ETV Bharat / state

ବିଦ୍ୟୁତ୍‌ ବିଭାଗର ଅବହେଳାରୁ ମୁନା ପାଲଟିଲା ଦିବ୍ୟାଙ୍ଗ, ସହାୟତା ଅପେକ୍ଷାରେ ପରିବାର - ସରକାରୀ ସହାୟତା ଅପେକ୍ଷାରେ ଜିଲୁ ମାଝୀଙ୍କ ପୁଅ

ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁଁ ଦୁଇହାତ ହରାଇ ଦିବ୍ୟାଙ୍ଗ ଭାବରେ ଜୀବନ ବିତାଉଛି ଜଣେ ଆଠ ବର୍ଷର ନାବାଳକ । ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୌଣସି ଅନୁକମ୍ପା ଯୋଗାଇ ଦିଆଯାଇନାହିଁ(jilu majhi family need need assistance) । କୃତ୍ରିମ ଅଙ୍ଗରୋପଣ କରିବା ପାଇଁ ସରକାରୀ କିମ୍ବା ସ୍ବେଚ୍ଛାସେବୀ ସଂଗଠନର ସହାୟତା ଲୋଡ଼ିଛନ୍ତି ପରିବାର । ଅଧିକ ପଢ଼ନ୍ତୁ

poor family of Deogarh need assistance for their only specially abled son
ବିଦ୍ୟୁତ ବିଭାଗର ଅବହେଳାରୁ ମୁନା ପାଲଟିଲା ଦିବ୍ୟାଙ୍ଗ, ସହାୟତା ଅପେକ୍ଷାରେ ପରିବାର
author img

By

Published : Oct 17, 2022, 9:53 AM IST

ଦେବଗଡ଼: ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁଁ ଦୁଇହାତ ହରାଇ ଦିବ୍ୟାଙ୍ଗ ଭାବରେ ଜୀବନ ବିତାଉଛି ଜଣେ 8 ବର୍ଷର ନାବାଳକ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । କୃତ୍ରିମ ଅଙ୍ଗରୋପଣ କରାଇ ପିଲାଟିର ଭବିଷ୍ୟତ ଗଢ଼ିବା କଥା ମାଆବାପା ଚିନ୍ତା କରୁଥିବା ଏଥିରେ ଅର୍ଥ ସାଜିଛି ବାଧକ । ଏବେ ସରକାରୀ ସହାୟତା ପାଇବା ଆଶାରେ ଚାତକ ଭଳି ଚାହିଁ ରହିଛନ୍ତି ଦିବ୍ୟାଙ୍ଗ ନାବାଳକଙ୍କ ପରିବାର(Specially abled son of Jilu Majhi) ।

ବିଦ୍ୟୁତ ବିଭାଗର ଅବହେଳାରୁ ମୁନା ପାଲଟିଲା ଦିବ୍ୟାଙ୍ଗ, ସହାୟତା ଅପେକ୍ଷାରେ ପରିବାର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବରଡ଼ାନାଳି ଗ୍ରାମ ବାସିନ୍ଦା ହେଉଛନ୍ତି ଜିଲୁ ମାଝୀ ଓ ତାଙ୍କ ପତ୍ନୀ ରୀତା ମାଝି । ମୁନା ମାଝି ଏମାନଙ୍କ ଏକ ମାତ୍ର ପୁଅ । ଚାଷବାସ କରି ଯାହା ରୋଜଗାର ହୁଏ ସେଥିରେ ପୂରା ପରିବାର ଚଳି ଯାଆନ୍ତି । ତେବେ ଗତ ଜୁଲାଇ 1 ତାରିଖରେ ପରିବାର ଉପରେ ଯେଭଳି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା । ଏକମାତ୍ର ପୁଅ ପଡ଼ିଶା ଘର ଛାତ ଉପରେ ଖେଳୁଥିବାବେଳେ ,ସେଠାରେ ଓହଳିଥିବା 11 କେଭି ବିଦ୍ୟୁତ୍‌ ତାର ଧରି ପକାଇଥିଲା । ବିଦ୍ୟୁତ୍‌ ଆଘାତରେ ନାବାଳକର ଦୁଇଟି ହାତ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ପରିବାର । ନାବାଳକର ଦୁଇ ହାତ ପୋଡ଼ି ଯାଇଥିବା ଦେଖି ଡାକ୍ତର ଦୁଇହାତ କାଟିବାକୁ ବାଧ୍ୟ ହୋଇଥିଲେ ।

ସେହିଦିନ ଠାରୁ ନାବାଳକ ଜଣକ ଦିବ୍ୟାଙ୍ଗ ଭାବରେ ଜୀବନ ବିତାଇ ଆସୁଛନ୍ତି । ଦ୍ଵିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକର ପାଠପଢ଼ାରେ ଡୋରି ବନ୍ଧା ହୋଇଛି । ନାବାଳକର ସୁନେଲି ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖିଥିବା ମାଆ ବାପାଙ୍କ ସବୁ ଆଶା ମଉଳି ଯାଇଛି । ପରିତାପର ବିଷୟ ହେଲା, ଯେଉଁ ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ନାବାଳକ ଜଣକ ହାତ ହରାଇଲେ, ସେହି ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ଅନୁକମ୍ପା ଯୋଗାଇ ଦିଆଯାଇନାହିଁ । ମୁନାକୁ ଦେଖି ମାଆବାପାଙ୍କ ଆଖିରୁ ଲୁହ ଶୁଖୁନି ।

ପୁଅ ଦେହରେ କୃତ୍ରିମ ଅଙ୍ଗରୋପଣ କରିବା ପାଇଁ ସରକାରୀ କିମ୍ବା ସ୍ବେଚ୍ଛାସେବୀ ସଂଗଠନର ସହାୟତା ଲୋଡ଼ିଛନ୍ତି ପରିବାର । ଯାହାଦ୍ବାରା ମୁନା ପାଠ ପଢ଼ି ପାରନ୍ତା ଓ ନିଜର ଭବିଷ୍ୟତ ଗଢ଼ି ପାରନ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.