ETV Bharat / state

ବନ୍ୟପ୍ରାଣୀଙ୍କ ପାଇଁ ଖୋଳାଯାଇଛି ପୋଖରୀ, ବିନା ପାଣିରେ ଛଟପଟ ବନ୍ୟଜନ୍ତୁ - ଦେବଗଡ଼ ବନ୍ୟପ୍ରାଣୀ ପୋଖରୀ

କାମ୍ପା ଯୋଜନାରେ ଖୋଳା ଯାଇଥିବା ଏହି ପୋଖରୀରେ ବ୍ୟୟ ହୋଇଥିଲା 4 ଲକ୍ଷ ଟଙ୍କା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା ଏହି ପୋଖରୀ ଖୋଳା କାର୍ଯ୍ୟ ସମାପ୍ତ ହେବା ପରଠାରୁ ପୋଖରୀରେ ଜଳ ଟୋପାଏ ଦେଖିବାକୁ ମିଳୁନାହିଁ । ଅଧିକ ପଢନ୍ତୁ...

ବନ୍ୟପ୍ରାଣୀ ପାଇଁ ଖୋଳାଗଲା ପୋଖରୀ: ହେଲେ ନାହିଁ ଟୋପାଏ ଜଳ

author img

By

Published : Apr 9, 2021, 9:57 PM IST

ଦେବଗଡ଼ : ବନ୍ୟପ୍ରାଣୀଙ୍କ ତୃଷ୍ଣା ନିବାରଣ ଉଦ୍ଦେଶ୍ୟରେ ଦେବଗଡ଼ ବନବିଭାଗ ପକ୍ଷରୁ ଗତ 2019 - 20 ଆର୍ଥିକ ବର୍ଷରେ କାଳିଆକଟା ଗାଁ ନିକଟସ୍ଥ ରମ୍ଭାଦେବୀ ସଂରକ୍ଷିତ ଜଙ୍ଗଲରେ ଖୋଳା ଯାଇଥିଲା ଏକ ପୋଖରୀ । କାମ୍ପା ଯୋଜନାରେ ଖୋଲା ଯାଇଥିବା ଏହି ପୋଖରୀରେ ବ୍ୟୟ ହୋଇଥିଲା 4 ଲକ୍ଷ ଟଙ୍କା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା, ଏହି ପୋଖରୀ ଖୋଳା କାର୍ଯ୍ୟ ସମାପ୍ତ ହେବା ପରଠାରୁ ପୋଖରୀରେ ଜଳ ଟୋପାଏ ଦେଖିବାକୁ ମିଳୁନାହିଁ ।

ବନ୍ୟପ୍ରାଣୀ ପାଇଁ ଖୋଳାଗଲା ପୋଖରୀ: ହେଲେ ନାହିଁ ଟୋପାଏ ଜଳ

ଫଳରେ ଯେଉଁ ଉଦ୍ଦେଶ୍ୟରେ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପୋଖରୀ ଖୋଳାଗଲା ସେହି ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ । ପୋଖରୀ ଖୋଳାରେ ବ୍ୟାପକ ଅନିୟମିତତା ହୋଇଥିବା ତଥା ପୋଖରୀ ଖୋଲାଯିବା ପୂର୍ବରୁ ଉପଯୁକ୍ତ ସ୍ଥାନ ନିରୂପଣ ନହେବା କାରଣରୁ ପୋଖରୀ ନିକଟରେ ଏକାଧିକ ପ୍ରାକୃତିକ ଜଳ ଉତ୍ସ ରହିଥିବା ସତ୍ତ୍ୱେ ଏଠାରେ ଜଳ ଟୋପାଏ ବି ରହୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଇବାକୁ ସାଧାରଣରେ ଦାବି ହେଉଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.