ETV Bharat / state

ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ

ଦୁଇ ବର୍ଷର କୋରୋନା କଟକଣା ପରେ ଚଳିତ ବର୍ଷ ଦେବଗଡ଼ରେ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା । ପୂଜା ମଣ୍ଡପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଦେବଗଡ଼ରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼

author img

By

Published : Sep 3, 2022, 10:48 PM IST

ଦେବଗଡ଼: ଧୁମଧାମରେ ଚାଲିଛି ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ସାର୍ବଜନୀନ ଶ୍ରୀ ଗଣେଶ ମେଳା । ଉତ୍ସବ ମୁଖରିତ ହୋଇଉଠିଛି ଦେବଗଡ଼ ସହର । ସୁସଜ୍ଜିତ ତୋରଣ ଓ ସୁନ୍ଦର ଆଲୋକମାଳାରେ ଝଲସୁଛି ଦେବଗଡ଼ ସହର । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶକ ଓ ଶ୍ରଦ୍ଧାଳୁ ଅଗ୍ରପୂଜ୍ୟ ଗଜାନନଙ୍କ ଦର୍ଶନ କରିବାସହ ମେଳାର ଭରପୁର ମଜା ଉଠାଉଛନ୍ତି ।

ଦେବଗଡ଼ରେ ଜମୁଛି ଗଣେଶ ପୂଜା, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼
ଦୀର୍ଘ ଦୁଇବର୍ଷ ହେଲା କୋରୋନା କଟକଣା ଯୋଗୁଁ ସ୍ଥଗିତ ଥିଲା ଜିଲ୍ଲାର ପ୍ରସିଦ୍ଧ ଗଣେଶ ମେଳା । ତେବେ ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ପୁଣିଥରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଆରମ୍ଭ ହୋଇଯାଇଛି ଏହି ମେଳା । ଜିଲ୍ଲା ବଣିକ ସଂଘ ପକ୍ଷରୁ ଆୟୋଜିତ ଜିଲ୍ଲାର ଏହି ପ୍ରସିଦ୍ଧ ଗଣେଶ ମେଳା ନଅ ଦିନ ଧରି ଅନୁଷ୍ଠିତ ହେବ ।

ଆଗାମୀ 9 ତାରିଖ ଦିନ ମହାସମାରୋହରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଦେବଗଡ଼ ସହର ଉତ୍ସବ ମୁଖରିତ ହୋଇଉଠିଛି । ସୁସଜ୍ଜିତ ତୋରଣ ଓ ସୁନ୍ଦର ଆଲୋକମାଳାରେ ଝଲସୁଛି ଦେବଗଡ଼ ସହର । ସହର କେନ୍ଦ୍ରସ୍ଥଳୀ ମାର୍କେଟ ଗୃହ ଠାରେ ନିର୍ମିତ ଏକ ସୁସଜ୍ଜିତ ମେଢ଼ରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଜାନନ ।

ତାଙ୍କ ଚାରିପାଖରେ ଶୋଭା ପାଉଛନ୍ତି 40ରୁ ଅଧିକ ପାର୍ଶ୍ଵ ଦେବାଦେବୀ । ସହର ସାରା ଖୋଲିଛି ଶହଶହ ସଂଖ୍ୟାରେ ଦୋକାନ, ମୀନାବଜାର ଓ ଫୁଡ଼ ଷ୍ଟଲ । ମେଳା କମିଟି ପକ୍ଷରୁ ପ୍ରତି ସନ୍ଧ୍ୟାରେ ପରିବେଷିତ ହେଉଛି ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ । ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କୁ ଦର୍ଶନ କରିବା ଓ ମେଳାର ଭରପୁର ମଜା ଉଠାଇବା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଅପୂର୍ବ ସମାଗମ ପରିଲକ୍ଷିତ ହେଉଛି ଏଠାରେ ।

ସର୍ବଧର୍ମ ସମନ୍ୱୟ ଓ ଭାଇଚାରାର ପ୍ରତୀକ ଭାବେ ଦେବଗଡ଼ ପ୍ରସିଦ୍ଧ ଗଣେଷ ମେଳା ଆଜକୁ ଦୀର୍ଘ ଦଶନ୍ଧି ହେଲା ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷିତ କରି ପାରିଛି । ଏହି ଅବସରରେ ଭକ୍ତଙ୍କୁ ପୂଜା ମଣ୍ଡପରେ ପ୍ରସାଦ ମିଳିଥିବା ବେଳେ ଦେବଗଡ଼ବାସୀଙ୍କ ମନୋରଞ୍ଜନ ପାଇଁ ବସିଥିଲା ମେଳା । ଏପରିକି କେଉଁଠି ମେଲୋଡି ତା କେଉଁଠି ଭଜନର ଆସର ଜମିଥିଲା । ୧୯୪୯ ମସିହାରୁ ଉକ୍ତ ବ୍ୟବସାୟୀ ଗୋଷ୍ଠୀ ମିଳିତ ଭାବରେ ଏହି ଗଣେଶ ପୂଜାକୁ ଏଠାରେ ଆରମ୍ଭ କରିଥିଲେ । ବିଘ୍ନ ବିନାଶକ ଗଜାନନଙ୍କ ଧରାବତରଣ ପରେ ଝଲସୁଛି ଦେବଗଡ଼ ସହର ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.