ETV Bharat / state

ଝରାଗୋଗୁଆ ଅଞ୍ଚଳରେ ହାତୀ ଉପଦ୍ରବ, ନାକେଦମ ବନବିଭାଗ

author img

By

Published : Jul 22, 2020, 5:50 PM IST

ଦେବଗଡ଼ ଜିଲ୍ଲା ଝରାଗୋଗୁଆ ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ଫସଲ ନଷ୍ଟ ହେବା ସହ ନାକେଦମ ହେଲେଣି ବନବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଝରାଗୋଗୁଆରେ ହାତୀ ଉପଦ୍ରବ, ନାକେଦମ ବନବିଭାଗ
ଝରାଗୋଗୁଆରେ ହାତୀ ଉପଦ୍ରବ, ନାକେଦମ ବନବିଭାଗ

ଦେବଗଡ଼: ପୁଣି ଦେଖିବାକୁ ମିଳିଛି ହାତୀଙ୍କ ଉତ୍ପାତ । ବିଗତ କିଛିଦିନ ହେଲା ଦେବଗଡ଼ ବନଖଣ୍ଡ ତିଲେଇବଣୀ ସେକ୍ସନର ଝରାଗୋଗୁଆ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି । ଗତ ଦୁଇଦିନ ପୂର୍ବରୁ ଏକ ହାତୀପଲ ଝରାଗୋଗୁଆ ଓ କାଶଳଇ ଗାଁକୁ ଆସି 4 ଟି ଘର ଭାଙ୍ଗି ଆସବାବପତ୍ର ନଷ୍ଟ କରିବା ସହିତ ବହୁ ବାଡିବଗିଚା ଛାରଖାର କରି ପକାଇଥିଲେ । ସେହିପରି ମଙ୍ଗଳବାର ରାତିରେ ଆଉ ଏକ ହାତୀପଲ ଗଣ୍ଡମ ଗାଁରେ ପଶି ବହୁ ଧାନ ଫସଲ ଓ ବାଡିବଗିଚା ନଷ୍ଟ କରିଦେଇଥିବା ଜଣାଯାଇଛି ।

ହାତୀପଲଙ୍କ ଭୟରେ ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି । ଦେବଗଡ଼ ବନଖଣ୍ଡ କର୍ମଚାରୀମାନେ ଗାଁ ଗାଁ ବୁଲି ହାତୀ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ହାତୀପଲଙ୍କୁ ଘଉଡାଇବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାଁନ୍ତି । ବର୍ତ୍ତମାନ ଏହି ଅଞ୍ଚଳରେ ଧାନଚାଷ ଆରମ୍ଭ ହେବା ଏବଂ କ୍ଷେତରେ ଧାନତଳି ରହିଥିବାବେଳେ ଏହି ସମୟରେ ହାତୀ ଉପଦ୍ରବ ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.