ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ଝୁଲିଲା ତାଲା

author img

By

Published : Mar 2, 2020, 6:49 PM IST

ଶିକ୍ଷକ ନିଯୁକ୍ତି ଦାବିରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନବଡ଼ିହି କରଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀଙ୍କ ଦ୍ଵାରା ପଡିଛି ତାଲା । ଯାହାଦ୍ବାରା ଦୀର୍ଘ 5 ଦିନ ଧରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରକ୍ରିୟା ବାଧା ଦେଖାଦେଇଛି ।

The school is locked to demand teacher recruitment
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲୁଛି ତାଲା

ଦେଓଗଡ: କେଉଁଠି ମାଳମାଳ ଶିକ୍ଷକ ତ ଆଉ କେଉଁଠି ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ଝୁଲୁଛି ତାଲା । ଯାହାଦ୍ବାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଶିକ୍ଷାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନବଡ଼ିହି କରଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 44 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରି ଆସୁଛନ୍ତି । 7ଟି ଶ୍ରେଣୀ ପାଇଁ ଏଠାରେ ନିଯୁକ୍ତ ଥିଲେ ପାଞ୍ଚଜଣ ଶିକ୍ଷକ । ମାତ୍ର ଜଣେ ଶିକ୍ଷକ ବର୍ଷେ ହେଲା ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ବେଳେ ଅନ୍ୟ ଜଣେ ଶିକ୍ଷକଙ୍କୁ ବର୍ଷେ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ଅନ୍ୟତ୍ର ଡେପ୍ୟୁଟେସନରେ ବଦଳି କରିଛନ୍ତି । ଫଳରେ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ପରିଲକ୍ଷିତ ହୋଇଛି ।

ବର୍ତ୍ତମାନ 7ଟି ଶ୍ରେଣୀରେ ମାତ୍ର 3 ଜଣ ଶିକ୍ଷକ ଶିକ୍ଷାଦାନ କରିବା ସମ୍ଭବ ହେଉନାହିଁ । ଯଦ୍ବାରା ବିଦ୍ୟାଳୟରେ ପଢୁଥିବା ଆଖପାଖ ଆଠଖଣ୍ଡ ଗାଁର ଛାତ୍ରଛାତ୍ରୀ ଆବଶ୍ୟକ ଶିକ୍ଷକ ଅଭାବରୁ ଠିକ ଭାବେ ଶିକ୍ଷା ଗ୍ରହଣ କରିପାରୁନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା, ଏହାର କୌଣସି ସମାଧାନ ହୋଇପାରିନାହିଁ ।

ତେଣୁ ତୁରନ୍ତ ବିଦ୍ୟାଳୟରେ ଆଉ 2 ଜଣ ଶିକ୍ଷକଙ୍କ ନିଯୁକ୍ତି ଦେବା ଦାବିରେ ଗତ 27ତାରିଖରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଛି । ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହିତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଆଜକୁ ପାଞ୍ଚଦିନ ହେଲା ଗଣଧାରଣାରେ ବସିଛନ୍ତି । ଫଳରେ ସେଠାରେ ଅବସ୍ଥାପିତ ଥିବା ଶିକ୍ଷକ ମାନେ ମଧ୍ୟ ଭିତରକୁ ପ୍ରବେଶ କରିପାରୁ ନାହାନ୍ତି ।

ପରିତାପର ବିଷୟ ଯେ, ଶିକ୍ଷକ ଅଭାବରୁ ଏହି ବିଦ୍ୟାଳୟରେ ଆଜକୁ ଦୀର୍ଘ ପାଞ୍ଚଦିନ ହେଲା ତାଲା ଝୁଲୁଥିବା ବେଳେ, ଜିଲ୍ଲାରେ ଶିକ୍ଷାର ବିକାଶ ନେଇ ଡିଣ୍ଡିମ ପିଟୁଥିବା ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଇ ଚୁପ ହୋଇ ବସିଛନ୍ତି । ଯାହା ସ୍ଥାନୀୟ ଜନସାଧାରଣଙ୍କୁ ଚକିତ କରିଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.