ETV Bharat / state

ଅଟୋରୁ ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ - କୁଣ୍ଢେଇଗୋଳା ପୋଲିସ

ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥର ନିକଟରୁ ଦେଢ଼ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା କୁଣ୍ଢେଇଗୋଳା ପୋଲିସ । ଅଧିକ ପଢନ୍ତୁ...

ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ , ଜଣେ ଗିରଫ
ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ , ଜଣେ ଗିରଫ
author img

By

Published : Jul 3, 2021, 10:31 AM IST

ଦେବଗଡ: ଅଟୋରୁ ଦେଢ଼ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା କୁଣ୍ଢେଇଗୋଳା ପୋଲିସ । କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗ୍ରାମଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥର ନିକଟରୁ ଏହି ସବୁ ଗଞ୍ଜେଇ ପୋଲିସ ଜବତ କରିଛି । ଏଥିସହିତ ଜଣକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ନେଇ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକମୁଣ୍ଡା ଗ୍ରାମର ସୁଧାଂଶୁ ଶେଖର ସାହୁ ।

ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ , ଜଣେ ଗିରଫ

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କୁଣ୍ଢେଇଗୋଳା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଚଢ଼େଇମରା ଗ୍ରାମ ଛକଠାରେ ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ପାଇଥିଲା। ଏହା ଦେଖି ପୋଲିସକୁ ସନ୍ଦେହ ହେବାରୁ ଉକ୍ତ ଅଟୋକୁ ଅଟକାଇଥିଲା । ସେହି ସମୟରେ ଅଟୋ ଚାଳକ ଅଟୋକୁ ଛାଡ଼ି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରି ଯାଞ୍ଚ କରିଥିଲା ।

ଯାଞ୍ଚ ସମୟରେ ଅଟୋରେ ଗଞ୍ଜେଇ ଥିବା ଜାଣି ଅଟୋ ସମେତ ଚାଳକକୁ ଥାନାକୁ ଆଣି ପୋଲିସ ପଚରାଉଚୁରା କରିଥିଲା। ପଚରାଉଚୁରା ବେଳେ ଅଭିଯୁକ୍ତ ଅଟୋ ଚାଳକ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ନିଜ ଘରେ ରଖିବା ପରେ ଗୁରୁବାର ରାତିରେ ଏହାକୁ ଏକ ଅଟୋ ଯୋଗେ ସମ୍ବଲପୁରକୁ ଚାଲାଣ କରୁଥିଲା ବୋଲି ଜଣା ପଡ଼ିଥିଲା।

ଗତକାଲି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଥାନାଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ନିକଟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ବିକାର କରିଥିଲା । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଏହା ୧ କ୍ବିଣ୍ଟାଲ ୭୦ କେଜି ହୋଇଥିଲା । ଆଜି ଅଭିଯୁକ୍ତ ସୁଧାଂଶୁକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.