ETV Bharat / state

ସଫେଇ କର୍ମଚାରୀଙ୍କ EPF ଟଙ୍କା ଆତ୍ମସାତ, ନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା

ଦେବଗଡ଼ ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ 80ରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ଆତ୍ମସାତ ଅଭିଯୋଗ । ଏନେଇ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡାଙ୍କ ନାମରେ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Employee's  EPF money embezzled
ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ଆତ୍ମସାତ; ନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା
author img

By

Published : Jul 8, 2022, 10:28 AM IST

ଦେବଗଡ଼: ଦେବଗଡ଼ ପୌର ପରିଷଦରେ ଦୁର୍ନୀତି ଥମିବାର ନାଁ ନେଉନାହିଁ । ବିଗତ କିଛିଦିନ ପୂର୍ବରୁ ପୌର କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯିବା ଭଳି ଚାଞ୍ଚଲ୍ୟକର ଘଟଣା ଲୋକ ଲୋଚନକୁ ଆସିଥିଲା । ଏହି ଘଟଣାକୁ କିଛି ଦିନ ନପୁରୁଣୁ ଏଠାରେ କାର୍ଯ୍ୟରତ 80ରୁ ଊର୍ଦ୍ଧ୍ବ ପୌର କର୍ମଚାରୀଙ୍କ ଲକ୍ଷାଧିକ ଇପିଏଫ ଟଙ୍କା ହଡପ କରାଯାଇଥିବା ନେଇ ଅଭିଯୋଗ ଆସିଛି । ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।

ପୌର ସଫେଇ କର୍ମଚାରୀ ସଂଘ ସଭାପତି ତଥା 6 ନମ୍ବର ୱାର୍ଡ କାଉନସିଲର ଧର୍ମେନ୍ଦ୍ର ଦେବତା, ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡା ଓ ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଦେବଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ପୌର ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ପୌର କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ସଫେଇ କର୍ମଚାରୀଙ୍କ ମାସିକ ଦରମାରୁ ପ୍ରତିମାସ ଏକ ହଜାର ଟଙ୍କା ଲେଖାଏଁ ଇପିଏଫ ବାବଦକୁ କଟାଯାଉଛି । ତେବେ 2021 ମସିହା ଜୁନ ମାସ ଠାରୁ 2022 ମସିହା ଜୁନ ମାସ ପର୍ଯ୍ୟନ୍ତ ଏହି ଟଙ୍କା ଇପିଏଫ ଏକାଉଣ୍ଟରେ ଜମା ହୋଇନଥିବାରୁ ଏହି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟରେ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡାଙ୍କ ସମ୍ପୃକ୍ତି ଥିବା ସଫେଇ କର୍ମଚାରୀ ସଭାପତି ଧର୍ମେନ୍ଦ୍ର ଦେବତା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.