ETV Bharat / state

ଜଳସେଚନ ଅଭାବରୁ ମଉଳି ଗଲାଣି ସୂର୍ଯ୍ୟମୁଖୀ, ଚାଷୀ ହତାଶ - ସୂର୍ଯ୍ୟମୁଖୀ ଚାଷୀଙ୍କ ଦୁଃଖ

ଦେବଗଡର ସୂର୍ଯ୍ୟମୁଖୀ ଚାଷୀଙ୍କ ଦୁଃଖ । ଦୁଇ ପଇସା ରୋଜଗାର ଆଶା ନେଇ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିବା ଚାଷୀ ଏବେ ହତାଶ । ପାଣି ଅଭାବରୁ ନଷ୍ଟ ହେବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ସୂର୍ଯ୍ୟମୁଖୀ ଚାଷ । ଅଧିକ ପଢନ୍ତୁ...

sunflower cultivation affected in deogarh need govt assistance
ମଉଳି ଗଲାଣି ସୂର୍ଯ୍ୟମୁଖୀ, ଚାଷୀ ହତାଶ
author img

By

Published : Apr 7, 2021, 11:27 AM IST

ଦେବଗଡ: ମଉଳି ଗଲାଣି ସୂର୍ଯ୍ୟମୁଖୀ । ଦୁଇ ପାଇସା ରୋଜଗାର ଆଶା ନେଇ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିବା ଚାଷୀ ଏବେ ହତାଶ । ଆଗକୁ ବର୍ଷା ନହେଲେ ସମ୍ପୂର୍ଣ୍ଣ ଚାଷ ଉଜୁଡି ଯିବାର ଆଶଙ୍କା ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ମଉଳି ଗଲାଣି ସୂର୍ଯ୍ୟମୁଖୀ, ଚାଷୀ ହତାଶ
ଦେବଗଡ଼ ଜିଲ୍ଲା କଲଣ୍ଡା ପଞ୍ଚାୟତର କଲଣ୍ଡା , ବଲଣ୍ଡା , ଝାତିକିପଶି ଓ ଚଡକମରା ଆଦି ଗାଁ ସୂର୍ଯ୍ୟମୁଖୀ ଚାଷ ପାଇଁ ବେଶ ପ୍ରସିଦ୍ଧ । ଏହି ଗାଁ ରେ ଅଧିକାଂଶ ଚାଷୀ ପ୍ରତିବର୍ଷ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମୁଖ୍ୟତଃ ଏହି ଗାଁ ଦେଇ ପ୍ରବାହିତ ହେଉଥିବା ବାଲିଆପିଟା ନାଳ ଉପରେ ନିର୍ଭର କରି ଚାଷୀମାନେ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ନାଳରୁ ଲିଫ୍ଟ ଯୋଗେ ଚାଷ ଜମିକୁ ଆବଶ୍ୟକ ଜଳ ଯୋଗାଇ ଦିଆଯାଏ । ଚଳିତ ବର୍ଷ ମଧ୍ୟ ଏ ଅଞ୍ଚଳରେ ପ୍ରାୟ 200 ଏକର ପରିମିତ ଚାଷ ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବା ଜଣାଯାଇଛି । ମାତ୍ର ଚଳିତ ବର୍ଷ ଅପ୍ରେଲ ମାସ ପହିଲା ଠାରୁ ବାଳିଆପିଟା ନାଳ ଶୁଖିଲା ପଡ଼ିଛି ।

ତେଣୁ ଚାଷଜମିକୁ ଜଳ ଯୋଗାଇବା ଚାଷୀକୁଳଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ । ବର୍ଷା ଅଭାଵରୁ ଚଳିତ ବର୍ଷ ବାଳିଆପିଟା ନାଳ ସମ୍ପୂର୍ଣ୍ଣ ଭବେ ସୁଖିଯାଇଥିବା କୁହାଯାଉଛି । ଫଳରେ ଏହାର ସିଧାସଳଖ ପ୍ରଭାବ ପରିଲକ୍ଷିତ ହୋଇଛି ସୂର୍ଯ୍ୟମୁଖୀ ଚାଷ ଉପରେ । ଜଳାଭାଵ ରୁ ଅଧିକାଂଶ ଚାଷଯମୀରେ ସୂର୍ଯ୍ୟମୁଖୀ ମଉଳିବାକୁ ବସିଲାଣି । ଆଗକୁ ବର୍ଷା ନହେଲେ ସୂର୍ଯ୍ୟମୁଖୀ ଚାଷ ସମ୍ପୂର୍ଣ୍ଣ ଉଜୁଡିଯିବାର ଆଶଙ୍କା ଦେଖାଦେଇଛି । ଯାହାକି ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ବାଳିଆପିଟା ନାଳରେ ଚେକଡ୍ୟାମ ଟିଏ ନିର୍ମାଣ କରି ଜମିଳୁ ଜଳସେଚନ ଯୋଗାଇ ଦେବାପାଇଁ ଅଞ୍ଚଳବାସୀ ଆଜକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ହାରିଗୁହାରି କରି ଆସୁଛନ୍ତି । ହେଲେ , ଚାଷୀଙ୍କ ସମସ୍ୟା ପ୍ରତି କାହାରି ତିଳେହେଲେବି ଦରଦ ଥିବାଭଳି ମନେହେଇନାହିଁ । ସୂର୍ଯ୍ୟମୁଖୀ ଚାଷୀଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ସ୍ଥାନୀୟ ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଚାଷୀକୁଳ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.