ETV Bharat / state

ଏସଟିଏଫ ଚଢାଉ, ଦୁଇ ବାଘ ଶିକାରୀ ଗିରଫ - ଦେବଗଡ ଏସଟିଏଫ ଚଢାଉ

ଦେବଗଡ ବନଖଣ୍ଡ ଅଧିନ କାଦୋପଡା ଗାଁରେ ଏସଟିଫ ଚଢାଉ । ଦୁଇ ଶିକାରୀ ଗିରଫ । ଅଧିକ ପଢନ୍ତୁ...

ଏସଟିଏଫ ଚଢାଉ, ଦୁଇ ବାଘ ଶିକାରୀ ଗିରଫ
ଏସଟିଏଫ ଚଢାଉ, ଦୁଇ ବାଘ ଶିକାରୀ ଗିରଫ
author img

By

Published : Mar 23, 2021, 8:01 PM IST

ଦେବଗଡ: ଜିଲ୍ଲା ବନଖଣ୍ଡ ଅଧିନ କାଦୋପଡା ଗାଁରେ ଏସଟିଏଫ ଚଢାଉ । ଘଟଣାସ୍ଥଳରୁ 2 ବାଘ ଶିକାରୀ ଗିରଫ । ଅଭିଯୁକ୍ତ ଶିକାରୀଙ୍କ ନିକଟରୁ ଏକ ବାଘଛାଲ, ନଖ, ନିଶ ଓ ଦାନ୍ତ ଇତ୍ୟାଦି ଜବତ କରାଯାଇଛି । ଅଭିଯୁକ୍ତମାନେ ସେହି ଗ୍ରାମର ସୋମନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ର ବୋଲି ପରିଚୟ ମିଳିଛି ।

ଏସଟିଏଫ ଚଢାଉ, ଦୁଇ ବାଘ ଶିକାରୀ ଗିରଫ

ସୂଚନାଯୋଗ୍ୟ, ଦେବଗଡ ବନଖଣ୍ଡ ଅଧିନସ୍ଥ ବାରୋକଟ ବନାଞ୍ଚଳରେ ପଶୁ ଶିକାରୀମାନେ ସକ୍ରିୟ ଥିବାରୁ ଏ ଦିଗରେ ଏସଟିଏଫର ତୀକ୍ଷ୍ଣ ଦୃଷ୍ଟି ରହିଥିଲା । ଗତ କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଏକ ଚିତାବାଘର ଶିକାର କରାଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଏସଟିଏଫ । ଏନେଇ ଡିଏସପି ପ୍ରବୀଣ କୁମାର ତ୍ରିପାଠୀ ଏବଂ ଏସଆଇ ତୃପ୍ତି ରଞ୍ଜନ ଦାଶଙ୍କ ନେତୃତ୍ବରେ ଏସଟିଏଫର ଏକ ସ୍ବତନ୍ତ୍ର ଟିମ୍ ବାରକୋଟ ବନାଞ୍ଚଳ ଅଧିନ କାଦୋପଡା ଗାଁରେ ଚଢ଼ାଉ କରିଥିଲେ । ଫଳରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନେ ଚିତାବାଘ ଶିକାର କରିଥିବା ନେଇ ମଧ୍ୟ ସ୍ବୀକାର କରିଛନ୍ତି । ତେବେ ଏହି ରାକେଟର ଚେର ଅନ୍ୟ ଜିଲ୍ଲାକୁ ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ଦ୍ବୟଙ୍କୁ ଏସଟିଏଫ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।

ଦେବଗଡରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.