ETV Bharat / state

ଚଞ୍ଚକତା କରି ଜମି ଅଧିଗ୍ରହଣ ଅର୍ଥ ହଡପ ଅଭିଯୋଗ

author img

By

Published : Dec 13, 2019, 3:13 PM IST

ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଚାଲିଥିବା ଜମି ଅଧିଗ୍ରହଣ କ୍ଷତିପୂରଣ ଅର୍ଥ ଚଞ୍ଚକତା କରି ହଡପ ଅଭିଯୋଗ ହୋଇଛି ।

deogarh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଦେବଗଡ଼: ଜାତୀୟ ରାଜପଥ ୨୩ର ପ୍ରଶସ୍ତିକରଣ ପାଇଁ ଚାଲିଥିବା ଜମି ଅଧିଗ୍ରହଣ କ୍ଷତିପୂରଣ ଅର୍ଥ ହଡପ ଅଭିଯୋଗ ହୋଇଛି । ଏହି ଅର୍ଥ ହଡପ ନେଇ ଅଭିଯୋଗ ପାଇବାପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭିଯୋଗର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ନେଇ ପ୍ରଶାସନିକ ସୂତ୍ରରୁ ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଦେବଗଡ

ବାରକୋଡ ତହସିଲ ଅନ୍ତର୍ଗତ ବଳିତା ମୌଜାରେ ୨୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜମି ଅଧିଗ୍ରହଣ ପ୍ରକ୍ରିୟାରେ କୌଣସି ଆବଶ୍ୟକତା ନ ଥାଇ ଓ ଜାତୀୟ ରାଜପଥ ପାଇଁ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି । ଏହା ସହ ବଳିତା ମୌଜାର ପ୍ଲଟ ନଂ- ୪୮୨/୧୧୧୯/୪୮୪/ ଓ ୧୨୫୪କୁ ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ କରିବା ସହ ଯୋଗ୍ୟ ବିବେଚିତ କରାଯାଇ ଏ ବାବଦକୁ ମିଳିଥିବା ଲକ୍ଷ ଲକ୍ଷ ଟଙ୍କା ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ହତେଇ ନେଇଥିବା ଦେବଗଡ଼ ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ରେ ୨୩ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଚାଲିଥିବା ଜମି ଅଧିଗ୍ରହଣ ରେ ଚଂଚକତା କରି ଜୈନିକ ପ୍ରଭାବଶାଳୀ ବ୍ୟକ୍ତି କ୍ଷତିପୁରଣ ଅର୍ଥ ହଡପ କରିବା ନେଇ ଦେବଗଡ଼ ଜିଲ୍ଲାପାଳ ଙ୍କ ନିକଟରେ ଗୁରୁତର ଅଭିଯୋଗ ହୋଇଛି । ଏହି ଅଭିଯୋଗ ପାଇବାପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ତୁରନ୍ତ ଘଟଣା ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Body:ବାରକୋଟ ତହସିଲ ର ବଳିତା ମୌଜା ର ଜମି ୨୩ ନମ୍ବର ଜାତୀୟ ର ରାଜପଥ ର ପ୍ରଶସ୍ତିକରଣ ପାଇଁ ଏନ ଏଚ ଏ ଆଇ ( NHAI ) ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ କୌଣସି ଆବଶ୍ୟକତା ନଥାଇ ଓ ଜାତୀୟ ରାଜପଥ ପାଇଁ ପ୍ରସ୍ତୁତ ନକ୍ସା କୁ ପରିବର୍ତ୍ତନ କରି ବଳିତା ମୌଜା ର ପ୍ଲଟ ନଂ - ୪୮୨/୧୧୧୯/୪୮୪/ ଓ ୧୨୫୪ କୁ ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ କରି ଯୋଗ୍ୟ ବିବେଚିତ କରାଯାଇ ଏ ବାବଦ କୁ ମିଳିଥିବା ଲକ୍ଷ ଲକ୍ଷ ଟଙ୍କା ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ହତେଇ ନେଇଥିବା ଦେବଗଡ଼ ଜିଲ୍ଲାପାଳ ଙ୍କ ନିକଟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ପାଇଁ ଅଂଚଳ ବାସି ଦାବି କରିଛନ୍ତି ।

Conclusion:ଏହି ଅଭିଯୋଗ ଦେବଗଡ଼ ଜିଲ୍ଲାପାଳ ଙ୍କ ହସ୍ତଗତ ହେବାପରେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ ଶ୍ରୀ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯୋଗ ର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଏହାର ତଦନ୍ତ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.