ETV Bharat / state

ହନୁମାନ ପଇସା କାରବାର: ଗ୍ରାହକ ବେଶରେ ଆସି ମାଡି ବସିଲା ପୋଲିସ, ଦୁଇ ଗିରଫ

ଦେବଗଡ ଜିଲ୍ଲା ପୋଲିସ ସ୍ପେଶାଲ ସ୍ବାର୍ଡକୁ ମିଳିଛି ଏକ ସଫଳତା । ହନୁମାନ ପଇସା କାରବାରରେ ସମ୍ପୃକ୍ତ ନେଇ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ ଆସି କାବୁ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ହନୁମାନ ପଇସା ଜବତ କରିଛି । ଅଧିକ ପଢନ୍ତୁ

ହନୁମାନ ପଇସା କାରବାର: ଗ୍ରାହକ ବେଶରେ ଆସି ମାଡି ବସିଲା ପୋଲିସ, ଦୁଇ ଗିରଫ
ହନୁମାନ ପଇସା କାରବାର: ଗ୍ରାହକ ବେଶରେ ଆସି ମାଡି ବସିଲା ପୋଲିସ, ଦୁଇ ଗିରଫ
author img

By

Published : Apr 18, 2022, 7:53 AM IST

ଦେବଗଡ: ଜିଲ୍ଲା ପୋଲିସ ସ୍ପେଶାଲ ସ୍ବାର୍ଡକୁ ମିଳିଛି ଏକ ସଫଳତା । ହନୁମାନ ପଇସା କାରବାରରେ ସମ୍ପୃକ୍ତ ନେଇ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ ଆସି କାବୁ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ହନୁମାନ ପଇସା ଜବତ କରିଛି ।

ହନୁମାନ ପଇସା କାରବାର: ଗ୍ରାହକ ବେଶରେ ଆସି ମାଡି ବସିଲା ପୋଲିସ, ଦୁଇ ଗିରଫ
ହନୁମାନ ପଇସା କାରବାର: ଗ୍ରାହକ ବେଶରେ ଆସି ମାଡି ବସିଲା ପୋଲିସ, ଦୁଇ ଗିରଫ

ରିଆମାଳ ଥାନା ଅନ୍ତର୍ଗତ ସମ୍ବଲପୁର ଦେବଗଡ଼ ସୀମାନ୍ତ ଗାଁର କେତେକ ବ୍ୟକ୍ତି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳର ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ କରୁଥିବା ସମ୍ପର୍କରେ ସୂଚନା ପାଇଥିଲା । ପରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲା ପୋଲିସର ଏକ ସ୍ପେଶାଲ ସ୍ବାର୍ଡ ଗ୍ରାହକ ବେଶରେ ସେହି ବେପାରୀଙ୍କ ସହ ଡିଲ ପାଇଁ ପହଞ୍ଚିଥିଲା ।

ସେଠାରେ ହନୁମାନ ପଇସା କିଣିବାକୁ ୧ କୋଟି ଟଙ୍କାରେ ଡିଲ କରିଥିବା ବେଳେ ହନୁମାନ ପଇସା ଧରି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୌଡ଼ପଡା ଗାଁର ସରୋଜ ବାଦୀ ଓ ଟଙ୍କଧର ବାଦୀ ତାରଙ୍ଗ ଗ୍ରାମ ଛକ ନିକଟରେ ଜଗିଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ସେମାନଙ୍କୁ କାବୁ କରିଥିଲା । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.