ETV Bharat / state

ବିରିଆମ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ - Sick elephant dead

ଦେବଗଡ ଜିଲ୍ଲାରେ ଅସୁସ୍ଥ ହୋଇ ନାଳରେ ପଡି ଚିକିତ୍ସାଧୀନ ଅବସ୍ଥାରେ ଥିବା ମାଈହାତୀର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Sick elephant dead in Biriam forest in Deogarh
ବିରିଆମ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ
author img

By

Published : Dec 7, 2020, 1:27 PM IST

ଦେବଗଡ: ଗତ କିଛିଦିନ ପୂର୍ବରୁ ଦେବଗଡ଼ ରେଞ୍ଜ କଂସର ସେକ୍ସନ ଅଧିନସ୍ଥ ବିରିଆମ ଗାଁ ନିକଟସ୍ଥ ଏକ ନାଳରେ ଅସୁସ୍ଥ ହୋଇ ଖସିପଡିଥିଲା । ଜୀବନ ସହିତ ସଂଗ୍ରାମ କରୁଥିବା ଏହି ଅସୁସ୍ଥ ମାଈହାତୀଟିର ସୋମବାର ମୃତ୍ୟୁ ଘଟିଛି ।

କଂସର ସେକ୍ସନ ଅନ୍ତର୍ଗତ ବିରିଆମ ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ନାଳରେ ଅସୁସ୍ଥ ହୋଇ ମାଈ ହାତୀଟି ଖସି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ପାଖରୁ ଏସମ୍ପର୍କରେ ବନ ବିଭାଗ ଖବର ପାଇବା ପରେ ଦେବଗଡ଼ ଡିଏଫଓ କ୍ଷମା ସଢଙ୍ଗୀଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ଅନୁଧ୍ୟାନ କରିବା ପରେ ମାଇହାତୀଟି ବୟସାଧିକ କାରଣରୁ ଅସୁସ୍ଥ ହୋଇପଡି ନାଳ ପାରି କରୁଥିବା ସମୟରେ ନାଳରେ ଖସିପଡିଥିବା ଜାଣିବାକୁ ପାଇଥିଲେ ।

ବନବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅସୁସ୍ଥ ମାଈ ହାତୀଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମାଈ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ସୋମବାର ବନବିଭାଗର ବହୁ ଉଚ୍ଚପଦସ୍ଥ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.