ETV Bharat / state

ଦେବଗଡ଼ ବନବିଭାଗକୁ ଚ୍ୟାଲେଞ୍ଜ, ବାଘ ଛାଲ-ହାତୀ ଦାନ୍ତ ଜବତ

author img

By

Published : Jan 8, 2022, 7:26 AM IST

ଦେବଗଡରେ ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି ପଶୁ ଶିକାର । ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମରୁ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ସମେତ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ । ଅଧିକ ପଢନ୍ତୁ

ଦେବଗଡ଼ ବନବିଭାଗ ପାଇଁ ଚାଲେଞ୍ଜ: ବାଘ ଛାଲ-ହାତୀ ଦାନ୍ତ ଜବତ

ଦେବଗଡ଼/ଭୁବନେଶ୍ବର: ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛନ୍ତି ବନ୍ୟପ୍ରାଣୀ । ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି ପଶୁ ଶିକାର । ଗତକାଲି(ଗୁରୁବାର) ରାତିରେ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମରେ STF ଓ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ସମେତ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବରଘାଟ ଗ୍ରାମରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ସମ୍ପର୍କରେ STF ସୂଚନା ପାଇବା ପରେ ଦେବଗଡ ବନବିଭାଗ ସହଯୋଗରେ ବରଘାଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ ବାଘଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣରେ ବଜ୍ରକାପ୍ତା କାତି ରହିଥିବା ଜଣାପଡିଥିଲା । ତେବେ ଉକ୍ତ ସାମଗ୍ରୀ ଜବତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା ଥିବାରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି ।

ଏନେଇ STF ଓ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରିରହିଛି । ତେବେ ବଣ ପାହାଡ଼ ପରିବେଷ୍ଠିତ ଦେବଗଡ଼ ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ବନବିଭାଗ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି ।

ଦେବଗଡରୁ ସରୋଜ କୁମାର ଶତପଥୀ ଏବଂ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.