ETV Bharat / state

Five Panchayat Protest: ମୋବାଇଲ ନେଟୱାର୍କ ଦାବିରେ ଜାତୀୟ ରାଜପଥ ଅବରୋଧ

author img

By

Published : Jun 2, 2022, 7:39 AM IST

ମୋବାଇଲ ନେଟୱାର୍କ ଦାବିରେ ଲାଇମୁରା ଅଞ୍ଚଳ ବିକାଶ ଯୁବମଞ୍ଚ ପକ୍ଷରୁ ବୁଧବାର ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଫଳରେ ଦେବଗଡ଼ ସମ୍ବଲପୁର ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା । ଅଧିକ ପଢନ୍ତୁ

Five Panchayat Protest: ମୋବାଇଲ ନେଟୱାର୍କ ଦାବିରେ ଜାତୀୟ ରାଜପଥ ଅବରୋଧ
Five Panchayat Protest: ମୋବାଇଲ ନେଟୱାର୍କ ଦାବିରେ ଜାତୀୟ ରାଜପଥ ଅବରୋଧ

ଦେବଗଡ: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ଆଦି ୫ଟି ପଞ୍ଚାୟତବାସୀ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ । ଫଳରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିପାରି ନଥିଲେ । ତେବେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ରାଜ୍ୟ ସରକାର ଏହି ଜନ ଆନ୍ଦୋଳନକୁ ରୋକିବାକୁ ଯାଇ ତୁରନ୍ତ ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା କରି ଝରାଗୋଗୁଆ ଗ୍ରାମରେ ଏକ ମୋବାଇଲ ଟାୱାର ନିର୍ମାଣ କରିଥିଲେ । ଫଳରେ ଉକ୍ତ ୫ ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ସହିତ ଅଞ୍ଚଳବାସୀ ମଧ୍ୟ ନିର୍ବାଚନରେ ସାମିଲ ହୋଇଥିଲେ ।

ତେବେ ଇତିମଧ୍ୟରେ ଝରାଗୋଗୁଆ ଠାରେ ଟାୱାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଟାୱାର କାର୍ଯ୍ୟକ୍ଷମ ହୋଇପାରି ନାହିଁ । ସେହିପରି ଡ଼ିମିରିକୁଡ଼ା, ପାରପୋଷି ଠାରେ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଣିଥରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗତ ୧୪ ତାରିଖ ଦିନ ଝରାଗୋଗୁଆ ଗ୍ରାମର ବଜାର ପ୍ରାଙ୍ଗଣରେ ନିକଟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାସହିତ ଗତ ୧୭ ତାରିଖ ଦିନ ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଦାବିପତ୍ର ପ୍ରଦାନ କରିବା ପରେ ଯଦି ଝରାଗୋଗୁଆ ଗ୍ରାମରେ ନିର୍ମିତ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଏବଂ ବାକି ପଞ୍ଚାୟତକୁ ମୋବାଇଲ ନେଟୱାର୍କ ସଂଯୋଗ ନହୁଏ ତେବେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ୫ ପଞ୍ଚାୟତବାସୀ ମୁମ୍ବାଇ କଲିକତା ୪୯ନଂ ଜାତୀୟ ରାଜପଥକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ । ମାତ୍ର ପ୍ରଶାସନ ଓ ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ନପଡିବାରୁ ବୁଧବାର ଲଇମୁରା ଅଞ୍ଚଳ ‘ବିକାଶ ଯୁବ ମଞ୍ଚ’ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଛି । ସମ୍ବଲପୁର–ଦେବଗଡ଼ ୪୯ନଂ ଜାତୀୟ ରାଜପଥର କୌଳାସ ଛକଠାରେ ୧୨ ଘଣ୍ଟିଆ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ।

ଏହାସହିତ ନେଟୱାର୍କ ସଂଯୋଗ ନିମନ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ରାସ୍ତା ଅବରୋଧ ଯୋଗୁଁ ବହୁ ସଂଖ୍ୟାରେ ଯାନବାହାନ ରାସ୍ତାରେ ଅଟକି ରହିଥିବା ବେଳେ ଯାତାୟତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଅଧିକ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.