ETV Bharat / state

ମାନସିକ ରୋଗୀଙ୍କ ଟ୍ରାଫିକ ନିୟନ୍ତ୍ରଣ ନିଶା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ - ଭାଇରାଲ ଭିଡ଼ିଓ

ଦେବଗଡ଼ ସହରରେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । ଉକ୍ତ ବ୍ୟକ୍ତି ଜଣକ ମାନସିକଗ୍ରସ୍ତ ବୋଲି ଜଣାପଡ଼ିଛି । ଅଦିକ ପଢନ୍ତୁ

ମାନସିକ ରୋଗୀଙ୍କ ଟ୍ରାଫିକ ନିୟନ୍ତ୍ରଣ ନିଶା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

author img

By

Published : Nov 7, 2022, 10:58 PM IST

ଦେବଗଡ଼: ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଛକରେ ଛିଡ଼ାହୋଇ ଟ୍ରାଫିକ ନିୟନ୍ତ୍ରଣରେ ଲିପ୍ତ ରହିଛନ୍ତି ଜଣେ ମାନସିକ ରୋଗୀ । ତାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିବା ବେଳେ ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ସହରରେ ।

ମାନସିକ ରୋଗୀଙ୍କ ଟ୍ରାଫିକ ନିୟନ୍ତ୍ରଣ ନିଶା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ଦେହରେ ଖାକି ପୋଷାକ, ମୁଣ୍ଡରେ ଟୋପି ଓ ହାତରେ ହ୍ବିସିଲ ଧରି ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଛକରେ ଟ୍ରାଫିକ ନିୟନ୍ତ୍ରଣରେ ଲିପ୍ତଥିବା ଏହି ବାବୁ ଜଣକ ହେଉଛନ୍ତି ଜଣେ ମାନସିକ ରୋଗୀ । ତାଙ୍କ ନାଁ ମନୀଷ । ହେଲେ ତାଙ୍କର କୌଣସି ଠିକଣା କାହାକୁ ଜଣାନାହିଁ । କିଛିବର୍ଷ ହେବ ସେ ଦେବଗଡ଼ ସହରର ବିଭିନ୍ନ ଦୋକାନ ବାରଣ୍ଡା, ବସ ଆଶ୍ରୟସ୍ଥଳୀ କିମ୍ବା ଫୁଟପାଥ୍‌ରେ ରହି ଆସୁଛନ୍ତି । ତାଙ୍କର ହସ ମିଜାଜ ଦେଖି ଖୁସିରେ ଯିଏ ଟଙ୍କାଏ ଦି' ଟଙ୍କା ଦେଲା ସେଥିରେ ସେ ଚଳିଯାଆନ୍ତି । କେହି କିଛି ଛୋଟ ମୋଟ କାମ କହିଲେ ମଧ୍ୟ ସେ ସୁରୁଖୁରୁରେ କରି ଦିଅନ୍ତି ।

ଏହା ବି ପଢନ୍ତୁ- ୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଶିକ୍ଷକ ସଂଘର ଦାବିପତ୍ର

ବିଗତ କିଛିମାସ ହେଲା ତାଙ୍କୁ ନୂଆ ରୂପରେ ଦେଖିବାକୁ ମିଳୁଛି । ଦେଖିଲେ ଲାଗୁଛି ତାଙ୍କୁ ଯେପରି ଟ୍ରାଫିକ ନିୟନ୍ତ୍ରଣ ନିଶା ଘାରିଛି । ଦେହରେ ପୁରୁଣା ଖାକି ପୋଷାକ ପିନ୍ଧି, ମୁଣ୍ଡରେ ଟୋପି ଲଗାଇ ଓ ହାତରେ ହ୍ବିସିଲ ଧରି ସେ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ଛକରେ ଛିଡ଼ା ହୋଇ ଟ୍ରାଫିକ ନିୟନ୍ତ୍ରଣରେ ଲାଗିପଡିଛନ୍ତି । ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଯାନବାହନକୁ ହ୍ବିସିଲ ମାରି ଅଟକାଇ ଧୀର ଗତିରେ ଯିବାପାଇଁ ସଙ୍କେତ ଦେଉଛନ୍ତି । ଯଦିଓ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ନାହିଁ ତଥାପି ତାଙ୍କର ବେଷ ପୋଷାକ ଓ ହ୍ବିସିଲ ମାରିବା ଦେଖି ଲୋକେ ନିଜ ନିଜ ଯାନବାହନର ଗତିକୁ ନିୟନ୍ତ୍ରଣ କରୁଛନ୍ତି ।

ସେ ଜଣେ ମାନସିକ ରୋଗୀ ହୋଇ ସୁଦ୍ଧା ସହରର ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ତାଙ୍କର ଏଭଳି ଉଦ୍ୟମ କୁ ଲୋକେ ପ୍ରଶଂସା କରୁଛନ୍ତି । କିଛିମାସ ପୂର୍ବରୁ ତାଙ୍କୁ ଏକ ଅଜଣା ଯାନ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲେ ଓ କିଛି ସହୃଦୟ ବ୍ୟକ୍ତି ତାଙ୍କର ଚିକିତ୍ସା କରାଇ ଭଲ କରାଇଥିଲେ । ତା' ପରଠାରୁ ସେ ସହରର ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭିଡିଥିବା କୁହାଯାଉଛି । ତାଙ୍କର ଏହି ଭିଡିଓ ଟି ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ମାନସିକ ରୋଗୀ, ଯିଏକି ନିଜର ଠିକଣା କହିବାକୁ ଅସମର୍ଥ । ତାଙ୍କ ମନରେ ଟ୍ରାଫିକ ନିୟନ୍ତ୍ରଣ ନିଶା ସମସ୍ତଙ୍କୁ ବିସ୍ମିତ କରିବା ସହ ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.