ETV Bharat / state

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଭିନ୍ନକ୍ଷମ ପରିବାର, ମିଳୁନି ସରକାରୀ ସହାୟତା

author img

By

Published : Oct 27, 2020, 10:07 PM IST

ଦେବଗଡ଼ ଜିଲ୍ଲା ନିକ୍ତିମାଲ ଗାଁରେ ବସବାସ କରୁଥିବା ଭିନ୍ନକ୍ଷମ କରୁଣା ପ୍ରଧାନ ସମସ୍ତ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଅଧିକ ପଢନ୍ତୁ...

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଭିନ୍ନକ୍ଷମ ପରିବାର

ଦେବଗଡ: ଗୋଟିଏ ହାତ ନଥିବାରୁ ମିଳିଲାନି ଆଧାର କାର୍ଡ । ଆଉ ଆଧାର କାର୍ଡ ଖଣ୍ଡିଏ ନଥିବାରୁ ମିଳୁନି ସରକାରୀ ସହାୟତା । ସମସ୍ତ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏକ ଭିନ୍ନକ୍ଷମ ପରିବାର । ଆମେ କହୁଛୁ ଦେବଗଡ଼ ଜିଲ୍ଲା ନିକ୍ତିମାଲ ଗାଁରେ ବସବାସ କରୁଥିବା କରୁଣା ପ୍ରଧାନଙ୍କ ପରିବାରର କରୁଣ କାହାଣୀ ।

ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଂଚାୟତ ର ନିକ୍ତିମାଳ ଗାଁରେ ବସବାସ କରନ୍ତି କରୁଣା ପ୍ରଧାନ । ପରିବାର କହିଲେ ନିଜ ସ୍ତ୍ରୀ ତୁଳସା ପ୍ରଧାନ ଓ 17 ବର୍ଷର ଏକମାତ୍ର ଝିଅ ମାମି ପ୍ରଧାନ । ପିଲାଟି ବେଳରୁ କରୁଣାଙ୍କର ବାମହାତଟି ନାହିଁ । ଭିନ୍ନକ୍ଷମ ଜୀବନ ବିତାଇ ଆସୁଛନ୍ତି କରୁଣା ।

ସେପଟେ ସ୍ତ୍ରୀ ତୁଳସା ଆଜକୁ 10 ବର୍ଷ ହେଲା ପାରାଲିସିସ ରୋଗରେ ପୀଡିତ । ଆର୍ଥିକ ଅନାଟନ ହେତୁ ରୋଗର ଚିକିତ୍ସା ହୋଇ ପାରୁନି । ତେଣୁ ଉଭୟ ସ୍ବାମୀ ସ୍ତ୍ରୀ କାମଧନ୍ଦା କରିବାକୁ ସମ୍ପୂର୍ଣ୍ଣ ଭାବେ ଅକ୍ଷମ । ଏଭଳି ପରିସ୍ଥିତିରେ ଝିଅ ମାମି ମୁଣ୍ଡରେ ରହିଛି ପରିବାର ବୋଝ ।

ପରିବାର ବୋଝ ମୁଣ୍ଡାଇବାକୁ ଯାଇ ଦଶମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧିଛି ଏକମାତ୍ର ଝିଅ ମାମି । ପରଘରେ ମୁଲ ମଜୁରୀ କରି ଯେଉଁ ଦୁଇ ପାଇସା ମିଳେ ସେଥିରେ ପରିବାର ଚଳେ । ଘର ବୋଲି ରହିଛି ଖଣ୍ଡିଏ ଝାଟିମାଟି କୁଡ଼ିଆ । ଏହି ଝାଟିମାଟି କୁଡ଼ିଆରେ ଅତି ଦୟନୀୟ ଭାବେ ଜୀବନ ବିତାଇ ଆସୁଛନ୍ତି ତିନିପ୍ରାଣୀ କୁଟୁମ୍ବ ।

ଯୋଉଠି ରହିବା ଉପଯୋଗୀ ଘର ଖଣ୍ଡିଏ ନାହିଁ ସେଠାରେ ବିଦ୍ୟୁତ ଓ ପାନୀୟ ଜଳ କଥା ବା ପଚାରେ କିଏ । ତେବେ ସବୁଠାରୁ ବଡ଼ ସମସ୍ୟା ହେଲା କରୁଣାଙ୍କ ପାଖରେ ଆଧାର କାର୍ଡ ଖଣ୍ଡିଏ ନଥିବାରୁ ସେ ଏପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ।

ଆଧାର କାର୍ଡ ଖଣ୍ଡିଏ ପାଇଁ ପଂଚାୟତରେ ବାରମ୍ବାର ହାରିଗୁହାରି କରି ଆସୁଛନ୍ତି । ମାତ୍ର ଆଧାର କାର୍ଡ ପାଇଁ ଦଶଟି ଫିଙ୍ଗର ପ୍ରିଣ୍ଟ ଆବଶ୍ୟକତା ଥିବା ଦର୍ଶାଇ ବିଭାଗୀୟ କତ୍ତୃପକ୍ଷ ତାଙ୍କୁ ପ୍ରତିଥର ଫେରାଇ ଦେଇଛନ୍ତି ।

ଫଳରେ ଆଉ କୌଣସି ପନ୍ଥା ନପାଇ ଭାଗ୍ୟକୁ ଆଦରି ପଡିରହିଛନ୍ତି ଏହି ଅଭାଗା ପରିବାର । ଭିନ୍ନକ୍ଷମ ଓ ଅସହାୟ ପରିବାରଙ୍କ ମୁହଁରେ ହସ ଫୁଟାଇବା ପାଇଁ ସରକାର କେତେକଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବାସ୍ତବରେ ସରକାରଙ୍କ ଏସମସ୍ତ ଯୋଜନା କିଭଳି ରୂପାୟନ ହେଉଛି ତାହା ନିକ୍ତିମାଳ ଗାଁରେ ବସବାସ କରୁଥିବା ଏହି ଭିନ୍ନକ୍ଷମ ପରିବାରର ଦୟନୀୟ ଅବସ୍ଥା ଦେଖିଲେ ସ୍ପଷ୍ଟ ଅନୁମେୟ ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.