ETV Bharat / state

ଅନ୍ଧାରରେ କଟୁଛି ଜୀବନ, ଚୁପ ବସିଛି ପ୍ରଶାସନ - ଚୁପ ବସିଛି ପ୍ରଶାସନ

ଦୀର୍ଘ 6 ମାସ ଧରି ଘନ ଅନ୍ଧାକାରରେ କଟୁଛି ଜୀବନ । ସେପଟେ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇଯିବାରୁ ଗାଁରେ ବିଦ୍ୟୁତ ସେବା ଠପ ହୋଇ ପଡ଼ିଥିବା ସଫେଇ ଦେଇଛନ୍ତି ବିଭାଗୀୟ କର୍ମଚାରୀ ।

No electriciti
ଫଟୋ ସୌଜନ୍ୟ: ପ୍ରତିନିଧି, ଦେବଗଡ
author img

By

Published : Nov 27, 2019, 4:21 AM IST

ଦେବଗଡ଼: ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ଅନ୍ତର୍ଗତ ଓତଳ ଗାଁରେ ବସବାସ କରନ୍ତି ପାଉଡି ଭୂୟାଁ ଆଦିବାସୀ ସମ୍ପ୍ରଦାୟର ୧୦୦ଟି ପରିବାର । ଦୁର୍ଗମ ପାର୍ବତ୍ୟ ଘେରା ଏହି ଅପହଞ୍ଚ ଇଲାକାରେ ବସବାସ କରନ୍ତି ପାଉଡି ଭୂୟାଁ ସମ୍ପ୍ରଦାୟ ଆଦିମ ଜନଜାତିର ଲୋକେ । ତେବେ ବିଦ୍ୟୁତ ସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏଠାରେ କାର୍ଯ୍ୟକାରୀ କରିଛନ୍ତି ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନା । ଗାଁରେ ବସବାସ କରୁଥିବା ସମସ୍ତ ବିପିଏଲ ପରିବାରଙ୍କୁ ସରକାର ଯୋଗାଇ ଦେଇଛନ୍ତି ବିଦ୍ୟୁତ ସେବା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଓତଳ ଗ୍ରାମବାସୀ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଦେବଗଡ

ଦିନେ ନୁହେଁ କି ଦୁଇଦିନ ନୁହେଁ ଆଜକୁ ଦୀର୍ଘ 6 ମାସ ହେଲା ଓତଳ ଗାଁରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ଗ୍ରାମବାସୀ ଘନ ଅନ୍ଧକାରରେ ଦିନ କାଟୁଥିବା ବେଳେ, ଏହି ପାର୍ବତ୍ୟ ଅଞ୍ଚଳରେ ଅଧିକାଂଶ ସମୟରେ ବନ୍ୟଜନ୍ତୁଙ୍କ ଭୟ ରହୁଥିବାରୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପିଲାମାନଙ୍କୁ ପାଠ ପଢିବାରେ ମଧ୍ୟ ବହୁ ସମସ୍ୟା ହେଉଛି । ତେବେ ଗାଁରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇଯିବାରୁ ଗାଁରେ ବିଦ୍ୟୁତ ସେବା ଠପ ହୋଇ ପଡ଼ିଥିବା ବିଭାଗୀୟ କର୍ମଚାରୀ ସଫେଇ ଦେଉଛନ୍ତି । ହେଲେ ଏହାର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇ ପାରୁନାହିଁ । ଫଳରେ ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦିନେ ନୁହଁ କି ଦୁଇଦିନ , ଆଜକୁ ଦୀର୍ଘ ଛଅମାସ ହେଲା ଗାଁ ରେ ଜଳୁନି ବିଜୁଳି ଆଲୁଅ । ବିଦ୍ୟୁତ ସେବା ଏଠାରେ ହୋଇପଡିଛି ସମ୍ପୂର୍ଣ ଠପ । ଘନ ଅନ୍ଧକାର ରେ ଦିନ କାଟୁଛନ୍ତି ଗ୍ରାମବାସୀ । ତଥାପି ମାସକୁମାସ ବିଦ୍ୟୁତ ଦେୟ ଗଣିଆସୁଛନ୍ତି ଉପଭୋକ୍ତା । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ର ଉପାନ୍ତ ଅଂଚଳ ଓତଳ ଗାଁ ରେ ।

Body:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ଅନ୍ତର୍ଗତ ଓତଳ ଗାଁ ରେ ବସବାସ କରନ୍ତି ପାଉଡି ଭୂୟାଁ ଆଦିବାସୀ ସମ୍ପ୍ରଦାୟ ର ୧୦୦ ଟି ପରିବାର । ଦୁର୍ଗମ ପର୍ବତ୍ୟ ଘେରା ଏହି ଅପହଞ୍ଚ ଇଲାକାରେ ବସବାସ କରୁଥିବା ପାଉଡି ଭୂୟାଁ ସମ୍ପ୍ରଦାୟ ଆଦିମ ଜନଜାତି ର ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇଦେବା ଲକ୍ଷ ରେ ସରକାର ଏଠାରେ କାର୍ଯ୍ୟକାରୀ କରିଛନ୍ତି ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍ କରଣ ଯୋଜନା । ଗାଁରେ ବସବାସ କରୁଥିବା ସମସ୍ତ ବିପିଏଲ ପରିବାର ଙ୍କୁ ସରକାର ଯୋଗାଇ ଦେଇଛନ୍ତି ବିଦ୍ୟୁତ ସେବା । ମାତ୍ର ଅତ୍ୟନ୍ତ ପରିତାପ ର ବିଷୟ ହେଲା , ବିଦ୍ୟୁତ ବିଭାଗ ର ଚରମ ଅବହେଳା ଯୋଗୁଁ ଓତଳ ଗ୍ରାମବାସୀ ବିଦ୍ୟୁତସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଦିନେ ନୁହଁ କି ଦୁଇଦିନ , ଆଜକୁ ଦୀର୍ଘ ଛଅମାସ ହେଲା ଓତଳ ଗାଁ ରେ ବିଦ୍ୟୁତ ସେବା ଠପ ହୋଇ ପଡିଛି । ଗ୍ରାମବାସୀ ଘନ ଅନ୍ଧକାର ରେ ଦିନ କାଟୁଥିବା ବେଳେ , ଏହି ପାର୍ବତ୍ୟ ଅଂଚଳରେ ଅଧିକାଂଶ ସମୟରେ ବନ୍ୟଜନ୍ତୁ ଙ୍କ ଭୟ ରହୁଥିବାରୁ ଲୋକେ ନାହିଁନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ପିଲାଏ ପାଠ ପଢିବାରେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଗାଁରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇଯିବାରୁ ଗାଁ ରେ ବିଦ୍ୟୁତ ସେବା ଠପ ହୋଇ ପଡ଼ିଥିବା ବିଭାଗୀୟ କର୍ମଚାରୀ ସଫେଇ ଦେଉଛନ୍ତି । ହେଲେ ଏହାର ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କୁ ଜଣାଇ ଆସୁଥିଲେ ସୁଦ୍ଧା ଏହି ସମସ୍ୟା ର ସମାଧାନ ହୋଇ ପାରୁନାହିଁ । ଫଳରେ ଏନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Conclusion:ସରକାର ଗ୍ରାମାଞ୍ଚଳ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରି ଚାଲିଛନ୍ତି ସତ , ହେଲେ ଏହି ଯୋଜନା କୁ କାର୍ଯ୍ୟକାରୀ କରାଉଥିବା ସମ୍ପୃକ୍ତ ବିଭାଗୀୟ କତ୍ତୃପକ୍ଷ ଙ୍କ ଚରମ ଅବହେଳା କାରଣ ରୁ ବାସ୍ତବ କ୍ଷେତ୍ରରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଦେବଗଡ଼ ଜିଲ୍ଲା ର ଦୁର୍ଗମ ଉପାନ୍ତ ଅଂଚଳରେ ଅବସ୍ଥିତ ଓତଳ ଗାଁ କୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ ହୋଇଛି ।

byte 1 - ଅନ୍ଧାରୁ ମଣ୍ଡଳ ( ଗ୍ରାମବାସୀ , ଓତଳ )
byte 2 - ରସା ମଣ୍ଡଳ ( ଗ୍ରାମବାସୀ , ଓତଳ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.