ETV Bharat / state

ମୟୂର ଶିକାରୀ ଗିରଫ, ବନ୍ଧୁକ ଜବତ

ମୟୂର ଶିକାରୀ ଗିରଫ । ଜଙ୍ଗଲରେ ଖଞ୍ଜା ଯାଇଥିବା ଏକ ଟ୍ରପ କ୍ୟାମେରାରେ ଶିକାର ଦୃଶ୍ୟ ଦେଖି ଶିକାରୀକୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ । ଅଧିକ ପଢନ୍ତୁ..

author img

By

Published : Mar 20, 2021, 10:42 PM IST

ମୟୁର ଶିକାରୀ ଗିରଫ , ବନ୍ଧୁକ ଜବତ
ମୟୁର ଶିକାରୀ ଗିରଫ , ବନ୍ଧୁକ ଜବତ

ଦେବଗଡ: ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ମୟୂର ଶିକାର କରିଥିବା ଜଣେ ଶିକାରୀକୁ ଗିରଫ କରିଛି ଦେବଗଡ଼ ବନବିଭାଗ । ଏଥିସହ ସମ୍ପୃକ୍ତ ଶିକାରୀ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ନୁଆଁ କଦଳିପାଳ ଗାଁର ଲିଙ୍ଗରାଜ ପେଣ୍ଠେଇ (40) ।

ଗତ 15 ତାରିଖରେ ବାରକୋଟ ରେଞ୍ଜ ଅଧିନ ନୁଆଁ କଦଳିପାଳ ଗାଁ ନିକଟସ୍ଥ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ଲିଙ୍ଗରାଜ ଏକ ମୟୂର ଶିକାର କରିଥିଲେ । ଏହି ଶିକାର ଦୃଶ୍ୟଟି ଜଙ୍ଗଲରେ ଖଞ୍ଜା ଯାଇଥିବା ଏକ ଟ୍ରପ କ୍ୟାମେରାରୁ ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଓ ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ । ବନବିଭାଗ କର୍ମଚାରୀମାନେ ଏ ସଂକ୍ରାନ୍ତରେ ଲିଙ୍ଗରାଜକୁ ପଚରାଉଚରା କରିବାରୁ ସେ ନିଜ ଦୋଷ ସ୍ବୀକାର କରିଥିଲା । ପରେ ଲିଙ୍ଗରାଜକୁ ଗିରଫ କରାଯିବା ସହ ତା ନିକଟରୁ ମୟୂରପୁଚ୍ଛ ସହିତ ଶିକାରରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି ।

ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ସୂତ୍ରରୁ ଜଣାଯାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.