ETV Bharat / state

ଜନଜାତିଙ୍କ ପାଇଁ ଲୋକ ଦେଖାଣିଆ ଦରଦ, ବର୍ଷେହେଲା ଖତ ଖାଉଛି ଚୁଡାକଳ - Barkot block

ପାଉଡି ଭୂୟାଁ ଜନଜାତି ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସରକାର ଆଜକୁ ଏକବର୍ଷ ପୂର୍ବରୁ ବାରକୋଟ ବ୍ଲକ ହିଞ୍ଜିଲିତା ଗାଁରେ ସ୍ଥାପନ କରିଥିଲେ ଏକ ଚୁଡାକଳ । ହେଲେ ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହି ଚୁଡାକଳଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହୋଇ ଖତ ଖାଉଛି । ଅଧିକ ପଢନ୍ତୁ...

ପାଉଡି ଭୂୟାଁ ଜନଜାତିଙ୍କ ବ୍ୟବହାରରେ ନଆସି ବର୍ଷେହେଲା ଖତ ଖାଉଛି ଚୁଡାକଳ

author img

By

Published : Jul 4, 2020, 7:54 PM IST

ଦେବଗଡ଼: ବାରକୋଟ ବ୍ଲକ ରୁଗୁଡାକୁଦର ସ୍ଥିତ ପାଉଡି ଭୂୟାଁ ଉନ୍ନୟନ ସମିତି ପକ୍ଷରୁ ଚାଲିଥିବା ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗତ 2018-19 ଆର୍ଥିକ ବର୍ଷରେ ହିଞ୍ଜିଲିତା ଗାଁରେ ସ୍ଥାପନ କରାଯାଇଥିଲା ଏକ ଚୁଡାକଳ । ଏଥିରେ ବ୍ୟୟ ହୋଇଥିଲା ପ୍ରାୟ ୨ ଲକ୍ଷ ଟଙ୍କା । ଏହାର ପରିଚାଳନା ଦାୟିତ୍ବ ହିଞ୍ଜିଲିତା OPELIP ଗ୍ରାମ୍ୟ ଉନ୍ନୟନ ସଂଘକୁ ଦିଆଯାଇଥିଲା । ଲକ୍ଷ୍ୟ ଥିଲା ପାଉଡି ଭୂୟାଁ ଜନଜାତି ଲୋକଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା । ମାତ୍ର ଘୋର ପରିତାପର ବିଷୟ ଯେ, ଏହି ଚୁଡାକଳଟି ସ୍ଥାପନ ହେବାର ଆଜକୁ ଦୀର୍ଘ 15 ମାସ ବିତିବାକୁ ବସିଥିଲେ ମଧ୍ୟ ଏହା ଦିନକ ପାଇଁ ବି କାର୍ଯ୍ୟକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହିଛି ।

ପାଉଡି ଭୂୟାଁ ଜନଜାତିଙ୍କ ବ୍ୟବହାରରେ ନଆସି ବର୍ଷେହେଲା ଖତ ଖାଉଛି ଚୁଡାକଳ

ନୂତନ ମେସିନଟିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏହା ଠିକଭାବେ କାର୍ଯ୍ୟ କରୁନାହିଁ । ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନଥିବା ସଂଘର ସମ୍ପାଦକ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଚୁଡାକଳଟି ସ୍ଥାପନ କରି ନିଜ ଦାୟିତ୍ବ ସମ୍ପାଦନ କରିଦେଇଛନ୍ତି ସତ, ହେଲେ ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଏହାର ସୁଫଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.