ETV Bharat / state

ଚାକିରି ଦେବା ନାଁରେ ଟଙ୍କା ଠକେଇ, ଥାନାରେ ମାମଲା ରୁଜୁ

author img

By

Published : Jan 14, 2022, 8:54 AM IST

ସିକ୍ୟୁରିଟି ସଂସ୍ଥାରେ ଚାକିରି କରାଇଦେବା କହି ଆଇଏସଏସ (ISS) ସିକ୍ୟୁରିଟି ସଂସ୍ଥାର କେତେକ ଏଜେଣ୍ଟ ଠକେଇ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କିଛି ଯୁବକ, ଯୁବତୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

ଚାକିରୀ ଦେବା ନାଁରେ ଟଙ୍କା ଠକେଇ, ଥାନାରେ ମାମଲା ରୁଜୁ

ଦେବଗଡ଼: ଚାକିରି ଦେବା ନାଁରେ ଟଙ୍କା ଠକେଇ । ଦେବଗଡ଼ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । କିଛି ବେକାରୀ ଯୁବକଙ୍କୁ ସିକ୍ୟୁରିଟି ସଂସ୍ଥାରେ ଚାକିରି କରାଇଦେବା କହି ISS ସିକ୍ୟୁରିଟି ସଂସ୍ଥାର କେତେକ ଏଜେଣ୍ଟ ଠକେଇ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କିଛି ଯୁବକ, ଯୁବତୀ ମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୨୦୨୧ ମସିହା ସେପ୍ଟେମ୍ବର ମାସରେ ISS ନାମକ ଏକ ସିକ୍ୟୁରିଟି ସଂସ୍ଥାରେ କର୍ମ ନିଯୁକ୍ତି ନାମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାଚୀର ପତ୍ର ବଣ୍ଟନ କରାଯାଇଥିଲା । ସିକ୍ୟୁରିଟି ଗାର୍ଡ, ସୁପରଭାଇଜର, ଫିଲଡ଼ ମ୍ୟାନେଜର ଓ କମ୍ପ୍ୟୁଟର ଅପରେଟର ଭଳି ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଶିକ୍ଷିତ ବେକାର ଯୁବକ ଯୁବତୀ ଉକ୍ତ ଚାକିରି ପାଇଁ ଆବେଦନ କରିଥିଲେ । ସେହି ସଂସ୍ଥାର କିଛି ଏଜେଣ୍ଟ ଉକ୍ତ ସିକ୍ୟୁରିଟି କମ୍ପାନୀରେ ଚାକିରି କରେଇଦେବା ପ୍ରତିଶ୍ରୁତି ଦେଇ ଜଣକ ପିଛା ଟ୍ରେନିଂ ବାବଦକୁ ୧୦ ହଜାର ରୁ ୧୪ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ । ହେଲେ ଟଙ୍କା ନେବା ପରେ ଧରାଛୁଆଁ ନଦେବା ସହ ଉକ୍ତ ଟଙ୍କାକୁ ହରିଲୁଟ୍ କରିଥିବା ଯୁବକମାନେ ଅଭିଯୋଗ କରିଛନ୍ତି।

ଆଜକୁ ଦୀର୍ଘ ଚାରିମାସ ବିତିବାକୁ ବସିଥିଲେ ସୁଦ୍ଧା ଉକ୍ତ ସଂସ୍ଥା କର୍ତ୍ତୃପକ୍ଷ ଜଣେ ହେଲେବି ପିଲାଙ୍କୁ ଚାକିରି ଦେଲେ ନାହିଁ । ଫଳରେ ଚାକିରି ଟିଏ ପାଇବାକୁ ଆଶାବାନ୍ଧି ବସିଥିବା ଯୁବକ ଯୁବତୀ ମାନେ ଚାକିରି କଥା ପଚାରିବା ସହ ନିଜ ଟଙ୍କା ଫେରସ୍ତ ପାଇଁ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଫୋନ କରିଥିଲେ । ଟଙ୍କା ମାଗିବାରୁ ସମ୍ପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ଟଙ୍କା ଫେରସ୍ତ କରିବାକୁ ରୋକଠୋକ ମନା କରିଦେବା ସହିତ ଟଙ୍କା ମାଗିଲେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିଲେ । ସଂସ୍ଥା ଠକିଥିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବହୁ ବ୍ୟକ୍ତି । ଦେବଗଡ଼ ଜିଲ୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.