ETV Bharat / entertainment

ଯାତ୍ରା ମଞ୍ଚରେ ଖାଇଲେ ଜୀଅନ୍ତା ଘୁଷୁରୀ, ବନ୍ଧା ହେଲେ କଳାକାର-ନିର୍ଦ୍ଦେଶକ

ଗଞ୍ଜାମ ହିଞ୍ଜିଳିକାଟୁରେ ରାମାୟଣ ନାଟକ ମଞ୍ଚସ୍ଥ ବେଳେ ଚାଞ୍ଚଲ୍ୟକର ଘଟଣା । ଜୀଅନ୍ତା ଘୁଷୁରୀ ମାରି ଖାଇଲେ କଳାକାର । ମଞ୍ଚରେ ବିଷାକ୍ତ ସାପ ଖେଳାଇଲେ ।

GANJAM THEATRE ACTOR ARRESTED
GANJAM THEATRE ACTOR ARRESTED (ETV Bharat Odisha)
author img

By ETV Bharat Odisha Team

Published : 18 hours ago

ବ୍ରହ୍ମପୁର: ଗଞ୍ଜାମରୁ ଆସିଲା ଚାଞ୍ଚଲ୍ୟକର ଘଟଣା । ଜଣେ ମଞ୍ଚ ଅଭିନେତା ଅମାନୁଷିକ ଭାବେ ଯାତ୍ରା ମଞ୍ଚରେ ଜୀଅନ୍ତା ଘୁଷୁରୀକୁ ହତ୍ୟା କରି ଏହାର କଞ୍ଚା ମାଂସ ଖାଇଗଲେ । ଯାହାକୁ ନେଇ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ବନ୍ଧା ହୋଇଛନ୍ତି ନାଟକର କଳାକାର ଏବଂ ନିର୍ଦ୍ଦେଶକ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଘଟଣାର ତଦନ୍ତ ଚଳାଇଛନ୍ତି ଉଭୟ ପୋଲିସ ଏବଂ ବନ ବିଭାଗ ।

GANJAM THEATRE ACTOR ARRESTED (ETV Bharat Odisha)

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ପୋଲିସ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗତ ୨୫ ତାରିଖରେ କାଞ୍ଜିଅଁଳା ଯାତ୍ରାକୁ ନେଇ ଅନୁଷ୍ଠିତ ହୋଇଥିଲା 'ରାମାୟଣ' ନାଟକ । ଏଥିରେ ମଞ୍ଚରେ ଜୀଅନ୍ତା ଘୁଷୁରୀ ମାରି ଖାଇବା ସହ ବିଷାକ୍ତ ସର୍ପକୁ ନେଇ ଖେଳାଇଥିଲେ କଳାକାର । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ନେଇ ଜିଲ୍ଲାରେ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏଭଳି କଳାକାରଙ୍କ ମଞ୍ଚରେ ଭୟାବହ ଦୃଶ୍ୟ ଓ ଅଭିନୟକୁ ବିଭିନ୍ନ ମହଲରେ ବିରୋଧ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପଶୁପ୍ରେମୀ ।

ବନ୍ଧା ହେଲେ ନାଟକ କଳାକାର ଓ ନିର୍ଦ୍ଦେଶକ

ହିଞ୍ଜିଳିକାଟୁ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ହିଞ୍ଜିଳି ଥାନା ପୋଲିସ ପକ୍ଷରୁ କେସ ନଂ ୯୮୫/୨୪ ମାମଲା ରୁଜୁ କରାଯାଇଛି । ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ମଞ୍ଚରେ ଏପରି କାର୍ଯ୍ୟ କରିଥିବା ନାଟକର ନିର୍ଦ୍ଦେଶକ (ଆୟୋଜକ ଗୁରୁ) ଏବଂ ଜଣେ କଳକାରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏଥିସହ ଏହି ଘଟଣାରେ ଅନ୍ୟ ତିନି ଜଣ ସଂପୃକ୍ତ ରହିଥିବା ପୋଲିସ ଚିହ୍ନଟ କରିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆସିକା ଏସ୍.ଡି.ପି.ଓ ଗିରିଜା ନନ୍ଦନ ପଟ୍ଟନାୟକ । ଏପରିକି ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷମାନେ ସେଥିରୁ ନିବୃତ୍ତ ରହିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ଯାତ୍ରା କିମ୍ୱା ଅପେରା କରୁଥିବା ସମୟରେ ପୋଲିସର ଅନୁମତି ନେବା ସମୟରେ ସେମାନେ ଏହାକୁ ନେଇ ଅବଗତ କରାଇବାକୁ କୁହାଯାଇଛି ।

ରାମାୟଣ ନାଟକ ମଞ୍ଚରେ ମାରି ଖାଇଲେ ଜିଅନ୍ତା ଘୁଷୁରୀ

ସୂଚନା ଅନୁଯାୟୀ, ରାଳବ ଗାଁରେ ବହୁ ପୁରାତନ କାଞ୍ଜିଅଁଳା ଯାତ୍ରାରେ ପାରମ୍ପରିକ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଥିବା ବେଳେ ଏହି ଯାତ୍ରାରେ ଗ୍ରାମରେ ଦୁଇ ସାହି ମଧ୍ୟରେ ପ୍ରତିଯୋଗିତାରେ ଏଭଳି ନାଟକ ଅନୁଷ୍ଠିତ ହୋଇଥିଲା । ଯାହାକି ଚିଲିଲି ଗାଁରୁ ଆସୁଥିବା ରାମାୟଣ ନାଟକର ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ମଞ୍ଚ ଉପରେ ସର୍ବ ସମୁଖରେ ଏକ ଜୀଅନ୍ତା ଘୁଷୁରୀକୁ ମଞ୍ଚରେ ବୁଲାଇବା ପରେ ତାହାକୁ ବାନ୍ଧି ଝୁଣି ଖାଇବାର ଭିଡିଓ ଭାଇରାଲ ହୋଇଥିଲା । କେବଳ ଏହି ଘଟଣା ନୁହେଁ ସେହି ମଞ୍ଚ ଉପରେ ମଧ୍ୟ ହନୁମାନ ଭୂମିକାରେ ଅଭିନୟ କରିଥିବା ଦୁଇ କଳାକାର ବିଷଧର ସର୍ପକୁ ମଧ୍ୟ ମଞ୍ଚ ଉପରେ ଖେଳାଇଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ପଶୁପ୍ରେମୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାକୁ ନେଇ ବନ ବିଭାଗ ଏବଂ ପୋଲିସ ପକ୍ଷରୁ ଏହି ରାକ୍ଷସ ଭୂମିକାରେ ଅଭିନୟ କରିଥିବା କବିସୂର୍ଯ୍ୟନଗର ଥାନା ବଡଖରିଡ଼ା ଗାଁର ବିମ୍ବାଧର ଗୌଡ ଏବଂ ନାଟକ ନିର୍ଦ୍ଦେଶକ ନାରାୟଣ ସ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ବିଧାନସଭାରେ ଉଠିଲା ପ୍ରସଙ୍ଗ

ଘଟଣା ନେଇ ବିଧାନସଭାରେ ଉଠିଲା ପ୍ରସଙ୍ଗ । ସୋମବାର ଶୂନ୍ୟକାଳରେ ଓଡ଼ିଶାର କଳା ସଂସ୍କୃତିର ଧଜିୟା ଉଡାଉଥିବା ଯାତ୍ରା କଳାକାରମାନଙ୍କ ନେଇ ଆପତ୍ତି ଉଠାଇଥିଲେ ଶାସକ ଦଳ ବିଜେପିର ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ । ଓଡ଼ିଶାର କଳା ସଂସ୍କୃତିକୁ ଯେଉଁଭଳି ଅପଭ୍ରଂଶ କରାଯାଉଛି, ତାର ବାସ୍ତବ ଚିତ୍ର ଯାତ୍ରା ପାର୍ଟି ମାନଙ୍କର ପ୍ରଦର୍ଶନରୁ ଜଣାପଡୁଛି । ବାଚସ୍ପତି ଏନେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ । ସେ କହିଥିଲେ, 'ଯେଉଁମାନେ ସଂସ୍କୃତିକୁ ଅପଭ୍ରଂଶ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଫିଲ୍ମ ଭଳି ଯାତ୍ରାରେ ମଧ୍ୟ ସେନ୍ସର ବୋର୍ଡ କାର୍ଯ୍ୟକାରୀ କରାଯାଉ ।'

ବନଖଣ୍ଡ ଅଧିକାରୀଙ୍କ ପ୍ରତିକ୍ରିୟା

ଏହି ଘଟଣାରେ ବ୍ରହ୍ମପୁର ବନଖଣ୍ଡ ଡିଏଫ୍ଓଙ୍କ ସମେତ ଟିମ୍ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ଘଟଣାରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ । ଏଭଳି ଏକ ଘଟଣା ବହୁତ ଦୁଃଖିତ କରିଛି କହିବା ସହିତ ବ୍ରହ୍ମପୁର ଡି.ଏଫ୍.ଓଙ୍କ ସହିତ ଏହି ମାମଲାକୁ ନେଇ ବନବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇ ତଦନ୍ତ ଉପରେ ଅଧିକ ଅନୁଧ୍ୟାନ କରାଯାଉଛି । ଏପରିକି ଆଗାମୀ ଦିନରେ ଗିରଫ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଉତ୍ତେଜନା, ଚେୟାର ଫୋପାଡିଲେ ଦର୍ଶକ

'ବନ୍ୟପ୍ରାଣୀଙ୍କ ପ୍ରତି ନିଷ୍ଠୁରତାରୁ ସମସ୍ତେ ଦୂରେଇ ରୁହନ୍ତୁ ଏବଂ ସଚେତନ ହୁଅନ୍ତୁ'

ବନ୍ୟପ୍ରାଣୀଙ୍କ ପ୍ରତି ନିଷ୍ଠୁରତାରୁ ସମସ୍ତେ ଦୂରେଇ ରୁହନ୍ତୁ ଏବଂ ସଚେତନତା ହୁଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ । ଯାହାବି ହେଉନା କାହିଁକି ବନ୍ୟପ୍ରାଣୀ ପ୍ରତି ନିଷ୍ଠୁରତା, ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଭଳି କୌଣସି ବନ୍ୟଜନ୍ତୁ ସହିତ ଫୋଟ ଉଠାଇବା, ସେମାନଙ୍କୁ କୌଣସି ପ୍ରକାର ଆଘାତ ଦେବା , ବନ୍ୟପ୍ରାଣୀକୁ ଖାଇବାକୁ ଦେବା ଭଳି କାର୍ଯ୍ୟ ସଂପୃର୍ଣ୍ଣ ଭାବେ ବାରଣ ରହିଥିବାରୁ ଭଳି କାର୍ଯ୍ୟ ଯିଏ ବି କରୁଛନ୍ତି ସେଥିରୁ ବିରତ ରହିବାକୁ ଆହ୍ୱାନ କରାଯାଇଛି । ନହେଲେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୱାଇଲ୍ଡ ଲାଇଫ୍ ଟ୍ରେସିଙ୍ଗ୍ ଆକ୍ଟ ୧୯୭୨ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏଣୁ ଏ ନେଇ ଜନସାଧାରଣ ଅଧିକ ସଚେତନ ହୁଅନ୍ତୁ ଏବଂ ଏଭଳି କାର୍ଯ୍ୟକୁ ଜନସାଧାରଣ ହିଁ ପ୍ରଥମେ ବିରୋଧ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.