ETV Bharat / state

ଫେଲ ମାରିଛି ବସୁଧା ଯୋଜନା, ଜଳକଷ୍ଟ ଭୋଗୁଛନ୍ତି ନୂଆଭୂଇଁ ଗ୍ରାମବାସୀ - ପାଣି ସମସ୍ୟା

ଫେଲ ମାରିଛି ବସୁଧା ଯୋଜନା । ଅସ୍ୟହ ଖରା ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ପେଶି ହେଉଛନ୍ତି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ନୂଆଭୂଇଁ ଗ୍ରାମବାସୀ । ଅଧିକ ପଢନ୍ତୁ

ଫେଲ ମାରିଛି ବସୁଧା ଯୋଜନା ,ଜଳକଷ୍ଟ ଭୋଗୁଛନ୍ତି ନୂଆଁଭୁଇଁ ଗ୍ରାମବାସୀ
people facing drinking water problem
author img

By

Published : Apr 16, 2023, 1:36 PM IST

people facing drinking water problem

ଦେବଗଡ: କଲବଲ କରୁଛି ଖରା । ଅସହ୍ୟ ତାତିରେ ଛଟପଟ ଜୀବନ । ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅନ୍ୟପଟେ ପାଣି ସମସ୍ୟାରେ ଅସ୍ତବ୍ୟସ୍ତ ଜନଜୀବନ । ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତରେ ବସୁଧା ଯୋଜନା ବିଫଳ ହୋଇଛି । ପିଇବା ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ନୂଆଭୂଇଁ ଗ୍ରାମବାସୀ । ବସୁଧା ଯୋଜନାରେ ଅଚଳ ପ୍ରକଳ୍ପକୁ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ଦାୟିତ୍ବରେ ଥିବା ପଞ୍ଚାୟତ କର୍ତ୍ତୃପକ୍ଷ ଏ ଦିଗରେ ଆଦୌ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପାନୀୟଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ନୂଆଭୂଇଁ ଗ୍ରାମବାସୀ । ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଗାଁରେ ଜଳକଷ୍ଟ ଅସହ୍ୟ ହେବାରେ ଲାଗିଛି । ନୂଆଭୂଇଁ ଗାଁ ପ୍ରାୟ 60 ପରିବାର ବସବାସ କରନ୍ତି । ଲୋକସଂଖ୍ୟା 300ରୁ ଊର୍ଦ୍ଧ୍ବ ହେବେ । ଗତ 2017 ମସିହାରେ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷରେ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ଗାଁରେ ନିର୍ମାଣ ଏକ ବସୁଧା ପାନୀୟଜଳ ପ୍ରକଳ୍ପ କରାଯାଇଥିଲା । ପ୍ରାୟ 30 ଲକ୍ଷ ଟଙ୍କା ଏହି ପ୍ରକଳ୍ପରେ ବ୍ୟୟ ହୋଇଥିଲା । ପ୍ରକଳ୍ପଟି ନିର୍ମାଣ ହେବା ପରେ ପ୍ରତି ଘରକୁ ପାଇପ ସଂଯୋଗ କରି ଜଳଯୋଗାଣ ବ୍ୟବସ୍ଥା କରାଗଲା । ପରେ ପରେ ଏହାର ମେଣ୍ଟେନାନ୍ସ ଦାୟିତ୍ବ ଟାଇଁସର ପଞ୍ଚାୟତକୁ ହସ୍ତାନ୍ତର କରାଗଲା । ମାତ୍ର ଏହି ପ୍ରକଳ୍ପଟି ନିର୍ମାଣ ହେବା ପରଠାରୁ ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ପ୍ରକଳ୍ପଟି ମାସକୁ ଅଧିକାଂଶ ଦିନ ଅଚଳ ହୋଇ ରହୁଥିବାରୁ ଗ୍ରାମବାସୀ ପାନୀୟଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ।

ଏହା ବି ପଢନ୍ତୁ...ପୁରୀରେ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ୫ଟି ସଚିବ, ରଥଯାତ୍ରା ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ

ଏହା ବି ପଢନ୍ତୁ...ମାଗଣା UPSC କୋଚିଂ ପାଇଁ ନାହିଁ ଆଗ୍ରହ, ଅନୁପସ୍ଥିତ ରହିଲେ 97 ମନୋନୀତ ଆଶାୟୀ

8 ମାସ ହେଲା ପ୍ରକଳ୍ପଟି ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡିଛି । ମୋଟର ପୋଡି ଯାଇଥିବାରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଫଳରେ ଗ୍ରୀଷ୍ମ କାଳରେ ଗାଁରେ ଉତ୍କଟ ଜଳ ସଙ୍କଟ ଦେଖା ଦେଇଛି । ସେପଟେ ଗାଁରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପରୁ ଆଦୌ ପାଣି ବାହାରୁ ନଥିବା ବେଳେ, ଆଉ ଗୋଟିଏ ମାତ୍ର ନଳକୂପ ଉପରେ ଗାଁର 60 ପରିବାର ନିର୍ଭର କରି ଆସୁଛନ୍ତି । ତାହା ପୁଣି ଦୂଷିତ ଗୋଳିଆ ପାଣି ବାହାରୁଥିବାରୁ ଏହାକୁ ପିଇ ଗ୍ରାମବାସୀ ରୋଗ ବ୍ୟାଧିରେ ପଡୁଛନ୍ତି । ସବୁଠାରୁ ବିଡ଼ମ୍ବନାର ବିଷୟ ଯେ, ଅଚଳ ବସୁଧା ପ୍ରକଳ୍ପକୁ ରକ୍ଷଣାବେକ୍ଷଣ ଓ ମରାମତି କରି ଲୋକଙ୍କୁ ସୂଚାରୁରୂପେ ପାନୀୟଜଳ ଯୋଗାଇଦେବା ଦାଇତ୍ବ ସରକାର ପଞ୍ଚାୟତକୁ ହସ୍ତାନ୍ତର କରିଥିଲେ ସୁଦ୍ଧା ଟାଇଁସର ପଞ୍ଚାୟତ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କିମ୍ବା ମରାମତି କରାଯାଉନାହିଁ ।

ପ୍ରକଳ୍ପରେ ସବୁଜ ରଙ୍ଗ ବୋଳି ଓ ମୋଟା ଅଙ୍କ ବିଲ ଉଠାଇ ନିଜ ଦାୟିତ୍ୱ ସମ୍ପାଦନ କରି ଦେଉଛନ୍ତି । ଯେଉଁ ଲକ୍ଷରେ ସରକାର ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି ତାହା ଫଳପ୍ରଦ ହେଉନାହିଁ । ଅଚଳ ପ୍ରକଳ୍ପକୁ ମରାମତି କରି ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବା ସମ୍ପର୍କରେ ନୂଆଁଭୁଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ସେ ଆଦୌ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପରିସ୍ଥିତିରେ ନୂଆଭୂଇଁ ଗ୍ରାମବାସୀ ଉତ୍କଟ ଜଳକଷ୍ଟ ଭୋଗି ଆସୁଛନ୍ତି । ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରି ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି ସତ, ହେଲେ ସରକାରଙ୍କ ଅଧିନସ୍ଥ କେତେକ ଅପାରଗ କର୍ମଚାରୀଙ୍କ ଦାୟିତ୍ବହୀନତା ଓ ଅବହେଳା କାରଣରୁ ଏହି ଯୋଜନା ସଫଳ ରୂପାୟନ ହୋଇପାରୁନାହିଁ । ନୂଆଭୂଇଁ ଗାଁ ଏହାର ଏକ ଜ୍ବଳନ୍ତ ଉଦାହରଣ ।

ଇଟିିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.