ETV Bharat / state

MKCG ମେଡିକାଲ କଲେଜ ରାଗିଂ ଅଭିଯୋଗ ସତ୍ୟ ନୁହେଁ କହିଲେ କର୍ତ୍ତୃପକ୍ଷ - MKCG MEDICAL RAGGING

ବ୍ରହ୍ମପୁର ଏମ୍‌କେସିଜି(MKCG) ମେଡିକାଲ କଲେଜରେ ଇ-ମେଲ୍ ଯୋଗେ ଆସିଥିବା ରାଗିଂ ଅଭିଯୋଗ ସତ୍ୟ ନୁହେଁ କହିଲେ କର୍ତ୍ତୃପକ୍ଷ । ମେଲ୍ ଯାଞ୍ଚ ପାଇଁ ନିଆଯିବ ସାଇବର ସେଲ ସହାୟତା ।

RAGGING IN MKCG MEDICAL
RAGGING IN MKCG MEDICAL (ETV BHARAT ODISHA)
author img

By ETV Bharat Odisha Team

Published : Dec 3, 2024, 11:30 AM IST

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି(MKCG) ମେଡିକାଲ କଲେଜରେ ମେଲ ମାଧ୍ୟମରେ ସିନିୟର ଛାତ୍ରୀମାନେ ଜୁନିଅର ଛାତ୍ରୀଙ୍କୁ ରାଗିଂ କରୁଥିବା ଅଭିଯୋଗ । ଘଟଣାର ତଦନ୍ତ କରିବାକୁ ବସିଥିବା ଆଣ୍ଟି ରାଗିଂ କମିଟି ବୈଠକ ପରେ ଅଭିଯୋଗରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଆସିଥିବା ମେଲ୍ ଯାଞ୍ଚ ପାଇଁ ନିଆଯିବ ସାଇବର ସେଲର ସହାୟତା । ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଗୋଟିଏ ପରେ ଗୋଟିଏ ଏଭଳି ଅନେକ ରାଗିଂ କରାଯାଉଥିବା ନେଇ ଅଭିଯୋଗ ଆସୁଛି । ଚଳିତଥର ଆଣ୍ଟି ରାଗିଂ ସେଲ ପକ୍ଷରୁ ଏକ ଡାକ୍ତରୀ ଛାତ୍ରୀଙ୍କ ବାପା ସିନିୟର ଛାତ୍ରୀ ମାନେ ଜୁନିଅର ଛାତ୍ରୀଙ୍କୁ ରାଗିଂ କରୁଥିବା ନେଇ ମେଲ୍ ଯୋଗେ ଅଭିଯୋଗ ହୋଇଥିଲା ।

ଏଭଳି ଅଭିଯୋଗ ପାଇବା ପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଏମ୍‌କେସିଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ଘଟଣାର ତଦନ୍ତ କରିବାକୁ ଏମ୍‌କେସିଜି ମେଡିକାଲର ଆଣ୍ଟି ରାଗିଂ କମିଟିର ବୈଠକ ଶେଷ ପରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଛନ୍ତି ମେଡିକାଲ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ସୁଚିତ୍ରା ଦାଶ ।

RAGGING IN MKCG MEDICAL (ETV BHARAT ODISHA)
କଣ ରହିଥିଲା ଅଭିଯୋଗ, ତଦନ୍ତରୁ କଣ ମିଳିଲା ?

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ବସିଥିବା ଆଣ୍ଟି ରାଗିଂ ସେଲ ବୈଠକରେ ମେଡିକାଲର ଜଣେ ଜୁନିଅର ଛାତ୍ରୀଙ୍କୁ ସିନିୟର ଛାତ୍ରୀମାନେ ନୋଟ୍ ଲେଖିବାର ବାହନା ଦେଖାଇ ଅଭିଯୋଗକାରୀ ଛାତ୍ରୀଙ୍କୁ ରାଗିଂ କରୁଥିବା ନେଇ ମେଲ୍ ଯୋଗେ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପାଇବା ପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ଏମକେସିଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଏହି ଅଭିଯୋଗ ପାଇବା ପରେ ମେଡିକାଲ କଲେଜର ଆଣ୍ଟି ରାଗି ସେଲ ତୁରନ୍ତ ଅଭିଯୋଗ କରିଥିବା ଛାତ୍ରୀ ସମେତ ଏଭଳି ଘଟଣାକୁ ନେଇ ଅବଗତ ରହିଥିବା ଅନ୍ୟ ଚାରି ଜଣ ଛାତ୍ରୀଙ୍କୁ ଡ଼ାକି କମିଟି ସମ୍ମୁଖରେ ପଚରାଉଚରା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-MKCG ରେ ପୁଣି ରାଗିଂ ! 5 ସିନିୟର ହଷ୍ଟେଲରୁ ବହିଷ୍କୃତ, ଅପରାଧିକ ମାମଲା ରୁଜ

ଏହା ମଧ୍ୟ ପଢନ୍ତୁ:-MKCG ମେଡିକାଲ କଲେଜରେ ରାଗିଂ ! ଅଭିଭାବକଙ୍କ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ୍ ତଦନ୍ତ

ହେଲେ ସେହି ସମୟରେ ଇ-ମେଲ୍ ରେ ଲେଖାଯାଇଥିବା ଅଭିଯୋଗ ପରେ ଛାତ୍ରୀ ଜଣଙ୍କ ତାଙ୍କୁ କୌଣସି ପ୍ରକାରରେ ଏଭଳି ରାଗିଂ ହୋଇନଥିବା ନେଇ ନିଜର ସ୍ପଷ୍ଟ ମତ ରଖିଥିବା ବେଳେ ଏହାକୁ ନେଇ ଅବଗତ ରହିଥିବା ଛାତ୍ରୀମାନେ ମଧ୍ୟ ଏଭଳି ଘଟଣାକୁ ଖଣ୍ଡନ କରିଥିଲେ। ଏପରିକି ଯେଉଁ ଛାତ୍ରୀଙ୍କ ନାମରେ ଇ-ମେଲ୍ ଯାଇଥିଲା ସେଥିରେ ରହିଥିବା ଛାତ୍ରୀଙ୍କ ବାପାଙ୍କର ନାମ ମଧ୍ୟ ସଠିକ ଭାବେ ରହିନଥିବା ଏବଂ ସଂପୃକ୍ତ ଛାତ୍ରୀଙ୍କ ବାପାଙ୍କର ସହିତ ମେଡିକାଲ କର୍ତ୍ତୃପକ୍ଷ ଯୋଗାଯୋଗ କରାଯିବା ସମୟରେ ସେ ଏଭଳି କୌଣସି ଅଭିଯୋଗ କରିନଥିବା , ଯେଉଁ ମେଲ୍ ଆଇଡିରୁ ଏଭଳି ଅଭିଯୋଗ ଆସିଛି ସେହି ଆଇଡି ମଧ୍ୟ ତାଙ୍କର ନଥିବା ନେଇ ତଦନ୍ତ କମିଟି ସହିତ ଫୋନ୍ ଯୋଗେ ଆଲୋଚନା ସମୟରେ ସ୍ପଷ୍ଟ କରିଥିଲେ। ଏଣୁ ସମସ୍ତ ଦିଗରୁ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମିଳିନଥିବାରୁ ଅଭିଯୋଗର କୌଣସି ସତ୍ୟତା ନଥିବା ମେଡିକାଲ କଲେଜରେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ ।

"ଆଣ୍ଟି ରାଗିଂ ସେଲରୁ ଆସୁଥିବା ସମସ୍ତ ଅଭିଯୋଗ ସତ ନୁହେଁ "

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ କର୍ତ୍ତୃପକ୍ଷଙ୍କୁ ଘାରିଛି ରାଗିଂ ଚିନ୍ତା । ପୂର୍ବରୁ ଅନେକ ଥର ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର ଛାତ୍ରଙ୍କ ଦ୍ବାରା ରାଗିଂର ଶିକାର ହେଉଥ‌ିବା ଅଭିଯୋଗ ଆସିଥିଲା । ହେଲେ ଇତିମଧ୍ୟରେ ଏଭଳି ରାଗିଂ ନେଇ ଆସୁଥିବା ବିଭିନ୍ନ ଅଭିଯୋଗର ତଦନ୍ତ ହୋଇଥିବା ସେଥିରୁ କିଛି ଅଭିଯୋଗର ସତ୍ୟତା ରହିଥିବା ବେଳେ ଅନ୍ୟ କେତେକ ଅଭିଯୋଗ ସତ୍ୟତା ନଥିବା ତଦନ୍ତ ସମୟରେ ଜଣାପଡୁଛି । ଏଣୁ ଆଣ୍ଟି ରାଗିଂ ସେଲରୁ ଆସୁଥିବା ସମସ୍ତ ଅଭିଯୋଗ ସତ୍ୟତା ନୁହେଁ ବୋଲି କହିଛନ୍ତି ମେଡିକାଲର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ସୁଚିତ୍ରା ଦାଶ ।

ଏହା ମଧ୍ୟ ପଢ଼ନ୍ତୁ-

କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ରାଗିଂ, ଲୁହା ରଡରେ ପିଟିବା ସହ ନିର୍ଯାତନା

ରାଗିଂ ଘଟଣାରେ ଆକ୍ସନ, 17 ଛାତ୍ରଙ୍କ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନେଲା କାର୍ଯ୍ୟାନୁଷ୍ଠାନ - Berhampur Ragging Incident

ରାତି ସାରା ଛାତ୍ରଙ୍କୁ ମାନସିକ ନିର୍ଯାତନା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆସିଲା ରାଗିଂ ଅଭିଯୋଗ - ragging in Berhampur University

ଇ-ମେଲ୍ ସତ୍ୟତା ପାଇଁ ନିଆଯିବ ସାଇବର ସେଲ ସହାୟତା :

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ବାରମ୍ବାର ରାଗିଂ ହେଉଥିବା ଅଭିଯୋଗ ନେଇ ଦିଲ୍ଲୀର ଆଣ୍ଟି ରାଗିଂ ସେଲକୁ ଇ-ମେଲ୍ ଯାଇ ସେଠାରୁ ଏହାର ତଦନ୍ତ କରିବାକୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଆସୁଛି । ତଦନ୍ତ ସମୟରେ ଘଟଣାର କୌଣସି ସତ୍ୟତା ରହୁନଥିବା ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଥିବା ଯୋଗୁଁ ଏହାକୁ ନେଇ ଏଭଳି ଅଭିଯୋଗ ଆସିଥିବା ମେଲଗୁଡିକର ସତ୍ୟତା ଯାଞ୍ଚ ପାଇଁ ସାଇବର ସେଲର ସହାୟତା ନିଆଯିବ ବୋଲି କୁହାଯାଇଛି । ସେ ଶିକ୍ଷାନୁଷ୍ଠାନକୁ ବଦନାମ କରିବାକୁ ହେଉ ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଏପରି କରାଯାଉଥିବା ଅନୁମାନ କରାଯାଉଥିବା ବେଳେ ଏହି ଘଟଣାର କୌଣସି ସତ୍ୟତା ନଥିବା କହିଛନ୍ତି ଅଧ୍ୟକ୍ଷ ।

ମେଲ ଯୋଗେ କଣ ଯାଇଥିଲା ଅଭିଯୋଗ :

ଏମ୍‌କେସିଜି ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ ପଢ଼ୁଥ‌ିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସିନିୟର ଛାତ୍ରଛାତ୍ରୀ ରାଗିଂ କରିଥିବା ନେଇ ଆଣ୍ଟି ରାଗିଂ ସେଲ ନିକଟରେ ଅଭିଯୋଗ ହୋଇଥିଲା । ପ୍ରାୟ ୧୦୦ ଜଣ ସିନିୟର ଛାତ୍ର ଓ ୪୦ ଜଣ ସିନିୟର ଛାତ୍ରୀ ଜୁନିୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ହୋମୱାର୍କ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦ କଲେ ସିନିୟରମାନେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥ‌ିବା ନେଇ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ହୋଇଛି । ପ୍ରାୟତଃ ରାତି ସାଢ଼େ ୧୦ଟା ପରେ ସିନିୟର ଛାତ୍ରଛାତ୍ରୀ ହଷ୍ଟେଲ ବାହାରକୁ ଡାକି ସେମାନଙ୍କ ସହ ଏଭଳି ଆଚରଣ କରୁଥିବା ଅଭିଯୋଗ ଯାଇଥିଲା । ପୂର୍ବରୁ ଛାତ୍ରଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଥିବା ବେଳେ ବର୍ତ୍ତମାନ ଛାତ୍ରୀଙ୍କ ନାମରେ ଆଣ୍ଟି ରାଗି° ସେଲ ନିକଟରେ ଏଭଳି ଅଭିଯୋଗ ହେବା ପରେ ସମ୍ପୃକ୍ତ ରହିଥିବା ଛାତ୍ରୀ ମାନଙ୍କୁ ଆଣ୍ଟି ରାଗିଂ କମିଟି ସମ୍ମୁଖରେ ହାଜର ହେବାକୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.