ETV Bharat / state

ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର ଦାବି

author img

By

Published : Oct 12, 2021, 6:27 AM IST

ପିଲାସଂଖ୍ୟା ହ୍ରାସ ପାଇବାରୁ ଗ୍ରାମ ବାହାରକୁ ସ୍ଥାନାନ୍ତର ହୋଇଥିଲା ସ୍କୁଲ । ଏବେ ସଂଖ୍ୟା ବୃଦ୍ଧି ପାଇବାରୁ ବିଦ୍ୟାଳୟ ପୁନଃକ୍ଷମ ନେଇ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବିଦ୍ୟାଳୟ ପୁନଃକ୍ଷମ ନେଇ ଜୋର୍ ଧରିଲା ତାତି, ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଶିକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ

ଦେବଗଡ: ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ବିରୋଧ କରିଛନ୍ତି ଗ୍ରାମବାସୀ । ତେବେ ବିଦ୍ୟାଳୟରେ ଅଳ୍ପ ସଂଖ୍ୟକ ପିଲା ଅଧ୍ୟୟନ କରୁଥିବା ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଗତବର୍ଷ ବିଦ୍ୟାଳୟ ସ୍ଥାନାନ୍ତର କରିଥିବା ବେଳେ ଚଳିତ ବର୍ଷ ପିଲାସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ବିଦ୍ୟାଳୟଟି ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ମର୍ହା ଗ୍ରାମବାସୀ ।

ତେବେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତର ମର୍ହା ଗାଁରେ ଏହି ବିଦ୍ୟାଳୟଟି 1974 ମସିହାରୁ ସ୍ଥାପନ ହୋଇଥିବା ଜଣାପଡିଛି । ଏଥିରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ମର୍ହା ଓ ଆଖପାଖ ଅଞ୍ଚଳର ପାଉଡ଼ିଭୂୟାଁ ଆଦିମ ଜନଜାତି ସମ୍ପ୍ରଦାୟର ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରି ଆସୁଥିଲେ । ମାତ୍ର ଗତବର୍ଷ ଏହି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ଏହି ବିଦ୍ୟାଳକୁ ଗାଁ ଠାରୁ 3 କିଲୋମିଟର ଦୂରରେ ଥିବା ଔତଳ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରିଛନ୍ତି । ତେବେ ଚଳିତ ବର୍ଷ ଏହି ବିଦ୍ୟାଳୟରେ ପାଠ ପଢିବାକୁ ପିଲାସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

ତା ସହିତ ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ପ୍ରାୟ 30ରୁ ଊର୍ଦ୍ଧ୍ବ ପିଲା ପାଠ ପଢିବାକୁ ଆଗ୍ରହୀ ଥିବା ଜଣାପଡିଛି । ସେପଟେ ଏହି ପରିପ୍ରେକ୍ଷୀରେ ଶିକ୍ଷା ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କର ବିଦ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତ୍ୟାହାର କରି ମର୍ହା ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.