ETV Bharat / state

ବଜ୍ରାଘାତରେ ଫାଟିଲା ବିଦ୍ୟାଳୟ ଛାତ, ୧୦ ଛାତ୍ରଛାତ୍ରୀ ଗୁରୁତର

author img

By

Published : Aug 20, 2022, 11:11 AM IST

ଦେବଗଡ଼ର ଏକ ବିଦ୍ୟାଳୟରେ ବଜ୍ରାଘାତ ଯୋଗୁଁ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ବଜ୍ରାଘାତରେ ବିଦ୍ୟାଳୟର ଛାତ ଓ ଚଟାଣ ଫାଟିଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ବଜ୍ରାଘାତରେ ଛାତ୍ରଛାତ୍ରୀ ଗୁରୁତର, ଫାଟିଗଲା ବିଦ୍ୟାଳୟ ଛାତ

ଦେବଗଡ଼: ବଜ୍ରାଘାତରେ ଫାଟିଗଲା ବିଦ୍ୟାଳୟ ଛାତ ଓ ଚଟାଣ । ଅଘଟଣରେ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ଉପକରଣ ପୋଡ଼ିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ, ଶୁକ୍ରବାର ଉକ୍ତ ବିଦ୍ୟାଳୟରେ ପାଠପଢା ଚାଲିଥିବା ବେଳେ ବଜ୍ରପାତ ଘଟିବାରୁ ୧୦ ଜଣ ଛାତ୍ରଛାତ୍ରୀ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସକୁ ତୁରନ୍ତ ଖବର ଦେଇଥିଲେ । ଏହାପରେ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରୁ ମେଡିକାଲ ଟିମ ଆସି ପ୍ରାଥମିକ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ଚେତା ଫେରିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବା ବେଳେ, ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ବଜ୍ରପାତର ତୀବ୍ରତା ଏତେ ପ୍ରଖର ଥିଲା ଯେ, ଏଥିରେ ବିଦ୍ୟାଳୟର ଛାତ ଓ ଚଟାଣ ଫାଟିଯାଇଥିଲା । ଅନେକ ବିଦ୍ୟୁତ ଉପକରଣ ମଧ୍ୟ ପୋଡିଯାଇଥିବା ଜଣାଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.