ETV Bharat / state

ରିଆମାଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆମିଲେ ସମସ୍ତ ସରପଞ୍ଚ । ଅଧିକ ପଢନ୍ତୁ...

author img

By

Published : Jun 19, 2021, 8:59 PM IST

ରିଆମାଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ରିଆମାଳ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଦେବଗଡ଼: ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିତାଞ୍ଜଳି ହାତୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ହୋଇଛି । ସମସ୍ତ ସରପଞ୍ଚ ଓ ସମିତ ସଭ୍ୟମାନେ ରିତାଞ୍ଜଳିଙ୍କ ବିରୋଧରେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ଜଣାପଡିଛି ।

ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ମନୋମୁଖୀ କାର୍ଯ୍ୟକଳାପ ତଥା ସରକାରୀ ନୀତି ନିୟମକୁ ଉଲଂଘନ କରି ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆଦି ଗମ୍ଭୀର ଅଭିଯୋଗ ନେଇ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ସରପଞ୍ଚ ଓ ସମିତି ସଭ୍ୟ । ଶୁକ୍ରବାର ରିଆମାଳ ପଞ୍ଚାୟତ ସମିତିର ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ଏକତ୍ରିତ ହୋଇ ଦେବଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଛନ୍ତି ।

ଅଧ୍ୟକ୍ଷା ରିତାଞ୍ଜଳି ନିଜ ଅନୁଗତଙ୍କ ପାଇଁ ଠିକାକାମ ହାତେଇବାକୁ ଯାଇ ପଞ୍ଚାୟତ ସମିତି ବିଡ଼ିଓ ଏବଂ ଅଧିନସ୍ଥ କର୍ମଚାରୀଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଥିବା ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ମାନେ ତାଙ୍କ ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । ତେବେ ସୂଚନା ଥାଉ କି ବିଗତ କିଛିମାସ ପୂର୍ବରୁ ଅଧ୍ୟକ୍ଷା ଏକ ଠିକାକାମକୁ ନେଇ ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଗାଳିଗୁଲଜ କରିଥିଲେ ।

ଫଳରେ ପଞ୍ଚାୟତ ସମିତି କର୍ମଚାରୀମାନେ ଏହାର ଦୃଢ଼ ପ୍ରତିବାଦ କରି 3 ଦିନ ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହାର ଆପୋଷ ସମାଧାନ ହୋଇଥିଲା । ତେବେ ଏହାର କିଛିଦିନ ପରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ପୁଣିଥରେ ଏଭଳି ବିବାଦ ମୁଣ୍ଡ ଟେକିଛି । ଅନ୍ୟପକ୍ଷରେ ଏହା ମୋ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଧ୍ୟକ୍ଷା ହାତୀ ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.