ETV Bharat / entertainment

'ଦ ସାବରମତି ରିପୋର୍ଟ' ସ୍କ୍ରିନିଂ; ଫିଲ୍ମ ଦେଖି ଭାବୁକ ହେଲେ ମୋଦି, ଖୁସିବ୍ୟକ୍ତ କଲେ ବିକ୍ରାନ୍ତ ମାସି - THE SABARMATI REPORT SCREENING

ସୋମବାର ସଂସଦରେ ଫିଲ୍ମ କାଷ୍ଟ ସହ ପ୍ରଧାନମନ୍ତ୍ରୀ ମୋଦି 'ଦ ସାବରମତି ରିପୋର୍ଟ' ଦେଖିଛନ୍ତି । ବିକ୍ରାନ୍ତ ମାସି ଏହି ସମୟର ଅନୁଭୂତି ସେୟାର କରିଛନ୍ତି ।

THE SABARMATI REPORT SCREENING
THE SABARMATI REPORT SCREENING (ANI)
author img

By ETV Bharat Entertainment Team

Published : Dec 3, 2024, 9:57 AM IST

ନୂଆଦିଲ୍ଲୀ: ସଂସଦରେ 'ଦ ସାବରମତି ରିପୋର୍ଟ' ସ୍ପେଶାଲ ସ୍କ୍ରିନିଂ । ସୋମବାର ଦିନ ଗୃହର ବାଲାୟୋଗୀ ଅଡିଟୋରିୟମରେ 'ଦ ସାବରମତି ରିପୋର୍ଟ'ର ସ୍କ୍ରିନିଂ ହୋଇଥିଲା । ଯେଉଁଥିରେ ଫିଲ୍ମର ଷ୍ଟାରକାଷ୍ଟ ସହ ପ୍ରଧାନମନ୍ତ୍ରୀ ମୋଦି ଫିଲ୍ମ ଦେଖିଛନ୍ତି । ଏଥିସହ ଏହି ସ୍କ୍ରିନିଂରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ସାଂସଦମାନେ ଯୋଗ ଦେଇ ଫିଲ୍ମ ଉପଭୋଗ କରିଛନ୍ତି । ଏହି ସମୟରେ ଭେଟେରାନ ଅଭିନେତା ଜିତେନ୍ଦ୍ରଙ୍କ ସମେତ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅଭିନେତା ବିକାଶ ମାସି ଏନେଇ ଖୁସିବ୍ୟକ୍ତ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ 'ଦ ସାବରମତି ରିପୋର୍ଟ'ର ସ୍କ୍ରିନିଂରେ ଯୋଗଦେବାକୁ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସ୍ଥାନ ବୋଲି ବର୍ଣ୍ଣନା କରିଛନ୍ତି ।

ଫିଲ୍ମ ନିର୍ମାତାଙ୍କୁ ପ୍ରଶଂସାରେ ପୋତିଲେ ମୋଦି

ମିଡିଆ ରିପୋର୍ଟ ଅନୁଯାୟୀ, ସ୍କ୍ରିନିଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ୱଳ ହୋଇଥିଲେ ଏବଂ ନିର୍ମାତାଙ୍କ ଖୁବ ପ୍ରଶଂସା କରିଥିଲେ । ସ୍କ୍ରିନିଂ ପରେ ଏକ୍ସରେ ପିଏମ ମୋଦି ପ୍ରେକ୍ଷାଳୟର ଭିତରୁ କିଛି ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, 'ସାଥୀ ଏନଡିଏ ସାଂସଦମାନଙ୍କ ସହ 'ଦ ସାବରମତି ରିପୋର୍ଟ'ର ସ୍କ୍ରିନିଂରେ ଯୋଗ ଦେଇଥିଲି । ମୁଁ ଫିଲ୍ମ ନିର୍ମାତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛି ।'

ଏହା ମଧ୍ୟ ପଢନ୍ତୁ: 2025 ପୂର୍ବରୁ ଫ୍ୟାନ୍ସଙ୍କୁ ଝଟକା; ଅଭିନୟରୁ ସନ୍ୟାସ ଘୋଷଣା କଲେ ବିକ୍ରାନ୍ତ ମାସି

ଖୁସିବ୍ୟକ୍ତ କଲେ ବିକ୍ରାନ୍ତ ମାସି

ସେପଟେ ବିକ୍ରାନ୍ତ ମାସି ଏନେଇ ନିଜର ଅଭିଜ୍ଞତା ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ସ୍କ୍ରିନିଂ ସମୟର କିଛି ଫଟୋ ସେୟାର କରି ଲେଖିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀ, ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ ବହୁ ସାଂସଦଙ୍କ ସହ ଫିଲ୍ମ ଦେଖିଥିଲି । ଏହା ଏକ ବିଶେଷ ଅନୁଭୂତି ଥିଲା । ମୁଁ ଏହାକୁ ଶବ୍ଦରେ ବ୍ୟାଖ୍ୟା କରିପାରୁ ନାହିଁ କାରଣ ମୁଁ ଭାବୁଛି ଏହା ମୋ ପାଇଁ ବହୁତ ଖୁସି ଅଟେ । ଏହା ମୋର କ୍ୟାରିୟରର ସର୍ବୋତ୍ତମ ମୁହୂର୍ତ୍ତ, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଫିଲ୍ମ ଦେଖିବାର ସୁଯୋଗ ପାଇଲି । ଆମ ଚଳଚ୍ଚିତ୍ର ଦେଖିବା ପାଇଁ ସମୟ ଦେଇଥିବାରୁ ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ କୃତଜ୍ଞତା ଜଣାଇବି । ତୁମର ପ୍ରଶଂସା ଶବ୍ଦ କେବେବି ଭୁଲି ପାରିବ ନାହିଁ ।'

The Sabarmati Report screening
The Sabarmati Report screening (ANI)

'ଦ ସାବରମତି ରିପୋର୍ଟ' କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଫେବୃଆରୀ 27, 2002 ରେ ଗୁଜୁରାଟର ଗୋଧ୍ରା ଷ୍ଟେସନ ନିକଟରେ ସାବରମତି ଏକ୍ସପ୍ରେସର ଏସ -6 କୋଚରେ ଅଗ୍ନିକାଣ୍ଡର ଦୁଃଖଦ ଘଟଣା ଉପରେ ଆଧାରିତ । ସତ୍ୟ ଘଟଣାକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଏହି ଚଳଚ୍ଚିତ୍ରକୁ ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ହରିୟାଣା, ଗୁଜୁରାଟ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଟିକସମୁକ୍ତ ଘୋଷଣା କରାଯାଇଛି ।

The Sabarmati Report screening
The Sabarmati Report screening (ANI)

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ 'ଦ ସାବରମତି ରିପୋର୍ଟ'କୁ ଟ୍ୟାକ୍ସ ଫ୍ରି କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା କପୁର

The Sabarmati Report screening
The Sabarmati Report screening (ANI)

କହିରଖୁଛୁ କି, ବାଲାଜୀ ଟେଲିଫିଲ୍ସ ଲିମିଟେଡର ଡିଭିଜନ୍ ବାଲାଜୀ ମୋସନ୍ ପିକ୍ଚର୍ସ, ଏ ବିକିର୍ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ । ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ପ୍ରମୁଖ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଂଜନ ଚାନ୍ଦେଲ ଏବଂ ଶୋଭା କପୁର, ଏକତା ଆର କପୁର, ଅମୁଲ ଭି ମୋହନ ଏବଂ ଅନସୁଲ ମୋହନ ଫିଲ୍ମ ନିର୍ମାତା ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.