ETV Bharat / state

ଗୃହ ନିର୍ମାଣ ପାଇଁ ଚାଲିଛି ଗଛକଟା, ନଷ୍ଟ ହେଉଛି ଜଙ୍ଗଲ ସମ୍ପଦ

ଗୃହ ନିର୍ମାଣ ପାଇଁ ଚାଲିଛି ଗଛକଟା । ବେଆଇନ ଭାବେ ହେଉଛି ଗଛ କଟା । ଫଳରେ ନଷ୍ଟ ହେଉଛି ଜଙ୍ଗଲ ସମ୍ପଦ। ଅଧିକ ପଢନ୍ତୁ...

Tree cutting is underway in deogarh forest
ଗୃହ ନିର୍ମାଣ ପାଇଁ ଚାଲିଛି ଗଛକଟା
author img

By

Published : Mar 21, 2020, 11:46 AM IST

ଦେବଗଡ: ଗୃହ ନିର୍ମାଣ ପାଇଁ ଚାଲିଛି ଅବାଧ ଗଛକଟା । ଟାଙ୍ଗରା ଭୁଇଁରେ ପରିଣତ ହୋଇଗଲାଣି ଏକର ଏକର ଜଙ୍ଗଲ ସମ୍ପଦ । ନଷ୍ଟ ହେଉଛି ପ୍ରାକୃତିକ ପରିବେଶ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ବାସଗୃହର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି ବିପୁଳ ସଂଖ୍ୟାରେ ଶାଳଗଛ । ଗରିବ ଓ ବାସହୀନ ଲୋକଙ୍କୁ ସ୍ଥାୟୀ ପକ୍କା ବାସଗୃହ ଯୋଗାଇଦେବା ଲକ୍ଷରେ ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ନଷ୍ଟ ହେଉଛି ଜଙ୍ଗଲ ସମ୍ପଦ

ଦେବଗଡ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏହି ଲୋକାଭିମୁଖୀ ଯୋଜନା । ଏହି ଯୋଜନାରେ ନିର୍ମାଣ ହେଉଛି ହଜାର ହଜାର ସଂଖ୍ୟାରେ ବାସଗୃହ । ସେଥିମଧ୍ୟରୁ ଅଧିକାଂଶ ବାସଗୃହ ହିତାଧିକାରୀଙ୍କ ନାଁ ରେ ନିର୍ମାଣ କରୁଛନ୍ତି ସ୍ଥାନୀୟ ଠିକାଦାର । ତେବେ , ଏହି ଗୃହ ର ଛାତ ସେଣ୍ଟରିଂ କାର୍ଯ୍ୟରେ ଲୁହା ପାଇପ କିମ୍ବା ବାଉଁସ ବ୍ୟବହାର ପାଇଁ ସରକାରୀ ନିୟମ ରହିଥିବା ବେଳେ, ଅସାଧୁ ଓ ମୁନାଫାଖୋର ଠିକାଦାର ମାନେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି ଲୁହା ଓ ବାଉଁଶ ବଦଳରେ ଅତି ଶସ୍ତା ଓ ସହଜରେ ମିଳିଯାଉଥିବା ଶାଳଗଛ ବ୍ୟବହାର କରି ଆସୁଛନ୍ତି । ଘର ତିଆରି କରିଦେବା ଆଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଠିକାଦାର ମାନେ ବେଧଡକ ଭାବେ କାଟି ଚାଲିଛନ୍ତି ଏକର ଏକର ଜଙ୍ଗଲ ।

ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ରେ ନିର୍ମାନଧିନ ଅଧିକାଂଶ ପ୍ରଧାନମନ୍ତ୍ରୀ ଆବାସ ଗୃହର ସେଣ୍ଟରିଂ କାର୍ଯ୍ୟରେ ବିପୁଳ ପରିମାଣରେ ଶାଳ ଓ ଅନ୍ୟାନ୍ୟ ମୂଲ୍ୟବାନ ଗଛ ବ୍ୟବହାର ହେଉଥିବା ଦେଖାଯାଉଛି । ଫଳରେ ବିଗତ କିଛିବର୍ଷ ହେଲା ଜିଲାରେ ଜଙ୍ଗଲ ସମ୍ପଦ ଦ୍ରୁତ ଅବକ୍ଷୟ ହେବା ସଙ୍ଗକୁ ଜିଲ୍ଲାର ପ୍ରାକୃତିକ ପରିବେଶ ନଷ୍ଟ ହେଉଛି । ଯାହାକି ଜିଲ୍ଲାର ଅଗଣିତ ପରିବେଶ ବିତ୍ତ ଓ ପ୍ରକୃତିପ୍ରେମୀଙ୍କୁ ବ୍ୟଥିତ କରିଛି । ଜିଲ୍ଲାରେ ଗୃହ ନିର୍ମାଣ ପାଇଁ ଚାଲିଥିବା ଅବାଧ ଗଛ କଟାକୁ ରୋକିବା ଦିଗରେ ସ୍ଥାନୀୟ ବନବିଭାଗର ତତ୍ପରତା ପ୍ରକାଶ ପାଉନାହିଁ । ଫଳରେ ଏହି କାରବାର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଗୃହ ନିର୍ମାଣ ଆଳରେ ଚାଲିଥିବା ଅବାଧ ଗଛକଟା କୁ ବନବିଭାଗ ପକ୍ଷରୁ ତୁରନ୍ତ ରୋକା ନ ଗଲେ ଆଗାମୀ ଦିନରେ ବଣ ପାହାଡ଼ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦେବଗଡ଼ ଜିଲା ଟାଙ୍ଗରା ଭୁଇଁରେ ଯେ ପରିଣତ ହେବ, ଏହା ସ୍ପଷ୍ଟ ଅନୁମେୟ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.