ETV Bharat / state

ଶାଳପତ୍ରର ଅଭାବୀ ବିକ୍ରୀ: ଜୀବିକା ହରାଇବାକୁ ବସିଲେଣି ରାୟପୁରବାସୀ - ବୁଡିବାକୁ ବସିଲାଣି କୂଳ ବେଉସା

ଶାଳପତ୍ରରେ ବନ୍ଧା ଜୀବନ । ପ୍ରତିଦିନ ଶାଳପତ୍ର ତୋଳି ଓ ତାହାକୁ ଖାଲି ଚଉପଦୀ ତିଆରି କରି ବଜାରରେ ବିକ୍ରି କରିବା ଓ ଏଥିରୁ ଯେଉଁ ଦୁଇ ପାଇସା ମିଳେ, ତହିଁରେ ପରିବାର ପ୍ରତିପୋଷଣ କରିବା ପାଲଟିଛି ମୁଖ୍ୟ ଜୀବିକା । ଅଧିକ ଖବର ପଢନ୍ତୁ...

ଶାଳପତ୍ରର ଅଭାବିବିକ୍ରୀ ; ଜୀବିକା ହରାଇବାକୁ ବସିଲେଣି ରାୟପୁର ବାସୀ

author img

By

Published : Feb 12, 2020, 3:32 PM IST

ଦେବଗଡ: ଶାଳପତ୍ରରେ ବନ୍ଧା ଜୀବନ । ପ୍ରତିଦିନ ଶାଳପତ୍ର ତୋଳି ଓ ତାହାକୁ ଖାଲି ଚଉପଦୀ ତିଆରି କରି ବଜାରରେ ବିକ୍ରି କରିବା ଓ ଏଥିରୁ ଯେଉଁ ଦୁଇ ପାଇସା ମିଳେ ତହିଁରେ ପରିବାର ପ୍ରତିପୋଷଣ କରିବା ପାଲଟିଛି ମୁଖ୍ୟ ଜୀବିକା । ଏଭଳି ଜୀବିକାକୁ ବର୍ଷ ବର୍ଷ ଧରି ଆଦରି ନେଇଛନ୍ତି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ରାୟପୁର ଗାଁର ମହିଳାମାନେ ।

ଶାଳପତ୍ରର ଅଭାବିବିକ୍ରୀ ; ଜୀବିକା ହରାଇବାକୁ ବସିଲେଣି ରାୟପୁର ବାସୀ

ଜିଲ୍ଲାର ତିଳେଇବଣି ବ୍ଲକ ଟାଇସର ପଞ୍ଚାୟତର ରାୟପୁର ଗାଁ । ଏହି ଗାଁରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି ସୁଦୂର ଝାଡ଼ଖଣ୍ଡରୁ ଆସିଥିବା 28 ଟି ମୁଣ୍ଡା ଆଦିବାସୀ ପରିବାର । ପରିବାର ପ୍ରତିପୋଷଣ ପାଇଁ ଏହି ଗାଁ ର ପୁରୁଷ ମାନେ କାମ ଅନ୍ବେଷଣରେ ଦୂରଦୂରାନ୍ତରେ । ତେବେ ପଛରେ ପଡିନାହାଁନ୍ତି ଗାଁର ମହିଳା । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ରୋଜଗାର କରିବା ଲକ୍ଷ୍ୟରେ ଶାଳପତ୍ର ତୋଳି ତାହାକୁ ଖଲି ଚଉପଦୀ ତିଆରି କରି ବିକ୍ରି କରୁଛନ୍ତି । ହେଲେ ଏହି ବେଉସା ଏବେ ବୁଡିବା ଉପରେ । ପରିଶ୍ରମ ଠାରୁ ଢେର କମ ପାରିଶ୍ରମିକ ସହ ଏବେ ଦାଉ ସାଧିଛି ବନବିଭାଗର କଡା କଟକଣା ।

ଭୋରୁ ଭୋରୁ ଜଙ୍ଗଲକୁ ଯାଇ ଶାଳପତ୍ର ଆଣି ତିଆରି କରିଥାନ୍ତି ଖଲି ଚଉପଦୀ । ଯାହାର ମୂଲ୍ୟ ଶହ ପ୍ରତି ରହିଛି 25 ଟଙ୍କାରୁ 40 । ହେଲେ ଏବେ ଜଙ୍ଗଲକ୍ଷୟ ସାଙ୍ଗକୁ ଶାଳପତ୍ରର ଅଭାବ ମହିଳାଙ୍କ ଏହି ଜୀବିକା ନାଆକୁ ବୁଡାଇବାକୁ ବସିଛି । ଅନ୍ୟପଟେ କଟା ଘାରେ ଚୂନ ସୃଦଶ ହୋଇଛି ପ୍ଲାଷ୍ଟିକର ବ୍ୟବହାର । ଯାହା ଫଳରେ ଶାଳପତ୍ର ଖଲି ଚଉପଦୀର ଚାହିଦା ବଜାରରେ ହ୍ରାସ ପାଉଛି । ଆଉ ଏହି ପରିପ୍ରେକ୍ଷୀରେ ଏବେ କେବଳ ଗୋଟିଏ ସାହା ସରକାରୀ ପ୍ରୋତ୍ସାହନ ।

ତେବେ ଦେଖିବାକୁ ବାକି ରହିଲା , ଶାଳପତ୍ର ଖଲି ଚଉପଦୀ ତିଆରି କରି ପରିବାର ପ୍ରତିପୋଷଣ କରି ଆସୁଥିବା ରାୟପୁର ଗାଁର ମହିଳା ମାନଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ଦିଗରେ ପ୍ରଶାସନ କଣ ପଦକ୍ଷେପ ନେଉଛି?

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.