ETV Bharat / state

ମଣ୍ଡିରୁ ଉଠୁନି ଧାନ, ରାତି ଉଜାଗର ରହି ଜଗିଛନ୍ତି ଚାଷୀ

Paddy Procurement Irregularities: ଦେବଗଡ଼ରେ ମିଲ୍ ମାଲିକଙ୍କ ଅସହଯୋଗ ଯୋଗୁଁ ହୀନସ୍ତା ଭୋଗୁଛନ୍ତି ଚାଷୀ । ହାତୀ ଭୟରେ ରାତି ଉଜାଗର ରହି ଚାଷୀମାନେ ଧାନ ବସ୍ତାକୁ ଜଗି ରହିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 7, 2024, 7:07 AM IST

paddy procurement irregularities
ଧାନ ମଣ୍ଡି ସମସ୍ୟା
ଧାନ ମଣ୍ଡି ସମସ୍ୟା

ଦେବଗଡ଼: ମଣ୍ଡିରେ ପଡିରହିଛି ଶହ ଶହ କ୍ୱିଣ୍ଟାଲ ଧାନ । ମିଲ୍ ମାଲିକଙ୍କ ଅସହଯୋଗ ଯୋଗୁଁ ହୀନସ୍ତା ଭୋଗୁଛନ୍ତି ଚାଷୀ । ରାତିସାରା ଉଜାଗର ରହି ଚାଷୀମାନେ ନିଜ ନିଜ ଧାନ ବସ୍ତାକୁ ଜଗି ରହିଛନ୍ତି । ଦେବଗଡ଼ ଜିଲ୍ଲା ଗାଙ୍ଗନଣ ସେବା ସମବାୟ ସମିତିରେ ଧାନ କିଣାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ଡିସେମ୍ବର 15 ତାରିଖଠାରୁ ଦେବଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ଧାନ କିଣା । ଜିଲ୍ଲାର ମୋଟ 38ଟି ସେବା ସମବାୟ ସମିତିର 48ଟି ମଣ୍ଡିରେ ଧାନ କିଣା ଚାଲିଛି । ମାତ୍ର ଧାନ ମଣ୍ଡିରୁ ଧାନ ଉଠାଇବାରେ ମିଲ ମାଲିକଙ୍କ ଅସହଯୋଗ କାରଣରୁ ବିଭିନ୍ନ ମଣ୍ଡିରୁ ଧାନ ଉଠିବାରେ ଅହେତୁକ ବିଳମ୍ବ ହେଉଥିବା ଦେଖାଯାଇଛି । ଏହି ପରିସ୍ଥିତିକୁ ଅଧିକ ଜଟିଳ କରିଛି ଡ୍ରାଇଭରଙ୍କ ଆନ୍ଦୋଳନ । ଡ୍ରାଇଭର ଆନ୍ଦୋଳନ ଆଳ ଦେଖାଇ ମିଲ ମାଲିକମାନେ ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠାଉ ନଥିବା କାରଣରୁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଦେବଗଡ଼ ଜିଲ୍ଲା ଗାଙ୍ଗନଣ ସେବା ସମବାୟ ସମିତିରେ ଆଜକୁ କିଛି ଦିନ ହେଲା ଶହ ଶହ କ୍ୱିଣ୍ଟାଲ ଧାନ ବସ୍ତା ଖୋଲା ଆକାଶ ତଳେ ପଡିରହିଥିବା ଦେଖିବାକୁ ମିଳିଛି । ସେପଟେ ରାତି ଉଜାଗର ରହି ଚାଷୀ ସେମାନଙ୍କ ଧାନ ବସ୍ତାକୁ ଜଗି ରହିଛନ୍ତି । ଗୋଟିଏ ପଟେ ଏହି ସେବା ସମବାୟ ସମିତିର ଗୋଦାମରେ ଜାଗା ଅଭାବରୁ କର୍ତ୍ତୃପକ୍ଷ ଧାନ ବସ୍ତାଗୁଡିକୁ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି । ଅପରପକ୍ଷେ, ଏହି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ହାତୀ ଭୟରେ ଚାଷୀମାନେ ପ୍ରବଳ ଥଣ୍ଡାରେ ଧାନ ବସ୍ତାକୁ ଜଗି ରହିଛନ୍ତି । ଏଭଳି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ...ଧାନ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ, ଛତିଶଗଡ଼ ଓ ଆନ୍ଧ୍ର ଯାଉଛି ଓଡ଼ିଶା ଧାନ

ଏହା ମଧ୍ୟ ପଢନ୍ତୁ...ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ

ଡ୍ରାଇଭର ଆନ୍ଦୋଳନ କାରଣରୁ ଯାନବାହାନ ଚଳାଚଳ କରୁନଥିବାରୁ ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠାଇବା ସମ୍ଭବ ହେଉନଥିବା ମିଲ୍ କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି । ଫଳରେ ଚାଷୀକୂଳ ଧାନ ବିକ୍ରୟ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କିଛି ଦିନ ହେଲା ଏଭଳି ସମସ୍ୟା ଜିଲ୍ଲାର ଅଧିକାଂଶ ମଣ୍ଡିରେ ଦେଖାଦେଇଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡିରୁ ଧାନ ଉଠାଣ ଦିଗରେ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାନଗଲେ ଚାଷୀକୁଳ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.