ETV Bharat / state

ଆଦିବାସୀଙ୍କ ଅଧିକାରକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଖିଳ ଭାରତୀୟ ଗୋଣ୍ଡୱାନା ଗଣ୍ଡ ମହାସଭା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାପାଳଙ୍କୁ 5 ଦଫା ସମ୍ମଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

memorandum  to  district commissione
ଆଦିବାସୀଙ୍କ ଅଧିକାରକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
author img

By

Published : Aug 18, 2020, 7:23 PM IST

ଦେବଗଡ: ଅଖିଳ ଭାରତୀୟ ଗୋଣ୍ଡୱାନା ଗଣ୍ଡ ମହାସଭା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାପାଳଙ୍କୁ 5 ଦଫା ସମ୍ମଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ପ୍ରଦେଶ ମହାସଚିବ ଉଦିତ କୁମାର ନାଏକ ଓ ଜିଲ୍ଲା ସଭାପତି ଦିବାକର ପାତ୍ରଙ୍କ ନେତୃତ୍ବରେ ମଙ୍ଗଳବାର ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

କୋଭିଡ ନିୟମ ପାଳନ କରି ଓ ସାମାଜିକ ଦୂରତ୍ବ ରକ୍ଷାକରି ଗଣ୍ଡ ମହାସଭାର ଅନେକ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଦାବିଗୁଡିକ ମଧ୍ୟରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ଶିକ୍ଷାନୀତି ପ୍ରଣୟନ କରାଯିବା, ଆଦିବାସୀ ଜମି ସାଧାରଣ ବର୍ଗଙ୍କୁ ହସ୍ତାନ୍ତର କରିବାରେ ସମସ୍ତ ଗଳାବାଟକୁ ବନ୍ଦ କରିବା, ଆଦିବାସୀମାନେ ସେମାନଙ୍କ ଅସୁବିଧା ଦର୍ଶାଇ ଜମି ବିକ୍ରି କରୁଥିବାବେଳେ ସେମାନଙ୍କ ଆବଶ୍ୟକତାକୁ ତର୍ଜମା କରାଯାଇ ସହରାଞ୍ଚଳରେ 5 ରୁ 10 ଡିସମିଲ ଓ ଗ୍ରାମାଞ୍ଚଳରେ 20 ରୁ 25 ଡିସମିଲ ପର୍ଯ୍ୟନ୍ତ ଜମି ବିକ୍ରି ପାଇଁ ଅନୁମତି ଦିଆଯିବା ଆଦି ଅନ୍ୟତମ ।

ଆଦିବାସୀଙ୍କ ଅଧିକାରକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଏଥିସହିତ ଉପରୋକ୍ତ ବିଷୟ ଗୁଡିକୁ ସହୃଦୟ ସହିତ ବିଚାର କରି ନୂତନ ଆଇନ ତିଆରି କରାଗଲେ ରାଜ୍ୟର ସମସ୍ତ ଆଦିବାସୀ ଜମି ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ କବଳରୁ ଆଦିବାସୀ ସମାଜ ମୁକ୍ତ ହୋଇପାରିବ ବୋଲି ମହାସଭା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.