ETV Bharat / state

ନାଗଡ଼ିହି ଗାଁରେ ଫେଲ ମାରିଛି ସରକାରଙ୍କ ଅନଲାଇନ ପାଠ୍ୟକ୍ରମ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦନ୍ତାରିବାହାଳ ପଞ୍ଚାୟତ ଅନ୍ତର୍ଗତ ନାଗଡ଼ିହି ଗାଁ ରେ ଫେଲ ମାରିଛି ସରକାରଙ୍କ ଅନଲାଇନ ପାଠ୍ୟକ୍ରମ । ନା ଏଠାରେ ଉପଲବ୍ଧ ଅଛି ମୋବାଇଲ ସେବା, ନା ଅଛି ଇଣ୍ଟରନେଟ । ଆଜିର ଡିଜିଟାଲ ଇଣ୍ଡିଆ ରେ ମୋବାଇଲ ଓ ଇଣ୍ଟରନେଟ ଠାରୁ ବହୁ ଦୂରରେ ଅଛନ୍ତି ଗ୍ରାମବାସୀ । ଏଭଳି ପରିସ୍ଥିତି ରେ ପିଲାଏ ପାଠ ପଢିବେ ବା କିପରି ? ଅଧିକ ପଢନ୍ତୁ..

online-study-fail-in-debgarh
online-study-fail-in-debgarh
author img

By

Published : Jun 10, 2020, 11:02 PM IST

ଦେବଗଡ଼: ଲକଡାଉନ କଟକଣା ନେଇ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅନଲାଇନ ମାଧ୍ୟମରେ ପିଲାଙ୍କୁ ପାଠ ପଢାଇବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଦେବଗଡ଼ ଜିଲା ନାଗଡ଼ିହି ଗାଁ ରେ ଥିବା ପିଲାଙ୍କ ଅବସ୍ଥା ଦେଖିଲେ ସରକାରଙ୍କ ଅନଲାଇନ ପାଠ୍ୟକ୍ରମ ଯେ ଏଠାରେ ପ୍ରହସନ ବ୍ୟତୀତ ଆଉ କିଛିନୁହଁ , ତାହା ବେସ ବାରିହୋଇ ପଡୁଛି ।

ଦେବଗଡ଼ ଜିଲ୍ଲା ନାଗଡ଼ିହି ଗାଁରେ ଫେଲ ମାରିଛି ସରକାରଙ୍କ ଅନଲାଇନ ପାଠ୍ୟକ୍ରମ
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦନ୍ତାରିବାହାଳ ପଞ୍ଚାୟତ ଅନ୍ତର୍ଗତ ନାଗଡ଼ିହି ଗାଁରେ ଫେଲ ମାରିଛି ସରକାରଙ୍କ ଅନଲାଇନ ପାଠ୍ୟକ୍ରମ । ନା ଏଠାରେ ଉପଲବ୍ଧ ଅଛି ମୋବାଇଲ ସେବା, ନା ଅଛି ଇଣ୍ଟରନେଟ । ଆଜିର ଡିଜିଟାଲ ଇଣ୍ଡିଆ ରେ ମୋବାଇଲ ଓ ଇଣ୍ଟରନେଟ ଠାରୁ ବହୁ ଦୂରରେ ଅଛନ୍ତି ଗ୍ରାମବାସୀ । ଏଭଳି ପରିସ୍ଥିତି ରେ ପିଲାଏ ପାଠ ପଢିବେ ବା କିପରି ? ଲକଡାଉନ ଘୋଷଣା ପରେ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଯିବାରୁ ପିଲାଙ୍କ ପାଠପଢ଼ା ଜାରି ରଖିବାକୁ ସରକାର ସମସ୍ତ ସ୍କୁଲ କଲେଜ ରେ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିଥବା ବେଳେ , ନାଗଡ଼ିହି ଗାଁରେ ଥିବା ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 70 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଭଳି ପାଠପଢ଼ାରୁ ବଂଚିତ ହୋଇ ଆସୁଛନ୍ତି ।

କେବଳ ସେତିକି ନୁହଁ , ବିଭିନ୍ନ କଲେଜ ଓ ୟୁନିଭରସିଟିରେ ଉଚ୍ଚଶିକ୍ଷା ଲାଭ କରୁଥିବା ଗାଁ ର ଅନେକ ମେଧାବୀ ଛାତ୍ରଛାତ୍ରୀ ମଧ୍ୟ ଅନଲାଇନ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ଯାହାକି ଗାଁର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବାକୁ ବସିଥିବା ବେଳେ ଏନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଡେଖାଦେଇଛି । ସାରାଦେଶରେ ମୋବାଇଲ ଓ ଇଣ୍ଟରନେଟ ର ବ୍ୟବହାର ବୃଦ୍ଧିପାଇଥିବା ଲକ୍ଷକରି ସରକାର ଡିଜିଟାଲ ଇଣ୍ଡିଆର ପରିକଳ୍ପନା କରୁଥିବା ବେଳେ ନାଗଡ଼ିହି ଭଳି ଜିଲାର ଅନେକ ଗ୍ରାମାଞ୍ଚଳ ର ଅବସ୍ଥା ଦେଖିଲେ ସରକାରଙ୍କ ଏହି ପରିକଳ୍ପନା ଏଠାରେ ଫେଲ ମାରିଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି ।

ଦେବଗଡ଼ ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.