ETV Bharat / state

କୋମାରେ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ - ରେଙ୍ଗାଳବେଡା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର

କୋମାରେ ପଡିଛି ରେଙ୍ଗାଳବେଡା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର । ନା ଏଠାରେ ଅଛନ୍ତି ଡାକ୍ତର, ନା ଅଛି ଔଷଧ । ଦୀର୍ଘବର୍ଷ ହେଲା ଏଠାରେ ସବୁକିଛି ଯେପରି ଠପ ହୋଇପଡିଛି । ଅଧିକ ପଢନ୍ତୁ...

କୋମାରେ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର
କୋମାରେ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର
author img

By

Published : Jul 17, 2021, 8:56 AM IST

Updated : Jul 17, 2021, 10:15 AM IST

ଦେବଗଡ: କୋମାରେ ପଡିଛି ରେଙ୍ଗାଳବେଡା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର । ନା ଏଠାରେ ଅଛନ୍ତି ଡାକ୍ତର, ନା ଅଛି ଔଷଧ । ଦୀର୍ଘବର୍ଷ ହେଲା ଏଠାରେ ସବୁକିଛି ଯେପରି ଠପ ହୋଇପଡିଛି । ସେପଟେ, ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ଛଅଟି ପଞ୍ଚାୟତର 30 ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ।

କୋମାରେ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର
କୋମାରେ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର

ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷରେ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତର ରେଙ୍ଗାଳବେଡା ଠାରେ ସ୍ଥାପନ କରାଯାଇଥିଲା ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର ।

କୋମାରେ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର

ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି କିଛି ବର୍ଷ ଚାଲିବା ପରେ ଆଜକୁ ଦୀର୍ଘ ବର୍ଷ ହେବ ବନ୍ଦ ହୋଇପଡିଛି । ନା ଏଠାରେ ଅଛନ୍ତି ଡାକ୍ତର, ନା ଏଠାରୁ ମିଳୁଛି ଔଷଧ । ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ନକହିଲା ଭଲ । ଘର ଖଣ୍ଡିକ ଭାଙ୍ଗିରୁଜି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତିତ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଗତ 2012 ମସିହାରେ ଏହାକୁ ଜଳସମ୍ପଦ ବିଭାଗରୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରି ସାରିଛନ୍ତି ।

ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ 2013 ମସିହାରେ ସମସ୍ତ ପ୍ରକ୍ରିୟା ମଧ୍ୟ ସରିଛି । ମାତ୍ର ବିଡମ୍ବନାର ବିଷୟ ଯେ, ଆଜକୁ ଦୀର୍ଘବର୍ଷ ହେଲା ଏ ସମସ୍ତ ପ୍ରକ୍ରିୟା ସରକାରୀ ଶୀତଳଭଣ୍ଡାରରେ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହିଁ । ଫଳରେ ସ୍ବାସ୍ଥ୍ୟସେବା ପାଇବାକୁ ଆଶା ବାନ୍ଧି ବସିଥିବା ଅଞ୍ଚଳବାସୀଙ୍କ ଆଶା ମଉଳି ଯିବାକୁ ବସିଛି । ସରକାରଙ୍କ ପ୍ରସ୍ତାବିତ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି କେବେ କାର୍ଯ୍ୟକ୍ଷମ ହେଉଛି ଓ ଲୋକେ କେବେ ସ୍ବାସ୍ଥ୍ୟସେବା ପାଉଛନ୍ତି, ତାହା ଦେଖିବାକୁ ବାକିରହିଲା ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : Jul 17, 2021, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.