୍ୟରେ ଭାଟିକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଲିଖିତ ପ୍ରତିଶୃତି ପରେ ମହିଳାମାନେ ଆନ୍ଦୋଳନରୁ ନିବୃତ ରହିଥିଲେ । ମାତ୍ର ଇତିମଧ୍ୟରେ ସାତଦିନ ସମୟ ବିତି ଯାଇଥିଲେ ସୁଦ୍ଧା ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଏଥିରେ ଉତକ୍ଷିପ୍ତ ହୋଇ ମହିଳା ମାନେ ଆଜି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏହି ଅଞ୍ଚଳରେ ୪୯ ନମ୍ବର ଜାତୀୟ ରାଜପଥ କଡରେ ମଦଭାଟିଟି ରହିଥିବାରୁ ପୁରୁଷ ଲୋକେ ମଦ ପିଇ ମହିଳାଙ୍କୁ ନାନା ନିର୍ଯାତନା ଦେଉଥିବା ଓ ଏଥିଯୋଗୁଁ ପାରିବାରିକ ଅଶାନ୍ତି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଏବଂ ବିଶେଷ କରି ମଦ୍ୟପାନ ଜନିତ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା କାରଣରୁ ଏଠାରୁ ମଦଭାଟିଟି ତୁରନ୍ତ ସ୍ଥାନାନ୍ତରିତ କରାଯିବା ପାଇଁ ମହିଳା ସଂଘ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.