ETV Bharat / state

ଫେଲ୍ ମାରିଛି ସରକାରୀ ଯୋଜନା, ଏବେ ବି ଝାଟିମାଟି ତଳେ ମାଙ୍କଡିଆ ଜନଜାତି - ଦେବଗଡ

ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ସୁନାମୁଣ୍ଡା ସ୍ଥିତ ମାଙ୍କଡିଆ ବସ୍ତିର ଲୋକଙ୍କ ପାଖରେ ନାହିଁ ବାସଘର । ଇନ୍ଦିରାଆବାସକୁ ଅପେକ୍ଷା କରିଛନ୍ତି ନୀରିହ ମାଙ୍କଡିଆ ଜନଜାତି । ଦେଖନ୍ତୁ ରିପୋର୍ଟ...

_homelss people from deogarh
ଝାଟିମାଟି ତଳେ ମାଙ୍କଡିଆ ଜନଜାତି
author img

By

Published : Jan 5, 2020, 9:06 PM IST

ଦେବଗଡ: ବାସହରାଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ମାତ୍ର କ'ଣ ସତରେ ତାହା ବାସହୀନଙ୍କୁ ମିଳିପାରୁଛି । କେଉଁଠି ପଲିଥିନ ତଳେ ଲୋକେ ତ' କେଉଁଠି ଝାଟିମାଟି ତଳେ ଜୀବନ ବିତାଉଛନ୍ତି । ଏପରିକି ଏକ ଉଦାହରଣ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ସୁନାମୁଣ୍ଡା ସ୍ଥିତ ମାଙ୍କଡିଆ ବସ୍ତିରେ ।

ଏହି ବସ୍ତିରେ ଦୀର୍ଘ 20 ବର୍ଷ ହେବ ବସବାସ କରୁଛନ୍ତି 100 ମାଙ୍କଡିଆ ଜନଜାତି ପରିବାର । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଏହି ସମସ୍ତ ଲୋକଙ୍କ ପାଖରେ ନାହିଁ ବାସଗୃହ । ଝାଟିମାଟି ପତର କୁଡିଆରେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ବିତାଇ ଆସୁଥିବା ଏହି ବାସହୀନ ପରିବାରଙ୍କ ମଧ୍ୟରୁ ଅଳ୍ପ କିଛି ପରିବାରଙ୍କୁ ସରକାର ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ପ୍ରଦାନ କରାଯାଇ ଖଣ୍ଡିଏ ଲେଖାଏଁ ଆବାସ ଗୃହ ଯୋଗାଇ ଦିଆଯାଇଛି ।

ଝାଟିମାଟି ତଳେ ମାଙ୍କଡିଆ ଜନଜାତି

ସରକାରୀ ବାସଗୃହ ଖଣ୍ଡିଏ ପାଇବା ପାଇଁ ଲୋକେ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି, ହେଲେ କୌଣସି ଫଳ ମିଳୁନାହିଁ । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ୨୦୦୨ ମସିହାରେ ସର୍ଭେ ତାଲିକାଭୁକ୍ତ ହୋଇଥିବା ମୋଟ ୩୬ ଟି ମାଙ୍କଡିଆ ପରିବାରଙ୍କୁ ଇନ୍ଦିରା ଆବାସ ବାସଗୃହ ଯୋଗାଇ ଦିଆଯାଇଥିଲା । ଇତିମଧ୍ୟରେ ମାଙ୍କଡିଆଙ୍କ ପରିବାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ, ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯାଇନାହିଁ ।

ତେବେ ଏ ସମ୍ପର୍କରେ ଆମେ ଦେବଗଡ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କାଙ୍କୁ ମତାମତ ପଚାରିଥିଲୁ । ଖୁବ ଶୀଘ୍ର ନୂତନ ସର୍ଭେର ତାଲିକା ଆସିବା ପରେ ନୂଆ ପରିବାରଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:କୋଉଁଠି ପଲିଥିଲ ତଳେ ତ, ପୁଣି କୋଉଁଠି ଝାଟିମାଟି ପତର କୁଡ଼ିଆରେ , ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ସେପଟେ ବାସହୀନ ଲୋକଙ୍କୁ ବାସଗୃହ ଯୋଗାଇଦେବା ଲକ୍ଷରେ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ , ସରକାରଙ୍କ ସମସ୍ତ ଯୋଜନା ପ୍ରହସନ ପାଲଟିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ସୁନାମୁଣ୍ଡା ସ୍ଥିତ ମାଂକଡ଼ିଆ ବସ୍ତିରେ ବସବାସ କରୁଥିବା ଲୋକଙ୍କ ପାଇଁ ।

Body:ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଣିଆଁକିଲିଣ୍ଡା ପଂଚାୟତ ର କଳାମାଟି ଗାଁ ନିକଟରେ ରହିଛି ମାଂକଡ଼ିଆ ବସା । ଏହି ମାଂକଡ଼ିଆ ବସ୍ତି ରେ ଆଜକୁ ଦୀର୍ଘ କୋଡିଏ ବର୍ଷ ରୁ ଉର୍ଦ୍ଧ ହେଲା ବସବାସ କରିଆସୁଛନ୍ତି ୧୦୦ ଟି ମାଂକଡିଆ ଜନଜାତି ପରିବାର । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଏହି ସମସ୍ତ ଲୋକଙ୍କ ପାଖରେ ନାହିଁ ବାସଗୃହ । ଝାଟିମାଟି ପତର କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ବିତାଇ ଆସୁଥିବା ଏହି ବାସହୀନ ପରିବାରଙ୍କ ମଧ୍ୟରୁ ଅଳ୍ପ କିଛି ପରିବାର ଙ୍କୁ ସରକାର ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ପ୍ରଦାନ କରିଛନ୍ତି ଖଣ୍ଡିଏ ଲେଖାଏଁ ଇନ୍ଦିରା ଆବାସ ଗୃହ । ମାତ୍ର ଅଧିକାଶଂ ପରିବାର ଙ୍କ ପାଖରେ ଏଯାଏଁ ନାହିଁ ବାସଗୃହ । କିଏ ପଲିଥିନ ତଳେ ତ , ପୁଣି କିଏ ଝାଟିମାଟି ପତର କୁଡ଼ିଆରେ ବର୍ଷ ବର୍ଷ ଧରି ଦୁଃଖ କଷ୍ଟ ରେ ଜୀବନ ବିତାଉଛନ୍ତି ଏହି ବାସହୀନ ମାଂକଡ଼ିଆ ପରିବାର । ସରକାରୀ ବାସଗୃହ ଖଣ୍ଡିଏ ପାଇବା ପାଇଁ ଲୋକେ ବାରମ୍ବାର ପଂଚୟତ କତ୍ତୃପକ୍ଷ ଙ୍କୁ ଜଣାଇ ଆସୁଛନ୍ତି, ହେଲେ କୌଣସି ଫଳ ମିଳୁନାହିଁ । ସେପଟେ କିଛିବର୍ଷ ପୂର୍ବରୁ ଅଳ୍ପକିଛି ମାଂକଡ଼ିଆ ଲୋକଙ୍କୁ ଇନ୍ଦିରା ଆବାସ ଯୋଗାଇ ଦେଇ ନିଜ ଦାଇତ୍ୱ ସମ୍ପାଦନ କରି ଚୁପ ବସିଛି ପ୍ରଶାସନ ।

ସରକାରୀ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ , ଗତ ୨୦୦୨ ମସିହାରେ ସର୍ଭେ ତାଲିକାଭୁକ୍ତ ହୋଇଥିବା ମୋଟ ୩୬ ଟି ମାଂକଡ଼ିଆ ପରିବାର ଙ୍କୁ ଇନ୍ଦିରା ଆବାସ ବାସଗୃହ ଯୋଗାଇ ଦିଆଯାଇଥିଲା । ମାତ୍ର ତାପର ଠାରୁ ଆଉ କାହାକୁ ବାସଗୃହ ଯୋଗାଇ ଦିଆ ଯାଇନାହିଁ । ଇତିମଧ୍ୟରେ ମାଂକଡ଼ିଆ ଙ୍କ ପରିବାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ , ସେମାନଙ୍କୁ ବାସଗୃହ ଯୋଗାଇ ଦିଆଯାଇନାହିଁ ।
ତେବେ ଏ ସମ୍ପର୍କରେ ଆମେ ଦେବଗଡ଼ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା ଙ୍କୁ ମତାମତ ପଚାରିଥିଲୁ । ଖୁବ ଶୀଘ୍ର ନୂତନ ସର୍ଭେ ର ତାଲିକା ଆସିବା ପରେ ନୁଆଁ ପରିବାର ଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

Conclusion:Byte 1 -ଫୁଲମଣି ହାରୋ ( ସ୍ଥାନୀୟ ଅଧିବାସୀ , ମାଂକଡ଼ିଆ ବସା )
Byte 2- ଲାକ୍ରା କାନି ( ସ୍ଥାନୀୟ ଅଧିବାସୀ , ମାଂକଡ଼ିଆ ବସା )
Byte 3 - ପ୍ରେମାନନ୍ଦ ସାମଲ ( ସ୍ଥାନୀୟ ଅଧିବାସୀ , କଳାମାଟି )
Byte 4 - ଭିନସେଣ୍ଟ ପୁନମକାନ୍ତ ଏକ୍କା ( ପ୍ରକଳ୍ପ ନିର୍ଦ୍ଦେଶକ , ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା )

ଦେଖିବାକୁ ବାକିରହିଲା , ମାଂକଡ଼ିଆ ଜନଜାତି ର ଲୋକଙ୍କୁ କେବେ ମିଳୁଛି ପକ୍କା ବାସଗୃହ ।
ଦେବଗଡ଼ ରୁ ସରୋଜ ଶତପଥୀ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.