ETV Bharat / state

ଚେକ ଡ୍ୟାମ ନିର୍ମାଣରେ ଦୁର୍ନୀତି: ନିମ୍ନମାନର କାମ କରି ଯନ୍ତ୍ରୀ ଠିକାଦାର ମାଲେମାଲ

ଦେବଗଡ ଜିଲ୍ଲା ଶଙ୍କରପୁର ଗାଁ ନିକଟସ୍ଥ ନାଳ ଉପରେ ନିର୍ମାଣ ହେଉଥିବା ଏକ ଚେକ ଡ୍ୟାମରେ ଦୁର୍ନୀତି ହୋଇଛି । ସମ୍ପୃକ୍ତ ଠିକାଦାର ସମସ୍ତ ସରକାରୀ ନୀତି ନିୟମ ଉଲ୍ଲଘଂନ କରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 28, 2023, 9:02 AM IST

low grade work of check dam construction
ଚେକ ଡ୍ୟାମ ନିର୍ମାଣରେ ଦୁର୍ନୀତି
ଚେକ ଡ୍ୟାମ ନିର୍ମାଣରେ ଦୁର୍ନୀତି

ଦେବଗଡ: ଜଳ ସଂରକ୍ଷଣ, ଚାଷ ଜମିକୁ ଜଳସେଚନ ଓ ଗ୍ରୀଷ୍ମ କାଳରେ ଲୋକଙ୍କ ଜଳ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ସରକାରଙ୍କ ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଜଳଉତ୍ସରେ ନିର୍ମାଣ କରାଯାଉଛି ଚେକଡ୍ୟାମ । ମାତ୍ର ଏହି ଚେକଡ୍ୟାମ ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ବ୍ୟାପକ ଦୁର୍ନୀତି କରି ଅନୁଦାନ ହଡପ କରି ନେଉଥିବା ଅଭିଯୋଗ ହୋଇଛି । ଫଳରେ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ଲକ୍ଷ୍ୟଚ୍ୟୁତ ହେବା ଭଳି ମନେହେଉଛି । ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଶଙ୍କରପୁର ଗ୍ରାମବାସୀ । ନିର୍ମାଣାଧୀନ ଚେକ ଡ୍ୟାମରେ ଦୁର୍ନୀତି ଗନ୍ଧ ବାରି ହୋଇ ପଡିଛି ।

ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ (ଏମଆଇପି ) ପକ୍ଷରୁ ରିଆମାଳ ବ୍ଲକ ନୂଆଡ଼ିହି ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁ ନିକଟସ୍ଥ ନାଳ ଉପରେ ଏକ ଚେକ ଡ୍ୟାମ ନିର୍ମାଣ ପାଇଁ ଗତ 2022 ମସିହା ନଭେମ୍ବର ମାସରେ 56 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ଡକା ଯାଇଥିଲା । ଏହି କାମଟି ଟେଣ୍ଡର ମାଧ୍ୟମରେ ଜଣେ 'ବି' କ୍ଳାସ ଠିକାଦାର ପାଇଥିଲେ । କାର୍ଯ୍ୟଟି 6 ମାସ ମଧ୍ୟରେ ସାରିବାକୁ ଟେଣ୍ଡରରେ ଉଲ୍ଲେଖ ଥିଲା । କାର୍ଯ୍ୟଟି ସମ୍ପୃକ୍ତ ଠିକାଦାର ଜଣକ ନିର୍ଦ୍ଧାରିତ ସମୟରେ ଆରମ୍ଭ କରିଥିଲେ । ମାତ୍ର କାର୍ଯ୍ୟ ଆରମ୍ଭ ହେବା ପର ଠାରୁ ସମ୍ପୃକ୍ତ ଠିକାଦାର ସମସ୍ତ ସରକାରୀ ନୀତି ନିୟମ ଉଲ୍ଲଙ୍ଘନ କରି ଓ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ନକରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଆସୁଥିବା ଅଭିଯୋଗ ହେଉଛି ।

ବିଭାଗୀୟ ଏଷ୍ଟିମେଟ ଅନୁଯାୟୀ ଉନ୍ନତ ମାନର ଲୁହାଛଡ଼ ବ୍ୟବହାର କରାଯିବା ପରିବର୍ତ୍ତେ ଏଠାରେ ଅତି ନିମ୍ନମାନର ଲୋକାଲ ଲୁହାଛଡ଼ ବ୍ୟବହାର କରାଯାଇଛି । ଛଡ଼ ଗୁଡିକ ସଠିକ ବ୍ୟବଧାନରେ ବାଇଣ୍ଡିଂ କରାଯାଇନଥିବା ବେଳେ, କଂକ୍ରିଟ କାର୍ଯ୍ୟରେ ନାମକୁ ମାତ୍ର ସିମେଣ୍ଟ ବ୍ୟବହାର କରାଯାଉଛି । ଫଳରେ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି । ଆଗାମୀ ଗୋଟିଏ ଦୁଇଟି ବର୍ଷାରେ ଚେକଡ୍ୟାମଟି ଧୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଚେକଡ୍ୟାମ ନିର୍ମାଣ ବେଳେ କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବାର ନିୟମ ରହିଥିଲେ ସୁଦ୍ଧା ଯନ୍ତ୍ରୀ କିମ୍ବା ଅଧିକାରୀ କାର୍ଯ୍ୟସ୍ଥଳକୁ ଆସୁନଥିବା ଦେଖିବାକୁ ମିଳିଛି । ଠିକାଦାର ନିଜକୁ ସୁହାଇଲା ଭଳି କାର୍ଯ୍ୟ କରି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

କାର୍ଯ୍ୟସ୍ଥଳରେ ଏହି ପ୍ରକଳ୍ପ ସମ୍ବନ୍ଧୀୟ କୌଣସି ସୂଚନା ଫଳକ ନାହିଁ । ଫଳରେ ସ୍ଥାନୀୟ ଲୋକେ ଏହି ପ୍ରକଳ୍ପ ସମ୍ବନ୍ଧୀୟ କୌଣସି ତଥ୍ୟ ଜାଣିପାରୁ ନାହାନ୍ତି । ଏପରିକି ଚେକ ଡ୍ୟାମଟି ନିର୍ମାଣ କରାଯିବା ପୂର୍ବରୁ ଉପଯୁକ୍ତ ସ୍ଥାନ ନିରୂପଣ ନେଇ ଗ୍ରାମବାସୀଙ୍କ ସହିତ ବିଭାଗୀୟ ଅଧିକାରୀ ଆଲୋଚନା କରିବା କଥା । ଗ୍ରାମବାସୀଙ୍କ ମତାମତ ନେଇ ଚେକ ଡ୍ୟାମ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରାଯିବା ପରିବର୍ତ୍ତେ ଗ୍ରାମବାସୀଙ୍କ ଅଜ୍ଞାତରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ନିଜକୁ ସୁହାଇଲା ଭଳି ସ୍ଥାନରେ ଚେକ ଡ୍ୟାମଟି ନିର୍ମାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଉପଯୁକ୍ତ ସ୍ଥାନରେ ଡ୍ୟାମଟି ନିର୍ମାଣ ହୋଇନଥିବାରୁ ଏହା ଯେଉଁ ଲକ୍ଷରେ ନିର୍ମାଣ କରାଯାଇଛି, ତାହା କେବେ ପୂରଣ ହୋଇପାରିବ ନାହିଁ , ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ଚେକ ଡ୍ୟାମଟି କାହା ସ୍ବାର୍ଥରେ ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ଏମ.ଆଇ.ପି ନିର୍ବାହୀଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବପର ହୋଇପାରିନାହିଁ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.