ETV Bharat / state

ବନବିଭାଗ କାର୍ଯ୍ୟାଳୟରୁ କିରାଣୀ ନିଖୋଜ, 5 ଦିନ ହେବ ମିଳୁନି ପତ୍ତା - କିରାଣୀ ନିଖୋଜ

Forest Department Clerk Missing: ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟରୁ କାର୍ଯ୍ୟରତ କିରାଣୀ ନିଖୋଜ । ଦୀର୍ଘ 5 ଦିନ ହେଲା କୌଣସି ସନ୍ଧାନ ମିଳୁନି । ଅଧିକ ପଢ଼ନ୍ତୁ

କିରାଣୀ ନିଖୋଜ
କିରାଣୀ ନିଖୋଜ
author img

By ETV Bharat Odisha Team

Published : Jan 8, 2024, 10:27 PM IST

ଦେବଗଡ଼: କାର୍ଯ୍ୟାଳୟରୁ କାର୍ଯ୍ୟରତ କିରାଣୀ ନିଖୋଜ । ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳରୁ ନିଖୋଜ ହୋଇଛନ୍ତି କିରାଣୀ । ଦୀର୍ଘ 5 ଦିନ ହେଲା କିରାଣୀ ଜଣଙ୍କର ମିଳୁନି ପତ୍ତା । ଏନେଇ ଦେବଗଡ଼ ଆଦର୍ଶ ଥାନାରେ ଏକ ନିଖୋଜ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ଅନୁସନ୍ଧାନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ବାରକୋଟ ବ୍ଲକ କଲା ଗ୍ରାମର କେଶବ ଚନ୍ଦ୍ର ବେହେରା । ପ୍ରତିଦିନ ଭଳି କେଶବ ଗତ ୩ ତାରିଖରେ ଅଫିସକୁ ଯାଇଥିଲେ । କିନ୍ତୁ ଅଫିସ ଯାଇ କୁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କର ତ୍ସୀ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିର୍ତ୍ତି କରି ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, କେଶବ ଗତ ୩ ତାରିଖ ଦିନ ଦେବଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ଅପରାହ୍ନରୁ ସେ କାର୍ଯ୍ୟାଳୟରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । କେଶବ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ମୋବାଇଲରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କେଶବଙ୍କ ମୋବାଇଲ ସ୍ବିଟ୍‌ ଅଫ ଥିଲା । ଏନେଇ ପରିବାର ଲୋକ କେଶବଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଟଙ୍କା ପାଇଁ ଅପହରଣ ହୋଇଥିଲା ପିହୁ, ମାଷ୍ଟର ମାଇଣ୍ଡ ସହ ୪ ଅଭିଯୁକ୍ତ ଗିରଫ

ସେପଟେ ବହୁ ଖୋଜାଖୋଜି ପରେ ମଧ୍ୟ କେଶବଙ୍କ କୌଣସି ସନ୍ଧାନ ମିଳିନଥିଲା । ଅନ୍ୟ କୌଣସି ଉପାୟ ନପାଇ କେଶବଙ୍କ ତ୍ସୀ ଆଜି ଦେବଗଡ଼ ଆଦର୍ଶ ଥାନାରେ ତାଙ୍କ ସ୍ବମୀ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । କେଶବଙ୍କ ପତ୍ନୀଙ୍କ ଅଭିଯୋଗ ପରେ ଏନେଇ ପୋଲିସ କେଶବଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛି । ତେବେ କେଶବ କାର୍ଯ୍ୟାଳୟରୁ ହଟାତ ନିଖୋଜ ହେବାର ଅସଲି କାରଣ ଏପର୍ଯ୍ୟନ୍ତ କିଛି ଜଣାପଡିନଥିବା ବେଳେ, କାର୍ଯ୍ୟାଳୟରେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ସେ ମାନସିକ ଚାପରେ କୁଆଡେ ଚାଲିଯାଇଥିବା ଅନୁମାନ କରାଯାଉଛି । ନିକଟରେ ଦେବଗଡ଼ ସହରରେ ଘଟିଯାଇଥିବା ଶିଶୁକନ୍ୟା ବିହୁ ଅପହରଣ ମାମଲା ଲୋକଙ୍କ ମନରୁ ଲିଭି ନଥିବା ବେଳେ, କିରାଣୀ କେଶବଙ୍କ ନିଖୋଜ ଘଟଣା ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.