ETV Bharat / state

ଦେବଗଡରେ ବଢୁଛି ହାତୀ ଉପଦ୍ରବ, ଉଜୁଡି ଯାଉଛି ଧାନ ଫସଲ

author img

By

Published : Oct 10, 2020, 7:24 AM IST

ଦେବଗଡ଼ ଜିଲ୍ଲାରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ଉଜୁଡି ଯାଉଛି ଧାନ ଫସଲ, ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ.....

rice crop damage for elephants in deogarh
ବଢୁଛି ହାତୀ ଉପଦ୍ରବ , ଉଜୁଡି ଯାଉଛି ଧାନ ଫସଲ

ଦେବଗଡ଼: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ଉଜୁଡି ଯାଉଛି ଏକର ଏକର ଧାନ ଫସଲ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବଣ ପାହାଡ଼ ଘେରା ଦେବଗଡ଼ ଜିଲ୍ଲା ହାତୀଙ୍କ ପାଇଁ ପାଲଟିଛି ସୁରକ୍ଷିତ ଆଶ୍ରୟ ସ୍ଥଳୀ । ବିଗତ କିଛିମାସ ହେଲା ଝାଡ଼ଖଣ୍ଡରୁ ବହୁସଂଖାରେ ହାତୀପଲ ଏଠାକୁ ଚାଲିଆସି ଜିଲ୍ଲାରେ ବିଭିନ୍ନ ପ୍ରାନ୍ତରେ ଉପଦ୍ରବ କରି ଚାଲିଛନ୍ତି । ବିଶେଷକରି ଜିଲ୍ଲାରେ ଧାନଚାଷ ଜୋରସୋରରେ ଚାଲିଥିବା ବେଳେ ଶତାଧିକ ସଂଖାରେ ହାତୀପଲ ଚାଲିଆସି ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ଦେବଗଡ଼ ରେଞ୍ଜ ଅଧିନ ସୁଗୁଡା ଓ ଛେପଲିପାଲି ପଞ୍ଚାୟତ, ରିଆମାଳ ରେଞ୍ଜ ଅଧିନ ଖିଲେଇ, ନୂଆଡ଼ିହି ଓ ଉଟୁଣିଆଁ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ହାତୀପଲ ଶହ ଶହ ଏକର ଫସଲ ନଷ୍ଟ କରିଥିବା ଜଣାଯାଇଛି । ସେହିପରି ହାତୀପଲକୁ ଘଉଡାଇବାକୁ ଯାଇ ଗୁରୁବାର ସୁଗୁଡା ଗ୍ରାମର 2 ଜଣ ଯୁବକ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ଏପଟେ, ଚାଷୀ କ୍ଷେତରେ ଫଳାଇ ଥିବା ସୁନାର ଫସଲକୁ ଦଳି ଚକଟି ନଷ୍ଟ କରି ଦେଉଛି । ଯାହା ଚାଷୀ ପାଇଁ ଚିନ୍ତାର କାରଣ ସାଜିଛି । ହାତୀ ଘଉଡାଇବା କ୍ଷେତ୍ରରେ ଦେବଗଡ଼ ବନବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଛି । ହେଲେ ବିଭାଗର ସମସ୍ତ ଉଦ୍ୟମ ହାତୀପଲଙ୍କ ଆଗରେ ଫେଲ ମାରୁଥିବା ଜଣାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.