ETV Bharat / state

ବାରକୋଟ-ରାଉରକେଲା NH 23 ରେ ବହୁଛି ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Jul 23, 2020, 10:09 PM IST

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ମହକୁମା ଠାରୁ ରାଉରକେଲା ଯାଇଥିବା 23 ନମ୍ବର ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ଏହି ରାସ୍ତା ଦେଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛନ୍ତି । ଅଧିକ ପଢନ୍ତୁ...

ବାରକୋଟ-ରାଉରକେଲା ଏନଏଚ 23ରେ ବୋହୁଛି ବନ୍ୟାଜଳ , ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ: ଜିଲ୍ଲା ବାରକୋଟ ବ୍ଲକ ମହକୁମା ଠାରୁ ରାଉରକେଲା ଯାଇଥିବା 23 ନମ୍ବର ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଫଳରେ ଏହି ରାସ୍ତା ଦେଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛନ୍ତି ।

ବାରକୋଟ-ରାଉରକେଲା NH 23 ରେ ବହୁଛି ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ

ବୁଧବାର ରାତିରେ ଲଗାଣ ବର୍ଷା ଫଳରେ ବାରକୋଟ- ରାଉରକେଲା 23 ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି । ବାରକୋଟ ବ୍ଲକର କାଦୋପଡା ଗାଁ ନିକଟରେ ଯାଇଥିବା ଏହି ରାସ୍ତା ଉପରେ 3/4 ଫୁଟ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଏଠାରେ ଯାତାୟତ ଦୀର୍ଘ ସମୟ ଧରି ଠପ ହୋଇ ପଡ଼ିଥିଲା । ଏହି ରାସ୍ତାଦେଇ ରାଉରକେଲା ଅଭିମୁଖେ ଯାତାୟତ କରୁଥିବା ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରିନପାରି ଅଟକି ରହିଥିଲା । ରାସ୍ତା ସାରା ଗାଡ଼ ଖାଲରେ ଭର୍ତ୍ତି ହୋଇଥିବାରୁ ଓ ସେଠାରେ ବର୍ଷାଜଳ ଜମିରହିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତାଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଓ ବହୁ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହି 23 ନମ୍ବର ଜାତୀୟ ରାଜପଥ ର ମରାମତି କରି ଏହାକୁ ଯାତାୟତ ଉପଯୋଗୀ କରିବା ଦିଗରେ ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.