ଦେବଗଡ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ଦାବିପତ୍ର । ପ୍ରଦାନ କରାଯାଇଥିବା ପ୍ରମୁଖ ଦାବିଗୁଡିକ ମଧ୍ୟରେ ମହାମାରୀ କୋରୋନା ସମୟରେ ରାସନକାର୍ଡ କିମ୍ବା ଶ୍ରମିକ କାର୍ଡ ନଥିବା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା, ପ୍ରତ୍ୟକ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଚିହ୍ନଟ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ କରାଯାଇ ରାସନକାର୍ଡ ପ୍ରଦାନ କରାଯିବା , ଇଂରାଜୀ ମାଧ୍ୟମରେ ଅଧ୍ୟୟନ କରୁଥିବା ସମସ୍ତ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ମାନଙ୍କ ସ୍କୁଲ ଫି ମାଫ କରାଯିବା , ରାଜ୍ୟର ସମସ୍ତ ଶିଳ୍ପାନୁଷ୍ଠାନରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ସୁଯୋଗ ଦିଆଯିବ ।
କୋରୋନା ମହାମାରୀ ସାଙ୍ଗକୁ ଅଦିନିଆଁ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଜିଲାର ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ଆଦି ଅନ୍ତର୍ଭୁକ୍ତ । ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ମହାସଂଘ ଦେବଗଡ଼ ଶାଖା ସାଧାରଣ ସମ୍ପାଦକ ତୀର୍ଥବାସୀ ସାହୁ ଙ୍କ ନେତୃତ୍ୱରେ ପ୍ରକାଶ କୁମାର ଆଚାର୍ଯ୍ୟ , ସୁଧୀର କୁମାର ବ୍ରହ୍ମା , ଆନନ୍ଦ କୁମାର କପରଦାର , ସଞ୍ଜୟ କୁମାର ନାୟକ ପ୍ରମୁଖ ଦେବଗଡ଼ ଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ