ETV Bharat / state

ନୂତନ ପଞ୍ଚାୟତରେ ରାସ୍ତା ସମସ୍ୟା, ପିଡ଼ିଏସ ସାମଗ୍ରୀ ପାଇଁ ଯିବାକୁ ପଡୁଛି 9 କି.ମି. - ଦେବଗଡ ପିଡ଼ିଏସ ସାମଗ୍ରୀ ପାଇଁ ଯିବାକୁ ପଡୁଛି 9 କି.ମି.

ଦୀର୍ଘ 3 ବର୍ଷ ହେଲାଣି ନୂତନ ପଞ୍ଚାୟତ ଗଠନ କରାଯାଇଛି କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ନାହିଁ ରାସ୍ତା । ରାସ୍ତା ସମସ୍ୟାରେ ସମ୍ମୁଖୀନ ହେଉଥିବା ପଞ୍ଚାୟତବାସୀଙ୍କୁ ପିଡ଼ିଏସ ସାମଗ୍ରୀ ପାଇବା ପାଇଁ ହିତାଧିକାରୀଙ୍କୁ ଦୀର୍ଘ 9 କିଲୋମିଟର କଚ୍ଚା ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଅଧିକ ପଢନ୍ତୁ...

ନାଁ କୁ ନୂତନ ପଞ୍ଚାୟତର ରାସ୍ତା ସମସ୍ୟା, ପିଡ଼ିଏସ ସାମଗ୍ରୀ ପାଇଁ ଯିବାକୁ ପଡୁଛି 9 କି.ମି.

author img

By

Published : Oct 6, 2020, 6:22 PM IST

ଦେବଗଡ: ପଞ୍ଚାୟତ କାର୍ଯ୍ୟାଳୟକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ଫଳରେ ପଞ୍ଚାୟତକୁ ପହଞ୍ଚି ପାରୁନାହିଁ ପିଡିଏସ ସାମଗ୍ରୀ । ପିଡ଼ିଏସ ସାମଗ୍ରୀ ପାଇବା ପାଇଁ ଦୀର୍ଘ 9 କିଲୋମିଟର କଚ୍ଚା ରାସ୍ତା ଅତିକ୍ରମ କରିବାକୁ ପଡୁଛି ହିତାଧିକାରୀଙ୍କୁ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର କୋଲବସା ପଞ୍ଚାୟତରେ ।

ନାଁ କୁ ନୂତନ ପଞ୍ଚାୟତର ରାସ୍ତା ସମସ୍ୟା, ପିଡ଼ିଏସ ସାମଗ୍ରୀ ପାଇଁ ଯିବାକୁ ପଡୁଛି 9 କି.ମି.

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷରେ ସରକାର ପୁନର୍ଗଠନ କଲେ ନୂତନ ପଞ୍ଚାୟତ । ଏହି ପରିପ୍ରେକ୍ଷୀରେ ଗତ 2017 ମସିହାରେ ରିଆମାଳ ବ୍ଲକ ଟିଙ୍କିବିର ପଞ୍ଚାୟତରୁ ଅଲଗା ହୋଇ ନୂତନ ଭାବେ ଗଠିତ ହେଲା କୋଲବସା ପଞ୍ଚାୟତ । ନୂଆ ପଞ୍ଚାୟତ ଗଠିତ ହେବାପରେ ପିଡ଼ିଏସ ସାମଗ୍ରୀ ଯଥା ଚାଉଳ ଗହମ ଓ କିରୋସିନ ଆଦି ପାଇବା ପାଇଁ ପ୍ରତିମାସରେ 10/15 କିଲୋମିଟର ଦୂରରେ ଥିବା ଟିଙ୍କିବିର ପଞ୍ଚାୟତକୁ ଯାଉଥିବା ଅଞ୍ଚଳବାସୀ ଅନ୍ତତଃ ନିଜ ହାତ ପାହାନ୍ତାରେ ସାମଗ୍ରୀ ପାଇବାକୁ ଆଶାବାନ୍ଧି ବସିଥିଲେ । ମାତ୍ର ପରିତାପର ବିଷୟ ପଞ୍ଚାୟତ ଗଠିତ ହେବାର ଦୀର୍ଘ ତିନି ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ନୂଆ ପଞ୍ଚାୟତରୁ ଲୋକେ ପାଇପାରିଲେନି ପିଡ଼ିଏସ ସାମଗ୍ରୀ । ଏହାର ମୁଖ୍ୟ କାରଣ ହେଲା, ଏହି ପଞ୍ଚାୟତକୁ ନାହିଁ ଖଣ୍ଡିଏ ନିତିଦିନିଆଁ ରାସ୍ତା । ରାସ୍ତା ବୋଲି ଯାହା ଅଛି, ତାହା ଗାଡ଼ ଖାଲରେ ଭର୍ତ୍ତି । ଅଧିକାଂଶ ସ୍ଥାନରେ ବର୍ଷାପାଣି ଓ ଆଣ୍ଠୁଏ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଏଠାରେ ଯାନବାହନ ଚଳାଚଳ ଦୂରକଥା, ଲୋକେ ପାଦରେ ଚାଲିଯିବାକୁ ମଧ୍ୟ ନିରାପଦ ମଣୁନାହାଁନ୍ତି । ଫଳରେ ଲୋକେ ପୂର୍ବଭଳି ପିଡ଼ିଏସ ସାମଗ୍ରୀ ପାଇଁ 9 କିଲୋମିଟର ରାସ୍ତା ଅତିକ୍ରମ କରି ପୁରୁଣା ଟିଙ୍କିବିର ପଞ୍ଚାୟତକୁ ଯାଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇବର୍ଷ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ସରିଥିଲେ ସୁଦ୍ଧା ବିଭାଗୀୟ କତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏହାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଫଳରେ ଗମନାଗମନ ଅସୁବିଧା ହେତୁ ଅଞ୍ଚଳବାସୀ ନୂତନ ପଞ୍ଚାୟତରୁ କୌଣସି ସୁଫଳ ପାଇପାରୁନଥିବାବେଳେ, ଯାତାୟତରେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.