ଦେବଗଡ: ବିଧାୟକ ସୁବାସ ପାଣିଗ୍ରାହୀଙ୍କ ମିଳିଲା ଜାମିନ । ବିଧାୟକଙ୍କ ସମେତ ତାଙ୍କ ଦୁଇ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଜିଲ୍ଲା ଜଜ୍(MLA Subash Panigrahi get conditional bail) । ବିଧାୟକଙ୍କୁ 50 ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ସୁବାସ ପାଣିଗ୍ରାହୀ ।
ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । କ୍ଷେତ୍ର ପରିଦର୍ଶନ(field visit) କରିବାକୁ ଯାଇଥିବା ବେଳେ ସେମାନେ ମାଡ ମାରିଥିବାର ବିଡ଼ିଓ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମେ 1 ତାରିଖ ଦିନ ବିଧାୟକଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରୁ ଗିରଫ କରିଥିଲା ପୋଲିସ ।