ETV Bharat / state

ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ - ଅସ୍ୱାସ୍ଥ୍ୟକର ପ୍ରାଥମିକ ବିଦ୍ୟାଳୟ

ଦେବଗଡ଼ ପୌରାଞ୍ଚଳ ଅଧିନରେ ଥିବା ଛଅ ନମ୍ବର ୱାର୍ଡ ହାତିଶାଳ ସାହି ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପରିବେଶ ପାଲଟିଛି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର । ବିଦ୍ୟାଳୟ ଚତୁଃପାର୍ଶ୍ଵ ସହରର ଅଳିଆ ଆବର୍ଜନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ଦେବଗଡ଼ ପୌରାଞ୍ଚଳ
ଫଟୋ ସୌଜନ୍ୟ: ପ୍ରତିନିଧି, ଦେବଗଡ
author img

By

Published : Nov 28, 2019, 4:10 AM IST

ଦେବଗଡ: ସରକାରଙ୍କ ସ୍ୱଚ୍ଛ ମିଶନ ଅନ୍ତର୍ଗତ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷିତ ହୋଇଛି ଦେବଗଡ଼ ପୌରାଞ୍ଚଳ । ମାତ୍ର ଦେବଗଡ଼ ପୌରାଞ୍ଚଳ ଅଧିନରେ ଥିବା ଛଅ ନମ୍ବର ୱାର୍ଡ ହାତିଶାଳ ସାହି ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପରିମଳ ଅବସ୍ଥା ଦେଖିଲେ ସରକାରଙ୍କ ଏହି ଘୋଷଣା କେବଳ କାଗଜପତ୍ରରେ ସୀମିତ ବୋଲି ମନେ ହେଉଛି ।

ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା ହୋଇଛି ଦେବଗଡ଼ ସହର । ମାତ୍ର ବାସ୍ତବ ସ୍ଥିତି ଯେ ସମ୍ପୂର୍ଣ୍ଣ ଅଲଗା ତାହା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ୪୬ ଜଣ ଛାତ୍ରଛାତ୍ରୀ । ଏହି ବିଦ୍ୟାଳୟର ପରିବେଶ ପାଲଟିଛି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର । ବିଦ୍ୟାଳୟ ଚତୁଃପାର୍ଶ୍ଵ ସହରର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ପଡ଼ିଥିବା ବେଳେ ବିଦ୍ୟାଳୟ ପରିସରରେ ଖୋଲିଖୋଲି ଭାବେ ମଳତ୍ୟାଗ କରୁଛନ୍ତି ଲୋକେ । ଫଳରେ ବିଦ୍ୟାଳୟ ପରିସର ଅତ୍ୟନ୍ତ ଦୁର୍ଗନ୍ଧମୟ ଓ ପ୍ରଦୂଷିତ ହୋଇପଡ଼ିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଦେବଗଡ

ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ । ବର୍ଯ୍ୟଜଳ ନିଷ୍କାସନ ପାଇଁ ବିଦ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ ବର୍ଷ ବର୍ଷ ଧରି ଆବର୍ଜନାରେ ଭର୍ତ୍ତି ହୋଇ ପଡିଛି । ବିଦ୍ୟାଳୟରେ ପାଚେରୀ ନଥିବାରୁ ବିଦ୍ୟାଳୟ ପରିସରରେ ବାହାର ଲୋକେ ଅନାୟସରେ ପ୍ରବେଶ କରି ଏହାର ପରିବେଶକୁ ଅପରିଷ୍କାର କରିଚାଲିଛନ୍ତି ।

ବିଦ୍ୟାଳୟରେ ପାଚେରୀ ଦିଆଯିବା ସହ ବିଦ୍ୟାଳୟ ପରିସରକୁ ସହରର ବର୍ଯ୍ୟଜଳ ଛଡା ନଯିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ପରିଚାଳନା କମିଟି ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଗୋଟିଏ ପକ୍ଷରେ ଜିଲ୍ଲା ପ୍ରଶାସନ ଦେବଗଡ଼ ସହରକୁ ସୁସ୍ଥ ,ସ୍ୱଚ୍ଛ ଓ ସୁନ୍ଦର କରି ଗଢିତୋଳିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏକ୍ଷେତ୍ରରେ ତାହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ । ଏ ସମ୍ପର୍କରେ ଦେବଗଡ଼ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହାକୁ ସ୍ୱୀକାର କରିବା ସହିତ ବିଦ୍ୟାଳୟ ପରିସରରେ ଖୁବ ଶୀଘ୍ର ପାଚେରୀ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଦେବଗଡରୁ ସରୋଜ କୁମାର ଶତପଥି,ଇଟିଭି ଭାରତ

Intro:ସରକାରଙ୍କ ସ୍ୱଚ୍ଛ ମିଶନ ଅନ୍ତର୍ଗତ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷିତ ହୋଇଛି ଦେବଗଡ଼ ପୋୖରାଞ୍ଚଳ । ମାତ୍ର ଦେବଗଡ଼ ପୋୖରାଞ୍ଚଳ ଅଧିନ ଛଅ ନମ୍ବର ୱାର୍ଡ ହାତିଶାଳ ସାହି ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ପରିମଳ ଅବସ୍ଥା ଦେଖିଲେ ସରକାରଙ୍କ ଏହି ଘୋଷଣା ଯେ କେବଳ କାଗଜପତ୍ର ରେ ସୀମିତ ଓ ବାସ୍ତବ ସ୍ଥିତି ସମ୍ପୂର୍ଣ ଭିନ୍ନ ତାହା ସହଜେ ଅନୁମେୟ ।

Body:ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା ହୋଇଛି ଦେବଗଡ଼ ସହର । ମାତ୍ର ବାସ୍ତବ ସ୍ଥିତି ଯେ ସମ୍ପୂର୍ଣ୍ଣ ଅଲଗା ତାହା ଦେଖିବାକୁ ମିଳିଛି ଦେବଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ ଛଅ ନମ୍ବର ୱାର୍ଡ ଅଧିନ ହାତିଶାଳ ସହି ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଛନ୍ତି ୪୬ ଜଣ ଛାତ୍ରଛାତ୍ରୀ । ଶିକ୍ଷାଦାନ କରୁଛନ୍ତି ୩ ଜଣ ଶିକ୍ଷକ । ତେବେ ଏହି ବିଦ୍ୟାଳୟ ର ପରିବେଶ ପାଲଟିଛି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର । ବିଦ୍ୟାଳୟ ଚତୁଃପାର୍ଶ୍ଵ ସହର ର ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ପଡ଼ିଥିବା ବେଳେ , ବିଦ୍ୟାଳୟ ପରିଷର ରେ ଖୁଲାମଖୋଲା ମଳତ୍ୟାଗ କରୁଛନ୍ତି ଲୋକେ । ଫଳରେ ବିଦ୍ୟାଳୟ ପରିଷର ଅତ୍ୟନ୍ତ ଦୁର୍ଗନ୍ଧମୟ ଓ ପ୍ରଦୂଷିତ ହୋଇ ପଡ଼ିଛି । ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ରେ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ । ବର୍ଯ୍ୟଜଳ ନିଷ୍କାସନ ପାଇଁ ବିଦ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ ବର୍ଷ ବର୍ଷ ଧରି ଆବର୍ଜନା ରେ ଭର୍ତ୍ତି ହୋଇ ପଡିଛି । ବିଦ୍ୟାଳୟ ରେ ପାଚେରୀ ନଥିବାରୁ ବିଦ୍ୟାଳୟ ପରିଷର ରେ ବାହାର ଲୋକେ ଅନାୟସ ରେ ପ୍ରବେଶ କରି ଏହାର ପରିବେଶ କୁ ଅପରିଷ୍କାର କରିଚାଲିଛନ୍ତି । ବିଦ୍ୟାଳୟ ରେ ପାଚେରୀ ଦିଆଯିବାକୁ ଓ ବିଦ୍ୟାଳୟ ପରିଷର କୁ ସହର ର ବର୍ଯ୍ୟଜଳ ଛଡା ନଯିବାକୁ ବିଦ୍ୟାଳୟ କତ୍ତୃପକ୍ଷ ଓ ପରିଚାଳନା କମିଟି ବାରମ୍ବାର ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଗୋଟିଏ ପକ୍ଷରେ ଜିଲ୍ଲା ପ୍ରଶାସନ ଦେବଗଡ଼ ସହର କୁ ସୁସ୍ଥ , ସ୍ୱଚ୍ଛ , ଓ ସୁନ୍ଦର ଗଢିତୋଳିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ , ଏକ୍ଷେତ୍ରରେ ତାହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ ।

Conclusion: ପ୍ରଶାସନିକ କଳ ର ଉଦାସୀନତା କାରଣରୁ ଏହି
ବିଦ୍ୟାଳୟ ପରିବେଶ ସମ୍ପୂର୍ଣ୍ଣ ଆସ୍ଵାସ୍ଥ୍ୟକର ହୋଇପଡିଥିବା ବେଳେ , ଏଠାରେ ଅଧ୍ୟୟନ କରୁଥିବା କୋମଳ ମତି ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପଡୁଥିବା ପରିଲକ୍ଷିତ ହୋଇଛି । ଏ ସମ୍ପର୍କରେ ଆମେ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହାକୁ ସ୍ୱୀକାର କରିବା ସହିତ ବିଦ୍ୟାଳୟ ପରିଷର ରେ ଖୁବ ଶୀଘ୍ର ପାଚେରୀ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।
byte 1 - ମଞ୍ଜୁଳ ନାୟକ ( ସ୍ଥାନୀୟ ୱାର୍ଡ ବାସୀ )
byte 2 -. ପ୍ରଦୋଷ କୁମାର ନାୟକ ( ଜିଲ୍ଲା ଶିକ୍ଷା ଅଧିକାରୀ ଦେବଗଡ଼ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.