ETV Bharat / state

ରାସ୍ତା ନିର୍ମାଣ ପାଇଁ ଜଳଯୋଗାଣ ଠପ, ଅସୁବିଧାରେ ଲୋକେ

author img

By

Published : Jul 18, 2020, 7:27 PM IST

ରାସ୍ତା ନିର୍ମାଣ ପାଇଁ ଜଳଯୋଗାଣ ଠପ । ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମବାସୀ । ଦୀର୍ଘ ଏକ ବର୍ଷ ହେଲା ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ରାସ୍ତା ନିର୍ମାଣ ପାଇଁ ଜଳଯୋଗାଣ ଠପ,ପାନୀୟଜଳ ପାଇଁ ଡହଳ ବିକଳ ଗେଉଛନ୍ତି ଗ୍ରାମବାସୀ

ଦେବଗଡ: ରାସ୍ତା କାମ ପାଇଁ ଜଳଯୋଗାଣ ଠପ । ଦୀର୍ଘ ଏକ ବର୍ଷ ହେଲା ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମବାସୀ । ଏନେଇ ଗ୍ରାମବାସୀ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ମହାସିନ୍ଧୁ ଗ୍ରାମବାସୀଙ୍କୁ ଵିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷରେ ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ଆଜକୁ 5 ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା ଏକ ପାନୀୟ ଜଳ ପ୍ରକଳ୍ପ । ଏହି ପ୍ରକଳ୍ପରୁ ଗାଁ ର 300ରୁ ଉର୍ଦ୍ଧ୍ବ ପରିବାର ପାନୀୟ ଜଳ ପାଇ ପାରୁଥିଲେ । ମାତ୍ର ଏକବର୍ଷ ହେଲା ସିଆରୀମାଳିଆ ଠାରୁ ଛତାବର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ରାସ୍ତା ନିର୍ମାଣ ସମୟରେ ରାସ୍ତା କଡରେ ଯାଇଥିବା ଏହି ପ୍ରକଳ୍ପର ପାଇପ ସବୁ ଉପାଡି ଦେଇଥିବାରୁ ଗାଁକୁ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ସେହିଦିନଠାରୁ ଗ୍ରାମବାସୀ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ଥିବା ନଳକୂପ ଗୁଡିକରୁ ପିଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସେପଟେ ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅସନ୍ତୋଷ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନର ରୂପ ନେବା ପୂର୍ବରୁ ବିଭାଗୀୟ କର୍ତ୍ତୁପକ୍ଷ ଏଦିଗରେ ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.