ETV Bharat / state

ସରକାରୀ ଫାଇଲରେ ଅଟକିଛି ବଳମ ଟୁସୁଲା ରାସ୍ତା କାମ

ଦୁଇବର୍ଷ ହେଲା ସରକାରୀ ଫାଇଲରେ ଅଟକି ରହିଛି ବଳମ ଟୁସୁଲା ରାସ୍ତା କାମ । ଲୋକେ ହନ୍ତସନ୍ତ । ଅଧିକ ପଢନ୍ତ...

author img

By

Published : Jul 28, 2021, 8:01 AM IST

ସରକାରୀ ଫାଇଲିରେ ଅଟକିଛି ବଳମ ଟୁସୁଲା ରାସ୍ତା କାମ,ଲୋକେ ହନ୍ତସନ୍ତ

ଦେବଗଡ: ରାସ୍ତା ନିର୍ମାଣ ପାଇଁ ଦୁଇବର୍ଷ ହେଲା ଟେଣ୍ଡର ସରିଛି । ହେଲେ ଆଗେଇ ପାରୁନି ରାସ୍ତା ନିର୍ମାଣ କାମ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବଳମ ଠାରୁ ଟୁସୁଳା ଯାଇଥିବା ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ରାସ୍ତା ଉପରୁ ସମ୍ପୂର୍ଣ୍ଣ ପିଚୁ ଓ ମେଟାଲ ଉଠି ଯାଇଛି । ଅଧିକାଂଶ ସ୍ଥାନରେ ଗାଡ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ବର୍ଷା ପାଣି ଓ କାଦୁଅ ଜମି ରହିଛି ।

ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇ ପଡୁଛି । ଫଳରେ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିବା ବଳମ, ରମ୍ଭେଇ , ଦନ୍ତରିବାହାଳ , କଣ୍ଟାପାଲି, ଝରାଗୋଗୁଆ, ପାରପୋଷି ଆଦି ଦଶଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗ ଅଧିନରେ ଥିବା ବଳମ ଠାରୁ ଲାଇମୁରା ପର୍ଯ୍ୟନ୍ତ 54 କିଲୋମିଟର ରାସ୍ତା ମଧ୍ୟରୁ ବଳମ ଠାରୁ ତାଳଖୁଳି ପର୍ଯ୍ୟନ୍ତ 16 କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ 29 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ଗତ 2019 ମସିହାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇସାରିଛି । ମାତ୍ର ଦୁଃଖ ବିଷୟ ଯେ, ଇତିମଧ୍ୟରେ ଆଜକୁ ଦୀର୍ଘ ଦୁଇବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଦୁଇବର୍ଷ ହେଲା ଏହି କାର୍ଯ୍ୟ ଅଟକି ରହିଥିବା ଜଣାଯାଇଛି । ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାନଗଲେ ଏନେଇ ବ୍ୟାପକ ଜନ ଆନ୍ଦୋଳନର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.