ETV Bharat / state

ଦେବଗଡ ବିଜେଡିରେ ବିଦ୍ରୋହ, ଜିଲ୍ଲା ସଭାପତିଙ୍କ ଇସ୍ତଫା - ବିଜେଡି ବିଧାୟକ ପ୍ରାର୍ଥୀ

ଟିକେଟ୍‌ ବଣ୍ଟାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏଥିରେ ସାମିଲ ହୋଇଛି ଦେବଗଡ ବିଜେଡି । ଯୁବ ନେତାଙ୍କୁ ବିରୋଧ କରିଛନ୍ତି ଜିଲ୍ଲା ସଭାପତି ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର
author img

By

Published : Apr 2, 2019, 10:27 PM IST

Updated : Apr 2, 2019, 10:53 PM IST

ଭୁବନେଶ୍ବର: ବିଜେଡିର ଦେବଗଡ ପ୍ରାର୍ଥୀତ୍ବକୁ ନେଇ ଦେଖାଦେଇଛି ବିଦ୍ରୋହ । ଗତକାଲି ମୁଖ୍ୟମନ୍ତ୍ରୀ ଦେବଗଡରୁ ଜଣେ ଯୁବ ପ୍ରାର୍ଥୀ ଭାବେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛନ୍ତି । ଯାହାକୁ ନେଇ ଦେବଗଡରେ ଦେଖାଦେଇଛି ବିଦ୍ରୋହ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଆଜି ନବୀନ ନିବାସରୁ ଦଳୀୟ ଟିକେଟ ନେଇ ଆସିବା ପରେ ତାଙ୍କୁ ବିରୋଧ କରିଛନ୍ତି ଜିଲ୍ଲା ସଭାପତି । ରୋମାଞ୍ଚଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଜିଲ୍ଲା ସଭାପତି ସୁଧିର କପରଦାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ସୁଧିର ମଧ୍ୟ ଆଜି ନବୀନ ନିବାସରେ ପହଞ୍ଚି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହାଙ୍କୁ ପ୍ରାର୍ଥୀ କରିଛନ୍ତି ସେ ଜଣେ ମାଫିଆ । ହେଲେ ଗତ 12 ବର୍ଷ ହେଲା ତାଙ୍କୁ ଦେବଗଡରେ ସଂଗଠନ କରିବାକୁ କୁହାଯାଇଛି । ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ବିଜେଡିର ସଂଗଠନକୁ ସଦୃଢ କରିବାକୁ ସେ ଗୋତି ଶ୍ରମିକ ଭଳି କାର୍ଯ୍ୟ କରିଛନ୍ତି । ତାଙ୍କୁ ପୂର୍ବରୁ ପ୍ରାର୍ଥୀ କରାଯିବା ନେଇ ଆଶା ଦେଖାଦେଇଥିଲା । ହେଲେ ଦଳରେ ତାଙ୍କୁ ଅପମାନିତ ଓ ଅଣଦେଖା କରାଯାଇଛି ବୋଲି ସୁଧିର କହିଛନ୍ତି ।

ତାଙ୍କୁ ପ୍ରାର୍ଥୀ କରାନଯିବା ପଛରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନ ଚକ୍ରାନ୍ତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେଡି ମୁଖିଆଙ୍କ ନିୟନ୍ତ୍ରଣରେ ଆଉ ଦଳ ନାହିଁ । ଦଳ ଅନ୍ୟ କିଛି ନେତାଙ୍କ ହାତରେ ନିୟନ୍ତ୍ରିତ ହେଉଛି । ମୁଖିଆଙ୍କୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖି ଚିଠା ପ୍ରସ୍ତୁତ କରାଯାଉଛି । ସୁପ୍ରିମୋ କେବଳ ଚିଠାରେ ଥିବା ନାମ ପଢୁଛନ୍ତି ବୋଲି ସୁଧିର ଅଭିଯୋଗ କରିଛନ୍ତି ।

ସେପଟେ ରୋମାଞ୍ଚ ରଞ୍ଜନ କିନ୍ତୁ ସୁଧିରଙ୍କ ବିରୋଧରେ ପଦୁଟିଏ ମଧ୍ୟ କହିନାହାନ୍ତି । ବରଂ ସୁଧିରଙ୍କୁ ସେ ନିଜ ବାପା ବୋଲି ସମ୍ବୋଧନ କରିଛନ୍ତି । ସେ ତତ୍କାଳୀନ ଜନତା ଦଳ ଅମଳରୁ ଦଳ ସହ ସମ୍ପୃକ୍ତ ଅଛନ୍ତି । ତାଙ୍କ ମନରେ ଥିବା ଅସନ୍ତୋଷ ଏବଂ କ୍ଷୋଭ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ରୋମାଞ୍ଚ ।

ଭୁବନେଶ୍ବରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
Last Updated : Apr 2, 2019, 10:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.