ETV Bharat / state

ଡିନାମାଇଟ ଲଗାଇ କରାଯାଉଛି ପଥର ଉତ୍ତୋଳନ, ଆତଙ୍କିତ ଗ୍ରାମବାସୀ

author img

By

Published : Oct 31, 2022, 7:43 AM IST

ଡିମିରିମୁଣ୍ଡା ଗ୍ରାମବାସୀଙ୍କ ପାଇଁ କ୍ରସର ହୋଇଛି କାଳ । କ୍ରସର ପାଇଁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଉତ୍ତୋଳନ କରାଯାଉଥିବାରୁ ଏହାର କୁପରିଣାମ ଭୋଗୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଡିନାମାଇଟ ଲଗାଇ କରାଯାଉଛି ପଥର ଉତ୍ତୋଳନ
ଡିନାମାଇଟ ଲଗାଇ କରାଯାଉଛି ପଥର ଉତ୍ତୋଳନ

ଦେବଗଡ: କ୍ରସରରେ ପଥର ଫଟାଇବା ପାଇଁ ବ୍ୟବହାର କରାଯାଉଛି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିସ୍ଫୋରକ । ଯାହାର କୁପରିଣାମ ଭୋଗୁଛନ୍ତି ଦେବଗଡ଼ ରିଆମାଳ ବ୍ଲକ ଟିଙ୍କିବିର ପଞ୍ଚାୟତର ଡିମିରିମୁଣ୍ଡା ଗ୍ରାମବାସୀ । ଗ୍ରାମ ନିକଟରେ ଦୁଇବର୍ଷ ପୂର୍ବରୁ ସ୍ଥାପିତ ହୋଇଥିବା ଷ୍ଟୋନ କ୍ରସର ଗ୍ରାମବାସୀଙ୍କ ଆଖିରୁ ଯେପରି ନିଦ ହଜାଇ ଦେଇଛି ।

ଡିନାମାଇଟ ଲଗାଇ କରାଯାଉଛି ପଥର ଉତ୍ତୋଳନ

ସମ୍ପୃକ୍ତ କ୍ରସର ମାଲିକ ସରକାରୀ ନୀତି ନିୟମ ଉଲ୍ଲଙ୍ଘନ କରି ଜନବସତି ନିକଟରେ ଥିବା ପାହାଡରେ ବେଆଇନ ଭାବେ ଡିନାମାଇଟ ଲଗାଇ ପଥର ଫଟାଉଛନ୍ତି । ଏଥିରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିସ୍ଫୋରକ ବ୍ୟବହାର କରା ଯାଉଥିବାରୁ ବିସ୍ଫୋରଣର ତୀବ୍ରତା ଡିମିତିମୁଣ୍ଡା ଗ୍ରାମବାସୀଙ୍କ ଘର ଉପରେ ପ୍ରଭାବ ପକାଉଛି । ପଥର ଖଣ୍ଡ ଗୁଡିକ ବହୁ ଦୂରକୁ ଛିଟିକି ଗ୍ରାମବାସୀଙ୍କ ଘର ଉପରେ ପଡ଼ୁଥିବାରୁ ଲୋକେ ଗାଁ ଆଖପାଖକୁ ଯିବାକୁ ଭୟ କରୁଛନ୍ତି । ବିସ୍ଫୋରଣ ଭୟରେ ଗ୍ରାମବାସୀ ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ଛାଡିପାରୁ ନାହାନ୍ତି ।

ସମ୍ପୃକ୍ତ କ୍ରସର ମାଲିକଙ୍କ ଏଭଳି ମନୋମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀ ଦୀର୍ଘ ଦୁଇମାସ ହେଲା ବାରମ୍ବାର ରିଆମାଳ ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତହସିଲ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ କ୍ରସର ମାଲିକଙ୍କ ସଲାସୁତରାରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଡିମିରିମୁଣ୍ଡା ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.