ETV Bharat / state

ପାଳକୁଦର ଗାଁରେ କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା 20 ଘର - ପାଳକୁଦର ଗାଁରେ କାଳବୈଶାଖୀ ତାଣ୍ଡବ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ପାଳକୁଦ ଗାଁରେ କାଳବୈଶାଖୀ ତାଣ୍ଡବ । ୨୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ଗଛ ଉପୁଡି ରାସ୍ତାଘାଟ ଅବରୋଧ ହୋଇଛି । ଅଧିକ ପଢନ୍ତୁ

ପାଳକୁଦର ଗାଁରେ କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା 20 ଘର

author img

By

Published : May 24, 2022, 10:22 PM IST

ଦେବଗଡ଼: ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ପାଳକୁଦର ଗାଁରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା 20ରୁ ଅଧିକ ବାସଗୃହ । ରାସ୍ତାରେ ପଡିଲା ଗଛ । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । ଫଳରେ ଠପ ହୋଇଛି ଯାତାୟାତ ଓ ବିଦ୍ୟୁତ ସେବା । ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ଓ ଅଦିନିଆ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି ।

ପାଳକୁଦର ଗାଁରେ କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା 20 ଘର

ଦୀର୍ଘ ୨ ଘଣ୍ଟା ଧରି ପ୍ରବଳ ବେଗରେ କାଳବୈଶାଖୀ ବର୍ଷା ସାଙ୍ଗକୁ ପବନ ବୋହିବାରୁ ପାଳକୁଦର ଗାଁର ୨୦ରୁ ଅଧିକ ବାସଗୃହ ନଷ୍ଟ ହୋଇଯାଇଛି । ଅଧିକାଂଶ ଘରର ଛାତ ପବନରେ ଉଡିଯାଇଥିବା ବେଳେ ଆଉ କେତେକ ଘରେ ବଡ଼ବଡ଼ ଗଛ ଭାଙ୍ଗି ପଡିଛି । ଘର ଭାଙ୍ଗିଯିବାରୁ ଅନେକ ଗରିବ ଶ୍ରେଣୀ ପରିବାର ବେସାହାରା ହୋଇ ପଡିଛନ୍ତି । ଗାଁରେ ଲାଗିଥିବା ଏକାଧିକ ବିଦ୍ୟୁତ ଖୁଣ୍ଟ ପବନରେ ଭାଙ୍ଗି ଯାଇ ରାସ୍ତା ଉପରେ ବିଦ୍ୟୁତ ତାର ବିଛେଇ ହୋଇପଡିଛି ।

ଫଳରେ ଗାଁରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏଥିସହିତ ଗାଁରୁ କଂସର ଗାଁ ଅଭିମୁଖେ ଯାଇଥିବା ରାସ୍ତା ଉପରେ ବଡ଼ବଡ଼ ଗଛ ପଡି ଯିବାରୁ ଯାତାୟତରେ ବାଧା ଉପୁଜିଛି। ଏ ସମ୍ପର୍କରେ ଖବର ପାଇ ଆଜି ଦେବଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ସେଗୁଡ଼ିକୁ ହଟାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ସୌଭାଗ୍ୟବଶତଃ ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କାଳବୈଶାଖୀ ଜନିତ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ଗରିବ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.