ETV Bharat / state

ଫେଲ ମାରିଛି ସରକାରଙ୍କ ସ୍ମାର୍ଟ ଆଲୋକୀକରଣ ଯୋଜନା - Green Field Smart LED

ଦେବଗଡ ପୌରାଞ୍ଚଳରେ ଫେଲ ମାରିଛି ସରକାରଙ୍କ ସ୍ମାର୍ଟ ଆଲୋକୀକରଣ ଯୋଜନା । 1500ରୁ ଅଧିକ ବିଦ୍ୟୁତ ଖୁଣ୍ଟ ପୋତା ହୋଇଥିଲା ବି ଏ ଯାଏଁ ଜଳୁନି ଲାଇଟ । ଅଧିକ ପଢନ୍ତୁ...

ସ୍ମାଟ ଆଲୋକୀକରଣ ଯୋଜନା ଫେଲ
ସ୍ମାଟ ଆଲୋକୀକରଣ ଯୋଜନା ଫେଲ
author img

By

Published : Jan 12, 2021, 8:46 AM IST

ଦେବଗଡ: ଫେଲ ମାରିଛି ସରକାରଙ୍କ ସ୍ମାଟ ଆଲୋକୀକରଣ ଯୋଜନା । ଦେବଗଡ ପୌରପାଳିକାରେ ଦୀର୍ଘ ଛଅମାସ ହେବ ଗ୍ରୀନ ଫିଲଡ଼ ସ୍ମାର୍ଟ ଏଲଇଡ଼ି ଯୋଜନାରେ ବିଭିନ୍ନ ସ୍ଥାନରେ ଏଲଇଡି ଲାଇଟ ଲାଗିଥିଲେ ମଧ୍ୟ ସେଥିରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସ୍ମାଟ ଆଲୋକୀକରଣ ଯୋଜନା ଫେଲ

ପୌରାଞ୍ଚଳରେ ଷ୍ଟ୍ରୀଟ ଲାଇଟ ନଥିବା ଅଞ୍ଚଳଗୁଡିକରେ ବିଦ୍ୟୁତ ପୋଲ ଓ ଏଲଇଡ଼ି ଲାଇଟ ଲଗାଇ ଆଲୋକୀକରଣ କରାଯିବା ଲକ୍ଷରେ ସରକାର ଗତ 2019 ମସିହାରେ ଦେବଗଡ଼ ପୌରାଞ୍ଚଳରେ କାର୍ଯ୍ୟକାରୀ କରିଥିଲେ 'ଗ୍ରୀନ ଫିଲଡ଼ ସ୍ମାର୍ଟ ଏଲଇଡି' ( Green Field Smart LED ) ଯୋଜନା । ଏହି ଯୋଜନାରେ ନିୟୋଜିତ ଠିକାସଂସ୍ଥା ଛଅ ମାସ ପୂର୍ବରୁ ଦେବଗଡ଼ ସହରାଞ୍ଚଳ ଝାଡଶ୍ବର ମନ୍ଦିର , ଚଡକ ମରା , ଗୋବିନ୍ଦପୁର , ମୋହିନୀପୁର , ଜାଙ୍ଗଲିକୁଦର ଆଦି ଅଞ୍ଚଳରେ 1500ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ପୋଲ ପୋତି ସେଠାରେ ବିଦ୍ୟୁତ ଉପକରଣ ତଥା ସ୍ମାର୍ଟ ଏଲଇଡ଼ି ଲାଇଟ ଖଞ୍ଜିଥିବା ଦେଖାଯାଇଛି । ମାତ୍ର ବିଡମ୍ବନାର ବିଷୟ ହେଲା , ଇତି ମଧ୍ୟରେ ଦୀର୍ଘ ଛଅମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏଠାରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ । ଫଳରେ ସେହି ଅଞ୍ଚଳଗୁଡିକ ଯେମିତି ଆନ୍ଧାର ଥିଲା ସେମିତି ହିଁ ଅନ୍ଧାର ରହିଛି ।

ତେବେ ବିଦ୍ୟୁତ୍ ପୋଲ ପୋତାଯାଇ ଉପକରଣ ଖଞ୍ଜାଯିବାର ଦୀର୍ଘ ସମୟ ବିତିବାକୁ ବସିଥିଲେ ସୁଦ୍ଧା ସମ୍ପୃକ୍ତ ଠିକାସଂସ୍ଥା ଓ ପୌର କତ୍ତୃପକ୍ଷ କାହିଁକି ଓ କୋଉଁ କାରଣ ପାଇଁ ବିଦ୍ୟୁତ୍ ସଂଯୋଗ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ଠିକାସଂସ୍ଥା ଆଲୋକୀକରଣ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର ବିଦ୍ୟୁତ ଉପକରଣ ଲଗାଇ ଥିବାରୁ ବିଦ୍ୟୁତ ସଂଯୋଗ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ଏ ନେଇ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେଇ ଦେବଗଡ଼ ପୌରାଞ୍ଚଳରେ ସ୍ମାର୍ଟ ଏଲଇଡ଼ି ଆଲୋକୀକରଣ ଯୋଜନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସହରବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.